ଯେଉଁ କଲେଜରେ ପଢ଼ୁଥିଲେ, ସେଠାକୁ ମୁଖ୍ୟଅତିଥି ହୋଇ ଯିବେ ମୁଖ୍ୟମନ୍ତ୍ରୀ
ଆନନ୍ଦପୁର: ଚଳିତ ମାସ ୯ ତାରିଖ ରବିବାର ମୁଖ୍ୟମନ୍ତ୍ରୀଙ୍କ ଆନନ୍ଦପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଆନନ୍ଦପୁର ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜେ ମୁଖ୍ୟମନ୍ତ୍ରୀ ଏହି ମହାବିଦ୍ୟାଳୟ ଠାରେ ନିଜର +2 ପାଠ ପଢିଥିଲେ। ମହାବିଦ୍ୟାଳୟର ବାର୍ଷିକୋତ୍ସବରେ ଯୋଗଦେବା ଅବସରରେ ଭର୍ଚୁଆଲରେ ଆନନ୍ଦପୁର ଉପଖଣ୍ଡରେ କିଛି ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତ ଜୋରସୋରରେ ଚାଲିଛି। ସଂଧ୍ୟାରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ ଓ ଏସପି କୁସଲକର ନିତିନି ମହାବିଦ୍ୟାଳୟ ଠାରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। କଲେଜ ପଡିଆଠାରେ ହେବାକୁଥିବା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯେପରି କିଛି ତ୍ରୁଟି ନରହିଯାଏ ତାର ଟିକନିକ୍ ଭାବେ ତଦାରଖ କରିଛନ୍ତି ଉଭୟ ଜିଲ୍ଲାପାଳ ଓ ଏସପି। ସଭା ସ୍ଥଳ ଠାରୁ ଆରମ୍ଭକରି ହେଲିପ୍ୟାଡ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତିକୁ ଗୁରୁତର ସହ ନେଇଛି ପ୍ରଶାସନ ଓ ମହାବିଦ୍ୟାଳୟର କର୍ତ୍ତୃପକ୍ଷ। ଆଜିର ଏହି ସମୀକ୍ଷାରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଆନନ୍ଦପୁର ଉପଖଣ୍ଡ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।
ଆନନ୍ଦପୁର: ଚଳିତ ମାସ ୯ ତାରିଖ ରବିବାର ମୁଖ୍ୟମନ୍ତ୍ରୀଙ୍କ ଆନନ୍ଦପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ଆନନ୍ଦପୁର ମହାବିଦ୍ୟାଳୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜେ ମୁଖ୍ୟମନ୍ତ୍ରୀ ଏହି ମହାବିଦ୍ୟାଳୟ ଠାରେ ନିଜର +2 ପାଠ ପଢିଥିଲେ। ମହାବିଦ୍ୟାଳୟର ବାର୍ଷିକୋତ୍ସବରେ ଯୋଗଦେବା ଅବସରରେ ଭର୍ଚୁଆଲରେ ଆନନ୍ଦପୁର ଉପଖଣ୍ଡରେ କିଛି ବିକାଶମୂଳକ କାର୍ଯ୍ୟର ଉଦ୍ଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତ ଜୋରସୋରରେ ଚାଲିଛି। ସଂଧ୍ୟାରେ କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ ଓ ଏସପି କୁସଲକର ନିତିନି ମହାବିଦ୍ୟାଳୟ ଠାରେ ପହଞ୍ଚି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। କଲେଜ ପଡିଆଠାରେ ହେବାକୁଥିବା ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଯେପରି କିଛି ତ୍ରୁଟି ନରହିଯାଏ ତାର ଟିକନିକ୍ ଭାବେ ତଦାରଖ କରିଛନ୍ତି ଉଭୟ ଜିଲ୍ଲାପାଳ ଓ ଏସପି।
ସଭା ସ୍ଥଳ ଠାରୁ ଆରମ୍ଭକରି ହେଲିପ୍ୟାଡ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତିକୁ ଗୁରୁତର ସହ ନେଇଛି ପ୍ରଶାସନ ଓ ମହାବିଦ୍ୟାଳୟର କର୍ତ୍ତୃପକ୍ଷ। ଆଜିର ଏହି ସମୀକ୍ଷାରେ ଜିଲ୍ଲାପାଳ ଓ ଏସପିଙ୍କ ସହ ଆନନ୍ଦପୁର ଉପଖଣ୍ଡ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ।