ଭିଡିଓକୁ ନେଇ ଚର୍ଚ୍ଚାରେ

ବେଶ୍‌ କିଛି ଦିନ ହେବ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକଙ୍କ ଛାଡ୍ରପତ୍ର ନେଇ ଚର୍ଚ୍ଚା ଜାରି ରହିଛି । ଉଭୟଙ୍କର ବିଭିନ୍ନ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହାକୁ ନେଇ ଫ୍ୟାନମାନେ ଭିନ୍ନଭିନ୍ନ ଆକଳନ ଲଗାଇବାରେ ଲାଗିଛନ୍ତି । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯେଉଁଥିରେ ଐଶ୍‌ ଓ ଆରାଧ୍ୟାଙ୍କୁ ଅମିତାଭଙ୍କ ଘରକୁ ଯିବାର ଦେଖିବାକୁ ମିଳୁଛି । ହେଲେ ଏଥିରେ ଆରାଧ୍ୟା ସ୍କୁଲ ୟୁନିଫର୍ମରେ ନଜର […]

ଭିଡିଓକୁ ନେଇ ଚର୍ଚ୍ଚାରେ
ଭିଡିଓକୁ ନେଇ ଚର୍ଚ୍ଚାରେ

ବେଶ୍‌ କିଛି ଦିନ ହେବ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକଙ୍କ ଛାଡ୍ରପତ୍ର ନେଇ ଚର୍ଚ୍ଚା ଜାରି ରହିଛି । ଉଭୟଙ୍କର ବିଭିନ୍ନ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହାକୁ ନେଇ ଫ୍ୟାନମାନେ ଭିନ୍ନଭିନ୍ନ ଆକଳନ ଲଗାଇବାରେ ଲାଗିଛନ୍ତି । ସେହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯେଉଁଥିରେ ଐଶ୍‌ ଓ ଆରାଧ୍ୟାଙ୍କୁ ଅମିତାଭଙ୍କ ଘରକୁ ଯିବାର ଦେଖିବାକୁ ମିଳୁଛି । ହେଲେ ଏଥିରେ ଆରାଧ୍ୟା ସ୍କୁଲ ୟୁନିଫର୍ମରେ ନଜର ଆସିଛନ୍ତି । ତେଣୁ ଭିଡିଓରୁ ସ୍ପଷ୍ଟ ହେଉଛି କି ଆରାଧ୍ୟା ସିଧା ସ୍କୁଲରୁ ଅମିତାଭଙ୍କ ଘରକୁ ଆସିଛନ୍ତି । ସେହିଭଳି ଉଭୟ ମିଡିଆକୁ ଆଭୋଏଡ୍‌ କରିବା ଭଳି ମଧ୍ୟ ଦେଖିବାକୁ ମିଳିଛି । ତେଣୁ ସବୁକିଛି ଠିକ୍‌ ନାହିଁ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଗତ ଦିନରେ ଅମ୍ବାନୀ ପରିବାରର ବାହାଘରରେ ଉଭୟ ଐଶ୍‌ ଓ ଆରାଧ୍ୟା ବଚ୍ଚନ ପରିବାର ଠାରୁ ଭିନ୍ନ ଭାବେ ଯୋଗ ଦେଇଥିଲେ । ହେଲେ ପରେ ଅଭିଷେକଙ୍କୁ ଉଭୟଙ୍କ ସହିତ ଏକାଠି ଦେଖିବାକୁ ମିଳିଥିଲା । ସେହିଭଳି ଅଭିଷେକଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ ଐଶଙ୍କ ସହ ବିଚ୍ଛେଦ କଥା ସ୍ପଷ୍ଟ କରିଥିଲେ, କିନ୍ତୁ ପରେ ଜଣା ପଡିଲା ଏହା ଡିପ୍‌ଫେକ୍‌ ଭିଡିଓ ଥିଲା । ଯାହାକୁ ଏଆଇ ବ୍ୟବହାର କରି ପ୍ରସ୍ତୁତ କରାଯାଇଥିଲା । ତେଣୁ ଏଭଳି ଚର୍ଚ୍ଚା ଫ୍ୟାନଙ୍କୁ ବେଶ୍‌ କଷ୍ଟ ଦେଉଛି । ସେମାନେ ଉଭୟ ଐଶ ଓ ଅଭିଷେକଙ୍କୁ ଏକାଠି ଦେଖିବାକୁ ଚାହୁଁଥିବା କମେଣ୍ଟ ମାଧ୍ୟମରେ ଜଣାଉଛନ୍ତି ।