ଗିରଫ ପରେ କେଜ୍ରିୱାଲଙ୍କ ପ୍ରଥମ ପ୍ରତିକ୍ରିୟା : ଯେଉଁଠିବି ରହେ ମୋ ଜୀବନ ଦେଶ ପାଇଁ ସମର୍ପିତ
ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗତକାଲି ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଉକ୍ତ ପ୍ରସଙ୍ଗରେ ପ୍ରଥମ ଟିପ୍ପଣୀ ରଖିଛନ୍ତି। କେଜ୍ରିୱାଲ କହିଛନ୍ତି, ସେ ଜେଲରେ ଥାଆନ୍ତୁ କି ବାହାରେ ତାଙ୍କ ଜୀବନ ଦେଶପାଇଁ ସମର୍ପିତ। ରିମାଣ୍ଡ ଶୁଣାଣି ପାଇଁ ଆଜି କେଜ୍ରିୱାଲଙ୍କୁ ରୋଜ୍ ଆଭେନ୍ୟୁ କୋର୍ଟ ଅଣାଯାଇଥିବାବେଳେ ଏହି ସମୟରେ କେଜ୍ରିୱାଲ ଏଭଳି ଟିପ୍ପଣୀ ରଖିଛନ୍ତି। ଇଡି କେଜ୍ରିୱାଲଙ୍କୁ ୧୦ ଦିନ ରିମାଣ୍ଡରେ ନେବାପାଇଁ ଚାହିଥିଲା। […]

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଦ୍ବାରା ଗତକାଲି ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଉକ୍ତ ପ୍ରସଙ୍ଗରେ ପ୍ରଥମ ଟିପ୍ପଣୀ ରଖିଛନ୍ତି। କେଜ୍ରିୱାଲ କହିଛନ୍ତି, ସେ ଜେଲରେ ଥାଆନ୍ତୁ କି ବାହାରେ ତାଙ୍କ ଜୀବନ ଦେଶପାଇଁ ସମର୍ପିତ। ରିମାଣ୍ଡ ଶୁଣାଣି ପାଇଁ ଆଜି କେଜ୍ରିୱାଲଙ୍କୁ ରୋଜ୍ ଆଭେନ୍ୟୁ କୋର୍ଟ ଅଣାଯାଇଥିବାବେଳେ ଏହି ସମୟରେ କେଜ୍ରିୱାଲ ଏଭଳି ଟିପ୍ପଣୀ ରଖିଛନ୍ତି। ଇଡି କେଜ୍ରିୱାଲଙ୍କୁ ୧୦ ଦିନ ରିମାଣ୍ଡରେ ନେବାପାଇଁ ଚାହିଥିଲା। ଇଡି ଅନୁଯାୟୀ କେଜ୍ରିୱାଲ ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ ପ୍ରସ୍ତୁତ କରିବାପାଇଁ ଏବଂ କାର୍ଯ୍ୟକାରୀ କରିବାପାଇଁ ସାଉଥ୍ ଗ୍ରୁପଠାରୁ କୋଟି କୋଟି ଟଙ୍କାର ଋଣ ଗ୍ରହଣ କରିଛି। କେଜ୍ରିୱାଲ ପଂଜାବ ନିର୍ବାଚନ ଲଢ଼ିବାପାଇଁ ‘ସାଉଥ ଗ୍ରୁପ୍’ର କିଛି ଅଭିଯୁକ୍ତଙ୍କ ନିକଟରୁ ୧୦୦ କୋଟି ଟଙ୍କା ଦାବି କରିଥିଲେ। କେଜ୍ରିୱାଲଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ଅପରାହ୍ନ ପ୍ରାୟ ୨ଟା ସମୟରେ ଟ୍ରାଏଲ କୋର୍ଟରେ ହାଜର କରାଯାଇଥିଲା।