ଘରକୁ ଫେରୁଥିଲେ ବାପପୁଅ; ପିଟି ଦେଲା ଟିପ୍ପର

ବାଟରେ ଘଟିଲା ଅଘଟଣ। ଆଉ ଏକସଙ୍ଗେ ଚାଲିଗଲେ ବାପପୁଅ। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ।

ଘରକୁ ଫେରୁଥିଲେ ବାପପୁଅ; ପିଟି ଦେଲା ଟିପ୍ପର

ସମ୍ପର୍କୀୟଙ୍କ ଘରୁ ହସଖୁସିରେ ବାଇକ୍‌ ଯୋଗେ ନିଜ ଘରକୁ ଫେରୁଥିଲେ ବାପପୁଅ। ହେଲେ ବାଟରେ ଘଟିଲା ଅଘଟଣ। ଆଉ ଏକସଙ୍ଗେ ଚାଲିଗଲେ ବାପପୁଅ। ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା । ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରୁହାଁ ଛକ ନିକଟରେ ଘଟିଛି। ମୃତକଦ୍ୱୟ ହେଲେ ଶିମିଳିଆ ପଞ୍ଚାୟତ ଷଠିଆଟଗିରି ଗ୍ରାମର ସଇନ୍ଦା ଜେନା ଓ ତାଙ୍କ ପୁଅ ମୁନା ଜେନା।

ଉଭୟ ଗତକାଲି ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ସେଠାରୁ ସେମାନେ ଫେରିବା ବେଳେ ବରୁହାଁ ଛକ ନିକଟରେ ଏକ ଟିପ୍ପର ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାସ୍ଥଳରେ ସଦରଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।