ବିଜେପିରୁ ଇସ୍ତଫା ଦେଲେ କାଳୁ ଖଣ୍ଡାୟତ ରାୟ
ଖୋର୍ଦ୍ଧା: ମଙ୍ଗଳବାର ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା କାଳୁ ଚରଣ ଖଣ୍ଡାୟତ ରାୟ । କାଳୁଙ୍କ ସମେତ ଶହେରୁ ଉର୍ଧ୍ଵ ମଣ୍ଡଳ, ନଗର ପ୍ରଭୃତି ଆଗଧାଡିର କର୍ମୀ ସମୂହ ଇସ୍ତଫା ଦେଇଛନ୍ତି। ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ କାଳୁଚରଣ । କିଛି ଦିନ ପୂର୍ବରୁ ତାଙ୍କୁ ଟିକେଟ ମିଳିବା ନେଇ ସେ ସୁନିଶ୍ଚିତ ଥିବା ଗଣମାଧ୍ୟମରେ ପ୍ରକାଶ କରିଥିଲେ । କିନ୍ତୁ ଖୋର୍ଦ୍ଧାରୁ ପ୍ରାର୍ଥୀ […]

ଖୋର୍ଦ୍ଧା: ମଙ୍ଗଳବାର ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା କାଳୁ ଚରଣ ଖଣ୍ଡାୟତ ରାୟ । କାଳୁଙ୍କ ସମେତ ଶହେରୁ ଉର୍ଧ୍ଵ ମଣ୍ଡଳ, ନଗର ପ୍ରଭୃତି ଆଗଧାଡିର କର୍ମୀ ସମୂହ ଇସ୍ତଫା ଦେଇଛନ୍ତି। ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ ଥିଲେ କାଳୁଚରଣ । କିଛି ଦିନ ପୂର୍ବରୁ ତାଙ୍କୁ ଟିକେଟ ମିଳିବା ନେଇ ସେ ସୁନିଶ୍ଚିତ ଥିବା ଗଣମାଧ୍ୟମରେ ପ୍ରକାଶ କରିଥିଲେ । କିନ୍ତୁ ଖୋର୍ଦ୍ଧାରୁ ପ୍ରାର୍ଥୀ ଘୋଷଣା ପରେ କାଳୁଙ୍କ ସବୁ ଅଙ୍କ ବିଗିଡି ଯାଇଥିଲା । ଗତ ଥର ଖୋର୍ଦ୍ଧା ଆସନରୁ ବିଜେପି ପ୍ରାର୍ଥୀ ଭାବେ ଲଢି ବହୁ କମ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ କାଳୁ ଖଣ୍ଡାୟତ । ଆଜି ବହୁ ବାଦ ବିବାଦ ପରେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଇସ୍ତଫା ପରେ ସାମ୍ବାଦିକ ସମ୍ମିଳନୀ କରି ସ୍ୱାଧୀନ ଭାବେ ଖୋର୍ଦ୍ଧା ବିଧାନସଭା ଆସନରୁ ଲଢିବେ ବୋଲି ଘୋଷଣା କରିଛନ୍ତି ।