ଧନଧାନ୍ୟରେ ବୃଦ୍ଧି ଘଟିବ, ବ୍ୟବସାୟୀଙ୍କ ପାଇଁ ଦିନଟି ଶୁଭ ରହିବ
ମେଷ- କୃଷ୍ଣ ପକ୍ଷ ଦ୍ଵିତୀୟ ଚନ୍ଦ୍ର ଯୋଗୁଁ ସମାପ୍ତ କରିବାକୁ ଚାହୁଁଥିବା କାର୍ଯ୍ୟଟି ଅଧାରୁ ଅଟକି ଯାଇପାରେ । ଆର୍ଥିକ ବ୍ୟୟ ହେବ । ମହିଳାମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।ବୃଷ- କର୍ମ ଫଳ ପ୍ରାପ୍ତ କରିବେ। ସମ୍ମାନ ମିଳିବ। ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜଭୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ । ଛାତ୍ର ଛାତ୍ରୀଙ୍କ ପାଇଁ ଦିନର ପ୍ରଥମ ଭାଗଟି ବିଶେଷ ଶୁଭଦାୟକ ହେବ ।ମିଥୁନ- କୃଷ୍ଣ ପକ୍ଷ ଦ୍ଵାଦଶ ଚନ୍ଦ୍ର ଥିବାରୁ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ । କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ । ଉଦବେଗ ପ୍ରକାଶ ପାଇବ । ଅନ୍ୟ କାହା ମନରେ କଷ୍ଟ ଦେଇ ପାରନ୍ତି । ବିଦ୍ୟାର୍ଥୀ ଲାଭବାନ ହେବେ ।କର୍କଟ- ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟିବ। ଗୃହରେ ଶୁଭ କର୍ମର ଆରମ୍ଭ ହେବ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ ।ସିଂହ- ଦଶମ ଚନ୍ଦ୍ର ଭୋଗ ଯୋଗୁଁ ଦୂର ଯାତ୍ରା କରିବାର ଯୋଗ ରହିଛି । ସମୟ ସହିତ ତାଳ ଦେଇ ଚାଲନ୍ତୁ ଦିନଟି ଶୁଭଦାୟକ ହେବ । ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ।କନ୍ୟା- ନ
ମେଷ- କୃଷ୍ଣ ପକ୍ଷ ଦ୍ଵିତୀୟ ଚନ୍ଦ୍ର ଯୋଗୁଁ ସମାପ୍ତ କରିବାକୁ ଚାହୁଁଥିବା କାର୍ଯ୍ୟଟି ଅଧାରୁ ଅଟକି ଯାଇପାରେ । ଆର୍ଥିକ ବ୍ୟୟ ହେବ । ମହିଳାମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ । ପରିବାରରେ ସୁଖ ଶାନ୍ତି ବଜାୟ ରହିବ । ବିଦ୍ୟାର୍ଥୀମାନେ ଅଳସୁଆ ହେବେ ।
ବୃଷ- କର୍ମ ଫଳ ପ୍ରାପ୍ତ କରିବେ। ସମ୍ମାନ ମିଳିବ। ଯାହା ଫଳରେ ମାନସିକ ଓ ଶାରୀରିକ ସ୍ତରରେ ଆପଣ ମଜଭୁତ ରହିବେ । ଘରକୁ ନୂତନ ବନ୍ଧୁଙ୍କ ଆଗମନ ହୋଇପାରେ । ଛାତ୍ର ଛାତ୍ରୀଙ୍କ ପାଇଁ ଦିନର ପ୍ରଥମ ଭାଗଟି ବିଶେଷ ଶୁଭଦାୟକ ହେବ ।
ମିଥୁନ- କୃଷ୍ଣ ପକ୍ଷ ଦ୍ଵାଦଶ ଚନ୍ଦ୍ର ଥିବାରୁ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ । କିଛି ନୂଆ ଜିନିଷ ପାଇବା ଆଶାରେ ମନ ପ୍ରଫୁଲ୍ଲିତ ରହିବ । ଉଦବେଗ ପ୍ରକାଶ ପାଇବ । ଅନ୍ୟ କାହା ମନରେ କଷ୍ଟ ଦେଇ ପାରନ୍ତି । ବିଦ୍ୟାର୍ଥୀ ଲାଭବାନ ହେବେ ।
କର୍କଟ- ଦିନଟି ଆପଣଙ୍କୁ ଉତ୍ତମ ଫଳ ପ୍ରଦାନ କରିବ । ଧନଧାନ୍ୟରେ ବୃଦ୍ଧି ଘଟିବ। ଗୃହରେ ଶୁଭ କର୍ମର ଆରମ୍ଭ ହେବ । ବ୍ୟବସାୟୀଙ୍କ ପାଇଁ ଦିନଟି ବିଶେଷ ଶୁଭ ଦାୟକ ରହିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ନୂଆ ସ୍ଥାନ ପ୍ରାପ୍ତି ହୋଇପାରେ ।
ସିଂହ- ଦଶମ ଚନ୍ଦ୍ର ଭୋଗ ଯୋଗୁଁ ଦୂର ଯାତ୍ରା କରିବାର ଯୋଗ ରହିଛି । ସମୟ ସହିତ ତାଳ ଦେଇ ଚାଲନ୍ତୁ ଦିନଟି ଶୁଭଦାୟକ ହେବ । ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ । ପାରିବାରିକ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀମାନେ ପାଠରେ ମନୋନିବେଶ କରିବେ ।
କନ୍ୟା- ନବମ ଚନ୍ଦ୍ର ଯୋଗୁଁ ମନରେ ବିଷାଦ ସୃଷ୍ଟି ହେବ । ଚାହୁଁନଥିଲେ ମଧ୍ୟ ବାଧ୍ୟ ହୋଇ କିଛି କାର୍ଯ୍ୟ କରିବାକୁ ପଡ଼ିବ । କିଛି ଭଲ ସମ୍ବାଦ ପାଇ ନିଜକୁ ଗର୍ବିତ ଅନୁଭବ କରିପାରନ୍ତି । ମହିଳାମାନେ ନୂତନ ଅଳଙ୍କାର କ୍ରୟ କରିପାରନ୍ତି । ହଠାତ୍ ଖର୍ଚ୍ଚାନ୍ତ ମଧ୍ୟ ହେବାର ଯୋଗ ଅଛି ।
ତୁଳା- ସୁଖ ହାନି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଦେହରେ ସାମାନ୍ୟ ଯନ୍ତ୍ରଣା ଦେଖା ଦେବ । ଆର୍ଥିକ ସ୍ଥିତିରେ ଅବନତି ଦେଖା ଦେବ । କୌଣସି ବିଶେଷ କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ବିଦ୍ୟାର୍ଥୀ ଓ ବ୍ୟବସାୟୀ ଆଶାୟୀ ହୋଇ ରହିବେ।
ବିଛା- ବିଛା ରାଶିକୁ ସପ୍ତମ ଚନ୍ଦ୍ର ଘାତ ଯାହା ଫଳରେ ଶାରୀରିକ ଓ ମାନସିକ ସମସ୍ୟା କିଛି ଦେଖାଦେବ । ଯାନବାହନରେ ସତର୍କତା ଆବଶ୍ୟକ । ଆକସ୍ମିକ ଦୁର୍ଘଟଣାର ସମ୍ଭାବନା ରହିଛି । ପରିବାରରେ ସମସ୍ୟା ଦେଖାଦେଇପାରେ । ଆତ୍ମା ବିଶ୍ୱାସ ବଜାୟ ରଖନ୍ତୁ । ପରିଶ୍ରମ ଅଧିକ ହେବ ।
ଧନୁ- ପତ୍ନୀଙ୍କ ଠାରୁ କିଛି ଉପହାର ମିଳିପାରେ । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଦିନଟି ଭଲ ରହିଛି । ନିଜକୁ ଆଶଙ୍କା ଭିତରେ ରଖିବେ। ଖୁସି ହେବାକୁ ଚାହୁଁଥିଲେ ବି ହୋଇପାରିବେ ନାହିଁ । କୌଣସି କାର୍ଯ୍ୟ ସମୂର୍ଣ୍ଣ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ ।
ମକର- ପଞ୍ଚମ ଚନ୍ଦ୍ର ଯୋଗୁଁ ଅର୍ଥ ବିଷୟକ ଚିନ୍ତା ବଢ଼ିବ । ସ୍ବାସ୍ଥ୍ୟ ଅବସ୍ଥାରେ ହାନି ଘଟିପାରେ । ମାନହାନି ହେବା ସହ ଅଙ୍ଗରେ ଆଘାତ ଲାଗିପାରେ । ନିଜ ଆତ୍ମ ଗର୍ବ ନିଜକୁ ଅସୁବିଧାରେ ପକାଇବ । ଛାତ୍ର ଛାତ୍ରୀମାନଙ୍କ ପାଇଁ ବହୁ ଆଡ଼ମ୍ବରେ ଲଘୁକ୍ରିୟା ।
କୁମ୍ଭ- ଚତୁର୍ଥ ଚନ୍ଦ୍ର ଯୋଗୁଁ ବ୍ୟସ୍ତ ବିବ୍ରତ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଆଲୋଚନା କରି କାର୍ଯ୍ୟ କଲେ ସଫଳତା ମିଳିବ । ବାହାର ଜାଗାକୁ ବୁଲିବାକୁ ଯାଇପାରନ୍ତି । କିଛି ନୂତନ ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟୀଙ୍କୁ ମଧ୍ୟମ ଫଳ ପ୍ରାପ୍ତ ହେବ । କର୍ମ ଚଞ୍ଚଳ ରହିବେ ।
ମୀନ- କିଛି ନୂତନ ଦ୍ରବ୍ୟ କ୍ରୟ କରିବେ । ବ୍ୟବସାୟୀଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ। ଭ୍ରମଣର ଯୋଗ ରହିଛି । ବାହ୍ୟସ୍ଥାନରୁ ସମ୍ମାନ ପ୍ରାପ୍ତି ହୋଇପାରେ । ଛାତ୍ର ଛାତ୍ରୀମାନେ ଅନ୍ୟ ମନସ୍କ ରହିବାର ଦେଖାଯିବ । ଅଳ୍ପ ଧନ ପ୍ରାପ୍ତିର ଯୋଗ ରହିଛି ।