‘ସୁଭଦ୍ରା’ ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା  ଏପରିକି ଗୋଟିଏ ପରିବାର ଭିତରେ ତିନି ଜଣ ଥିଲେ ମଧ୍ୟ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରାଯିବ। ସେହିପରି ବିଧବା ମହିଳା କି ଛାତ୍ର ବୃତ୍ତି ପାଉଥିବା କଲେଜ ଝିଅଙ୍କୁ ବି ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ଏହାସହିତ ଗୋଟିଏ ପରିବାରରୁ ଜଣେ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ମଧ୍ୟ ଦୂର ହୋଇଥିବା କୁହାଯାଉଛି ।ଆଜି ବିଧାନସଭାରେ ମହିଳା ଓ ଶିଶୁବିକାଶ ବିଭାଗ, ମିଶନଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବିର ଆଲୋଚନାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ସୁଭଦ୍ରା ଯୋଜନାକୁ ନେଇ ବିରୋଧୀମାନେ ମହିଳାଙ୍କୁ ଭ୍ରମିତ କରୁଛନ୍ତି। ଏଥିରେ ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ସୁଭଦ୍ରା ଯୋଜନା ପାଇଁ ଯେଉଁ ଗାଇଡଲାଇନ୍ ସରକାର ଜାରି କରିଛନ୍ତି ସେହି ଆଧାରରେ ରାଜ୍ୟର ପ୍ରାୟ ୧କୋଟି ୮ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଏହାପରେ ବି ଯଦି କେହି ଯୋଗ୍ୟ ମହିଳା ବାଦ୍ ପଡ଼ିବେ ସରକାର ତାଙ୍କୁ ମଧ୍ୟ ଯୋଜନାର ସୁବିଧା ଯୋଗାଇ ଦେବେ । ସୁଭଦ୍ରା ଯୋଜନାରେ ଗୋଟିଏ ପରିବାରରେ ଯେତେ ମହିଳା ଥିଲେ ବି ସେଥିରେ କିଛି ଅସ

‘ସୁଭଦ୍ରା’ ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା  ଏପରିକି ଗୋଟିଏ ପରିବାର ଭିତରେ ତିନି ଜଣ ଥିଲେ ମଧ୍ୟ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ କରାଯିବ। ସେହିପରି ବିଧବା ମହିଳା କି ଛାତ୍ର ବୃତ୍ତି ପାଉଥିବା କଲେଜ ଝିଅଙ୍କୁ ବି ମଧ୍ୟ ଏହି ଯୋଜନାରେ ସାମିଲ କରାଯିବ। ଏହାସହିତ ଗୋଟିଏ ପରିବାରରୁ ଜଣେ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ମଧ୍ୟ ଦୂର ହୋଇଥିବା କୁହାଯାଉଛି ।

ଆଜି ବିଧାନସଭାରେ ମହିଳା ଓ ଶିଶୁବିକାଶ ବିଭାଗ, ମିଶନଶକ୍ତି ଏବଂ ପର୍ଯ୍ୟଟନ ବିଭାଗର ଖର୍ଚ୍ଚଦାବିର ଆଲୋଚନାର ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ, ସୁଭଦ୍ରା ଯୋଜନାକୁ ନେଇ ବିରୋଧୀମାନେ ମହିଳାଙ୍କୁ ଭ୍ରମିତ କରୁଛନ୍ତି। ଏଥିରେ ମୁଁ ସ୍ପଷ୍ଟ କରିବାକୁ ଚାହେଁ ଯେ ସୁଭଦ୍ରା ଯୋଜନା ପାଇଁ ଯେଉଁ ଗାଇଡଲାଇନ୍ ସରକାର ଜାରି କରିଛନ୍ତି ସେହି ଆଧାରରେ ରାଜ୍ୟର ପ୍ରାୟ ୧କୋଟି ୮ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଏହାପରେ ବି ଯଦି କେହି ଯୋଗ୍ୟ ମହିଳା ବାଦ୍ ପଡ଼ିବେ ସରକାର ତାଙ୍କୁ ମଧ୍ୟ ଯୋଜନାର ସୁବିଧା ଯୋଗାଇ ଦେବେ । 

ସୁଭଦ୍ରା ଯୋଜନାରେ ଗୋଟିଏ ପରିବାରରେ ଯେତେ ମହିଳା ଥିଲେ ବି ସେଥିରେ କିଛି ଅସୁବିଧା ନାହିଁ । ୨୧ ବର୍ଷରୁ ଅଧିକ ଓ ୬୦ବର୍ଷରୁ କମ୍ ବୟସର ପ୍ରତ୍ୟେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ । ବିଧବା ମହିଳା ଓ ଛାତ୍ରବୃତ୍ତି ପାଉଥିବା କଲେଜ ଝିଅଙ୍କୁ ବି ସୁଭଦ୍ରା ଟଙ୍କା ମିଳିବ ବୋଲି ଶ୍ରୀମତୀ ପରିଡ଼ା ସ୍ପଷ୍ଟ କରିଛନ୍ତି । 

ସୋମବାର ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ୍ ଅନୁଯାୟୀ ସୁଭ୍ରଦା ଯୋଜନା ପାଇଁ ଯୋଜନା କମିଟି ଗଠନ କରାଯାଇଛି। କମିଟିରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିଛନ୍ତି, ଉନ୍ନୟନ କମିଶନର ଉପାଧ୍ୟକ୍ଷ ରହିଛନ୍ତି । ଜିଲ୍ଲା ସ୍ତରରେ ଜିଲ୍ଲାସ୍ତରୀୟ ତଦାରଖ କମିଟି ଗଠନ ହେବ। ବ୍ଲକ ସ୍ତରରେ ବ୍ଲକସ୍ତରୀୟ ଯାଞ୍ଚ କମିଟି ଗଠନ କରାଯିବ। ସେହିଭଳି ସହରାଞ୍ଚଳ ନଗର/ନିଗମ ସ୍ତରରେ ସହରାଞ୍ଚଳ ସ୍ତରୀୟ ଯାଞ୍ଚ କମିଟି ହେବ। ଯୋଜନାର ସାମଗ୍ରିକ ତଦାରଖ, କାର୍ଯ୍ୟକାରିତା ପାଇଁ ଦାୟୀ ରହିବ କମିଟି। କମିଟିରେ ୧୨ ସଦସ୍ୟ ଏବଂ ଜଣେ ଉପସଦସ୍ୟ ରହିବେ।