ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ଜାଣନ୍ତୁ ରିକ୍ଟର ସ୍କେଲରେ ତିବ୍ରତା କେତେ?

କାବୁଲ୧୭।୩:   ଆଫଗାନିସ୍ତାନରେ ରବିବାର ସନ୍ଧ୍ୟାରେ ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୭ଟା ୫୯ ମିନିଟ୍‌ରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୪.୫ ଥିବା ରେକର୍ଡ କରାଯାଇଛି। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନରେ ଥିଲା। ତେବେ ଏହାର କମ୍ପନ ଭାରତ ଓ ପାକିସ୍ତାନ ସହିତ ତଜାକିସ୍ତାନର କେତେକ ଅଞ୍ଚଳରେ ଅନୁଭୂତ ହୋଇଥିଲା। ଭୂମିକମ୍ପର ତୀବ୍ରତା ୪.୫ ଥିବାରୁ ଲୋକେ ଡରି ଯାଇଥିଲେ। କମ୍ପନ ଅନୁଭୂତ ହେବାମାତ୍ରେ ଲୋକେ ଘରୁ ପଦାକୁ ବାହାରି ଆସିଥିଲେ ପୁଣି ଥରେ କମ୍ପନ ହେବା ଆଶଙ୍କାରେ ରାସ୍ତାରେ ବୁଲାବୁଲି କରୁଥିବାର ଦେଖାଯାଇଥିଲେ। ତେବେ ପରବର୍ତ୍ତି କମ୍ପନ ଅନୁଭୂତ ହୋଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନର ଫୁକୁସୀମାରେ ଶୁକ୍ରବାର ପ୍ରତ୍ୟୁଷରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିଲା। ଏଣୁ ଭୂମିକମ୍ପ ଯୋଗୁ ସେପରି କୌଣସି କ୍ଷୟକ୍ଷତି ହୋଇ ନଥିଲା। 

ଭୂମିକମ୍ପରେ ଥରିଲା ଆଫଗାନିସ୍ତାନ, ଜାଣନ୍ତୁ ରିକ୍ଟର ସ୍କେଲରେ ତିବ୍ରତା କେତେ?

କାବୁଲ୧୭।୩:   ଆଫଗାନିସ୍ତାନରେ ରବିବାର ସନ୍ଧ୍ୟାରେ ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ୭ଟା ୫୯ ମିନିଟ୍‌ରେ କମ୍ପନ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୪.୫ ଥିବା ରେକର୍ଡ କରାଯାଇଛି। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନରେ ଥିଲା। ତେବେ ଏହାର କମ୍ପନ ଭାରତ ଓ ପାକିସ୍ତାନ ସହିତ ତଜାକିସ୍ତାନର କେତେକ ଅଞ୍ଚଳରେ ଅନୁଭୂତ ହୋଇଥିଲା। 

ଭୂମିକମ୍ପର ତୀବ୍ରତା ୪.୫ ଥିବାରୁ ଲୋକେ ଡରି ଯାଇଥିଲେ। କମ୍ପନ ଅନୁଭୂତ ହେବାମାତ୍ରେ ଲୋକେ ଘରୁ ପଦାକୁ ବାହାରି ଆସିଥିଲେ ପୁଣି ଥରେ କମ୍ପନ ହେବା ଆଶଙ୍କାରେ ରାସ୍ତାରେ ବୁଲାବୁଲି କରୁଥିବାର ଦେଖାଯାଇଥିଲେ। ତେବେ ପରବର୍ତ୍ତି କମ୍ପନ ଅନୁଭୂତ ହୋଇ ନାହିଁ। ଉଲ୍ଲେଖଯୋଗ୍ୟ ଯେ ନିକଟରେ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାପାନର ଫୁକୁସୀମାରେ ଶୁକ୍ରବାର ପ୍ରତ୍ୟୁଷରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିଲା। ଏଣୁ ଭୂମିକମ୍ପ ଯୋଗୁ ସେପରି କୌଣସି କ୍ଷୟକ୍ଷତି ହୋଇ ନଥିଲା।