ଇସ୍ରାଏଲ୍ ତେଲ ଅଭିବ-ଜାଫା ବର୍ଡରରେ ଆତଙ୍କବାଦୀ ଆକ୍ରମଣ: ୪ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ଇସ୍ରାଏଲ୍ ତେଲ ଅଭିବ-ଜାଫା ବର୍ଡରରେ ଆତଙ୍କବାଦୀ ଆକ୍ରମଣ। ମଙ୍ଗଳବାର ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି । ଏହା ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି କୁହାଯାଉଛି। ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ନେଇ ଏପର୍ଯ୍ୟନ୍ତ ଖବର ମିଳିପାରି ନାହିଁ। ଟାଇମ୍ସ ଅଫ୍ ଇସ୍ରାଏଲ୍ ଅନୁଯାୟୀ ଟ୍ରାମ ଷ୍ଟେସନ ପାଖରେ ଥିବା ଜେରୁଜେଲମ୍ ଛକରେ ଏହି ଗୁଳି ବିନିମୟ ହୋଇଛି। ଗୁଳିବିନିମୟରେ ଲୋକ ଆହତ ହୋଇଥିବା ସନ୍ଧ୍ୟା ୭.୧ରେ ଖବର ମିଳିଥିଲା ବୋଲି ଇସ୍ରାଏଲ ଏମଡିଏ ଆମ୍ବୁଲାନ୍ସ ସର୍ଭିସ କହିଛି। ଏହାପରେ ଆହତ ଲୋକଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା। କିଛି ଲୋକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। ମିଳିଥିବା ଘଟଣା ବେଳର ଭିଡିଓରେ ଲୋକମାନେ ଆତଙ୍କବାଦୀଙ୍କ ଗୁଳିରୁ ବର୍ତ୍ତିବା ପାଇଁ ତଳେ ଶୋଇ ରହୁଥିବା ଦେଖିବାକୁ ମିଳିଛି।ତେବେ ମଙ୍ଗଳବାର ଇସ୍ରାଏଲ ସାଇରନ ବଜାଇ ଇସ୍ରାଏଲବାସୀଙ୍କୁ ସତର୍କ କରାଇଥିଲା। ଇରାନ ପକ୍ଷରୁ କେତେବେଳେ ବି ଆକ୍ରମଣ ହୋଇପାରେ ବୋଲି ଇସ୍ରାଏଲ କହିଥିଲା। ଏନେଇ ସାଇନର ବଜାଇ ଲୋକଙ୍କୁ ସତର୍କ କରାଯାଇଥିଲା ବୋଲି ଇସ୍ରାଏଲ ସେନା କହିଛି।  

ଇସ୍ରାଏଲ୍ ତେଲ ଅଭିବ-ଜାଫା ବର୍ଡରରେ ଆତଙ୍କବାଦୀ ଆକ୍ରମଣ: ୪ ମୃତ, ଏକାଧିକ ଆହତ

ନୂଆଦିଲ୍ଲୀ: ଇସ୍ରାଏଲ୍ ତେଲ ଅଭିବ-ଜାଫା ବର୍ଡରରେ ଆତଙ୍କବାଦୀ ଆକ୍ରମଣ। ମଙ୍ଗଳବାର ବଡ଼ ଧରଣର ଗୁଳିକାଣ୍ଡ ଘଟିଛି। ଏନେଇ ରୟଟର୍ସରେ ଖବର ପ୍ରକାଶ ପାଇଛି । ଏହା ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି କୁହାଯାଉଛି। ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ନେଇ ଏପର୍ଯ୍ୟନ୍ତ ଖବର ମିଳିପାରି ନାହିଁ। 

ଟାଇମ୍ସ ଅଫ୍ ଇସ୍ରାଏଲ୍ ଅନୁଯାୟୀ ଟ୍ରାମ ଷ୍ଟେସନ ପାଖରେ ଥିବା ଜେରୁଜେଲମ୍ ଛକରେ ଏହି ଗୁଳି ବିନିମୟ ହୋଇଛି। ଗୁଳିବିନିମୟରେ ଲୋକ ଆହତ ହୋଇଥିବା ସନ୍ଧ୍ୟା ୭.୧ରେ ଖବର ମିଳିଥିଲା ବୋଲି ଇସ୍ରାଏଲ ଏମଡିଏ ଆମ୍ବୁଲାନ୍ସ ସର୍ଭିସ କହିଛି। ଏହାପରେ ଆହତ ଲୋକଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଥିଲା। କିଛି ଲୋକଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା। 

ମିଳିଥିବା ଘଟଣା ବେଳର ଭିଡିଓରେ ଲୋକମାନେ ଆତଙ୍କବାଦୀଙ୍କ ଗୁଳିରୁ ବର୍ତ୍ତିବା ପାଇଁ ତଳେ ଶୋଇ ରହୁଥିବା ଦେଖିବାକୁ ମିଳିଛି।

ତେବେ ମଙ୍ଗଳବାର ଇସ୍ରାଏଲ ସାଇରନ ବଜାଇ ଇସ୍ରାଏଲବାସୀଙ୍କୁ ସତର୍କ କରାଇଥିଲା। ଇରାନ ପକ୍ଷରୁ କେତେବେଳେ ବି ଆକ୍ରମଣ ହୋଇପାରେ ବୋଲି ଇସ୍ରାଏଲ କହିଥିଲା। ଏନେଇ ସାଇନର ବଜାଇ ଲୋକଙ୍କୁ ସତର୍କ କରାଯାଇଥିଲା ବୋଲି ଇସ୍ରାଏଲ ସେନା କହିଛି।