ସହଦେଵଙ୍କୁ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ସହ ନିଯୁକ୍ତି

ଭୁବନେଶ୍ୱର : ସଫେଇ କର୍ମଚାରୀ ସଂଘର ସଭାପତି ସ୍ବର୍ଗତ ସହଦେବ ନାୟକଙ୍କ ପରିବାରଙ୍କୁ ସଫେଇ ଏଜେନ୍ସିଗୁଡିକ ପକ୍ଷରୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଶୁକ୍ରବାର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଏହା ସ୍ଥିର କରାଯାଇଛି। ଏହାସହିତ ସ୍ବର୍ଗତ ନାୟକଙ୍କ ପତ୍ନୀଙ୍କୁ ଜାଗୃତି ଏଜେନ୍ସିରେ ସୁପଭାଇଜର ଭାବେ ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଛି। ଅପରପକ୍ଷେ ମେୟର ଗୃହ […]

ସହଦେଵଙ୍କୁ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ସହ ନିଯୁକ୍ତି
ସହଦେଵଙ୍କୁ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ସହ ନିଯୁକ୍ତି

ଭୁବନେଶ୍ୱର : ସଫେଇ କର୍ମଚାରୀ ସଂଘର ସଭାପତି ସ୍ବର୍ଗତ ସହଦେବ ନାୟକଙ୍କ ପରିବାରଙ୍କୁ ସଫେଇ ଏଜେନ୍ସିଗୁଡିକ ପକ୍ଷରୁ ୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଶୁକ୍ରବାର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏବଂ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ସ୍ବତନ୍ତ୍ର ବୈଠକରେ ଏହା ସ୍ଥିର କରାଯାଇଛି। ଏହାସହିତ ସ୍ବର୍ଗତ ନାୟକଙ୍କ ପତ୍ନୀଙ୍କୁ ଜାଗୃତି ଏଜେନ୍ସିରେ ସୁପଭାଇଜର ଭାବେ ନିଯୁକ୍ତି ଦେବା ପାଇଁ ସ୍ଥିର ହୋଇଛି। ଅପରପକ୍ଷେ ମେୟର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସହଦେବଙ୍କ ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ସହିତ ତାଙ୍କ ପତ୍ନୀଙ୍କୁ ବିଏମ୍‌ସିରେ ଚାକିରୀ ପ୍ରଦାନ ପାଇଁ ଉଲ୍ଲେଖ କରାଯାଇଛି।

ସୂଚନା ଯୋଗ୍ୟ କି, ମୃତ ସହଦେବ ନାୟକ ଏଜେନ୍ସି ଜରିଆରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟକରୁଥିଲେ । ଗତ ୨ ଦିନ ତଳେ କେତେକ ଦୁବୃର୍ତ୍ତ ତାଙ୍କୁ ରସୁଲଗଡ ଓଭର ବ୍ରିଜ୍ ଉପରେ ହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ।