ଥାନାରେ ଲିକର୍ ପାର୍ଟି କରି ୨ ତେଲେଙ୍ଗାନା ପୁଲିସ ନିଲମ୍ବିତ
ନୂଆଦିଲ୍ଲୀ : ତେଲେଙ୍ଗାନାର ମେହବୁବାବାଦ୍ ଜିଲ୍ଲାରେ ଏକ ଥାନାରେ ଜଣେ ହେଡ୍ କନେଷ୍ଟବଳ ଏବଂ ଅନ୍ୟ ଜଣେ କନେଷ୍ଟବଳ ଥାନା ପରିସରରେ ଲିକର୍ ପାର୍ଟି ଆୟୋଜନ କରି ଚାକିରିରୁ ନିଲମ୍ବିତ ହୋଇଛନ୍ତି। ପେଡ୍ଡାଭଙ୍ଗରା ଥାନା ହେଡ କନେଷ୍ଟବଳ ରାଜା ରାମ୍ ଏବଂ କନେଷ୍ଟବଳ ସୁଧାକର ଅନ୍ୟ ୨ ଜଣ ବାହାର ଲୋକଙ୍କ ସହ ମିଶି ଥାନାରେ ମଦ ପିଉଥିଲେ। ସେମାନେ ପାର୍ଟି ମନାଉଥିଲେ ଏବଂ ସେହି ସମୟରେ ଥାନାକୁ ଅଭିଯୋଗ କରିବାପାଇଁ ଆସିଥିବା ଲୋକମାନଙ୍କୁ ଦେଖା କରିନଥିଲେ। […]

ନୂଆଦିଲ୍ଲୀ : ତେଲେଙ୍ଗାନାର ମେହବୁବାବାଦ୍ ଜିଲ୍ଲାରେ ଏକ ଥାନାରେ ଜଣେ ହେଡ୍ କନେଷ୍ଟବଳ ଏବଂ ଅନ୍ୟ ଜଣେ କନେଷ୍ଟବଳ ଥାନା ପରିସରରେ ଲିକର୍ ପାର୍ଟି ଆୟୋଜନ କରି ଚାକିରିରୁ ନିଲମ୍ବିତ ହୋଇଛନ୍ତି। ପେଡ୍ଡାଭଙ୍ଗରା ଥାନା ହେଡ କନେଷ୍ଟବଳ ରାଜା ରାମ୍ ଏବଂ କନେଷ୍ଟବଳ ସୁଧାକର ଅନ୍ୟ ୨ ଜଣ ବାହାର ଲୋକଙ୍କ ସହ ମିଶି ଥାନାରେ ମଦ ପିଉଥିଲେ। ସେମାନେ ପାର୍ଟି ମନାଉଥିଲେ ଏବଂ ସେହି ସମୟରେ ଥାନାକୁ ଅଭିଯୋଗ କରିବାପାଇଁ ଆସିଥିବା ଲୋକମାନଙ୍କୁ ଦେଖା କରିନଥିଲେ। ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଥିଲା। ସାଧାରଣ ଜନତାଙ୍କଠାରୁ ଏନେଇ ଅଭିଯୋଗ ହେବାପରେ ଏସ୍ପି ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ମାମଲାରେ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣା ପରେ ଆଇଜି ଚନ୍ଦ୍ରଶେଖର ରେଡ୍ଡି ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୨ ଅଫିସରଙ୍କ ବିରୋଧରେ ନିଲମ୍ବନ ନିର୍ଦ୍ଦେଶ ଜାରି ହୋଇଛି।