ଲଜ୍‌ରେ ଚାଲିଥିଲା ଗଞ୍ଜେଇ ବେପାର: ମାଡ଼ି ବସିଲା ପୋଲିସ

ବ୍ରହ୍ମପୁର.୧୨ା୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଏକ ଲଜ୍‌ରେ ଗଞ୍ଜେଇ ବ୍ୟବସାୟ ଚାଲିଥିବା ଖବରପାଇ ଗୋଷାଣିନୂଆଗାଁ ପୋଲିସ ୩ ଜଣଙ୍କୁ ଧରିଥିଲା। ସେଠାରୁ ୨୧ କେଜି ୪୫୦ ଗ୍ରାମ ଗଞ୍ଜେଇ, ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ୨ଟି ମୋବାଇଲ ଫୋନ୍‌ ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି। ମୁଖ୍ୟ ବ୍ୟବସାୟୀ କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଲଣ୍ଡାଗୁଡି ଗ୍ରାମର ବିବେକ ସେନାପତି(୩୫) ଓ ଅନ୍ୟ ୨ ଯୁବକଙ୍କୁ ଜେରା ବେଳେ ସେମାନେ ପଶ୍ଚିମବଙ୍ଗର ଶଙ୍କର ଝାଙ୍କ ନିର୍ଦ୍ଦେଶରେ କନ୍ଧମାଳରୁ […] The post ଲଜ୍‌ରେ ଚାଲିଥିଲା ଗଞ୍ଜେଇ ବେପାର: ମାଡ଼ି ବସିଲା ପୋଲିସ appeared first on Dharitri Odia News.

ଲଜ୍‌ରେ ଚାଲିଥିଲା ଗଞ୍ଜେଇ ବେପାର: ମାଡ଼ି ବସିଲା ପୋଲିସ

ବ୍ରହ୍ମପୁର.୧୨ା୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଏକ ଲଜ୍‌ରେ ଗଞ୍ଜେଇ ବ୍ୟବସାୟ ଚାଲିଥିବା ଖବରପାଇ ଗୋଷାଣିନୂଆଗାଁ ପୋଲିସ ୩ ଜଣଙ୍କୁ ଧରିଥିଲା। ସେଠାରୁ ୨୧ କେଜି ୪୫୦ ଗ୍ରାମ ଗଞ୍ଜେଇ, ଗୋଟିଏ ଦେଶୀ ବନ୍ଧୁକ, ଗୁଳି, ୨ଟି ମୋବାଇଲ ଫୋନ୍‌ ଓ ଗୋଟିଏ ବାଇକ୍‌ ଜବତ କରାଯାଇଛି।

ମୁଖ୍ୟ ବ୍ୟବସାୟୀ କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନା ଲଣ୍ଡାଗୁଡି ଗ୍ରାମର ବିବେକ ସେନାପତି(୩୫) ଓ ଅନ୍ୟ ୨ ଯୁବକଙ୍କୁ ଜେରା ବେଳେ ସେମାନେ ପଶ୍ଚିମବଙ୍ଗର ଶଙ୍କର ଝାଙ୍କ ନିର୍ଦ୍ଦେଶରେ କନ୍ଧମାଳରୁ ଗଞ୍ଜେଇ ଆଣିଥିବା ବେଳେ ତାହା ଟ୍ରେନରେ କୋଲକତା ଚାଲାଣ ହୋଇଥାନ୍ତା ବୋଲି ଜଣାପଡିଛି। ଏ ନେଇ ନଂ. ୧୦୮/୨୪ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ଲଜ୍‌ର ୧୦୨ ନମ୍ବର ରୁମକୁ ବନ୍ଦ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଫେରାର ଥିବା ଶଙ୍କର ଝାଙ୍କୁ ଧରିବା ପାଇଁ ଟ୍ରାକିଂ କରାଯାଉଥିବା ଅତିରିକ୍ତ ଏସ୍‌ପି ରମେଶ ଚନ୍ଦ୍ର ସେଠୀ ଶୁକ୍ରବାର ସୂଚନା ଦେଇଛନ୍ତି।

The post ଲଜ୍‌ରେ ଚାଲିଥିଲା ଗଞ୍ଜେଇ ବେପାର: ମାଡ଼ି ବସିଲା ପୋଲିସ appeared first on Dharitri Odia News.