୧୦ ବର୍ଷ ପରେ ବଦଳିଲା କଂଗ୍ରେସର ଭାଗ୍ୟ: ଲୋକ ସଭାରେ ପ୍ରଥମ ବିଜୟ…
ନୂଆଦିଲ୍ଲୀ,୨୬।୬:କ୍ରମାଗତ ଦ୍ୱିତୀୟ ଥର ପାଇଁ ଓମ ବିର୍ଲା ବୁଧବାର ଲୋକ ସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ରାହୁଲ ଗାନ୍ଧୀଙ୍କୁ ୧୦ ବର୍ଷ ପରେ ବିରୋଧୀ ଦଳର ନେତା ଭାବରେ ସ୍ବୀକୃତି ଦେଇଛନ୍ତି। କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହୋଇଥିଲେ। ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ତାଙ୍କ ନାମ ଘୋଷଣା କରିଥିଲେ। ରାହୁଲ ଗାନ୍ଧୀଙ୍କୁ ଲୋକ ସଭାରେ ବିରୋଧୀ ଦଳର ନେତା […] The post ୧୦ ବର୍ଷ ପରେ ବଦଳିଲା କଂଗ୍ରେସର ଭାଗ୍ୟ: ଲୋକ ସଭାରେ ପ୍ରଥମ ବିଜୟ… appeared first on Dharitri Odia News.
ନୂଆଦିଲ୍ଲୀ,୨୬।୬:କ୍ରମାଗତ ଦ୍ୱିତୀୟ ଥର ପାଇଁ ଓମ ବିର୍ଲା ବୁଧବାର ଲୋକ ସଭା ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ଏହା ପରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ରାହୁଲ ଗାନ୍ଧୀଙ୍କୁ ୧୦ ବର୍ଷ ପରେ ବିରୋଧୀ ଦଳର ନେତା ଭାବରେ ସ୍ବୀକୃତି ଦେଇଛନ୍ତି। କଂଗ୍ରେସ ଏମ୍ପି ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହୋଇଥିଲେ। ଦଳର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ତାଙ୍କ ନାମ ଘୋଷଣା କରିଥିଲେ।
ରାହୁଲ ଗାନ୍ଧୀଙ୍କୁ ଲୋକ ସଭାରେ ବିରୋଧୀ ଦଳର ନେତା ଭାବେ ନିଯୁକ୍ତ କରିବାର ନିଷ୍ପତ୍ତି ନୂଆଦିଲ୍ଲୀରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ଇଣ୍ଡିଆ ମେଣ୍ଟର ନେତାଙ୍କ ବୈଠକରେ ନିଆଯାଇଛି। ରାହୁଲ ଗାନ୍ଧୀ ପାଞ୍ଚ ଥର ଏମ୍ପି ରହିଛନ୍ତି ଏବଂ ବର୍ତ୍ତମାନ ଲୋକ ସଭାରେ ରାଏବରେଲି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି।
ଏହାପୂର୍ବରୁ ବୁଧବାର ଦିନ ରାଜସ୍ଥାନର କୋଟାରୁ ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍ପି ଓମ ବିର୍ଲା ଦ୍ୱିତୀୟ ଥର ପାଇଁ ଲୋକ ସଭା ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ତାଙ୍କୁ ଆସନ ପର୍ଯ୍ୟନ୍ତ ନେଇଥିଲେ।
The post ୧୦ ବର୍ଷ ପରେ ବଦଳିଲା କଂଗ୍ରେସର ଭାଗ୍ୟ: ଲୋକ ସଭାରେ ପ୍ରଥମ ବିଜୟ… appeared first on Dharitri Odia News.