ତାମିଲନାଡୁରେ ବିଏସପି ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ହତ୍ୟା

ଚେନ୍ନାଇ ୫।୭: ତାମିଲନାଡୁ ବହୁଜନ ସମାଜ ପାର୍ଟି (ବିଏସପି) ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଅଜ୍ଞାତ ଆତତାୟୀ ତାଙ୍କ ପେରାମ୍ବୁରସ୍ଥିତ ଘର ନିକଟରେ ହତ୍ୟା କରିଛନ୍ତି। ଅପରାଧୀମାନେ ପେରାମ୍ବୁର ସଦାୟପ୍ପନ ଷ୍ଟ୍ରିଟ୍‌ରେ ତାଙ୍କୁ ଛୁରି ମାରି ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ୬ ଜଣ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଥିବା ବେଳେ ଚେନ୍ନାଇ ପୋଲି ଆତତାୟୀଙ୍କ ସନ୍ଧାନ ଆରମ୍ଭ କରିଛି। ଏହି ଘଟଣା ସେମ୍ବିୟମ ପୋଲିସ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରେ ହୋଇଛି। ସୂଚନା ମୁତାବକ ହତ୍ୟାକାରୀମାନେ ଦୁଇ ଚକିଆ ବାହନରେ ଆସି ହତ୍ୟାକାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆର୍ମଷ୍ଟ୍ରଙ୍ଗ ଅତୀତରେ ଚେନ୍ନାଇ ନଗର ନିଗମର କର୍ପୋରେଟର ଥିଲେ। ଆତତାୟୀଙ୍କ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷିତ କରିଦିଆଯାଇଛି। ପେଷାରେ ଓକିଲ ଆର୍ମଷ୍ଟ୍ରଙ୍ଗ ୨୦୦୬ ମସିହା ପୌର ନିର୍ବାଚନରେ ସ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀତା କରି କର୍ପୋରେଟର ନିର୍ବାଚିତ ହୋଇଥିଲେ। ୨୦୦୭ ମସିହାରେ ସେ ତାମିଲନାଡୁ ରାଜ୍ୟ ୟୁନିଟ୍‌ ସଦସ୍ୟତା ଗ୍ରହଣ କରିଥିଲେ। ସେବେଠାରୁ ସେ ପାର୍ଟି ସହିତ ସମ୍ପୃକ୍ତ ଥିବା ବେଳେ ରାଜ୍ୟ ସଭାପତି ହୋଇଥିଲେ। ତେବେ ବ୍ୟକ୍ତିଗତ ଶତ୍ରୁତା ଅଥବା ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ

ତାମିଲନାଡୁରେ ବିଏସପି ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ହତ୍ୟା

ଚେନ୍ନାଇ ୫।୭: ତାମିଲନାଡୁ ବହୁଜନ ସମାଜ ପାର୍ଟି (ବିଏସପି) ଅଧ୍ୟକ୍ଷ ଆର୍ମଷ୍ଟ୍ରଙ୍ଗଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଅଜ୍ଞାତ ଆତତାୟୀ ତାଙ୍କ ପେରାମ୍ବୁରସ୍ଥିତ ଘର ନିକଟରେ ହତ୍ୟା କରିଛନ୍ତି। ଅପରାଧୀମାନେ ପେରାମ୍ବୁର ସଦାୟପ୍ପନ ଷ୍ଟ୍ରିଟ୍‌ରେ ତାଙ୍କୁ ଛୁରି ମାରି ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ ୬ ଜଣ ସମ୍ପୃକ୍ତ ଥିବାର ସନ୍ଦେହ କରାଯାଉଥିବା ବେଳେ ଚେନ୍ନାଇ ପୋଲି ଆତତାୟୀଙ୍କ ସନ୍ଧାନ ଆରମ୍ଭ କରିଛି। 

ଏହି ଘଟଣା ସେମ୍ବିୟମ ପୋଲିସ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରେ ହୋଇଛି। ସୂଚନା ମୁତାବକ ହତ୍ୟାକାରୀମାନେ ଦୁଇ ଚକିଆ ବାହନରେ ଆସି ହତ୍ୟାକାଣ୍ଡ ଭିଆଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଆର୍ମଷ୍ଟ୍ରଙ୍ଗ ଅତୀତରେ ଚେନ୍ନାଇ ନଗର ନିଗମର କର୍ପୋରେଟର ଥିଲେ। ଆତତାୟୀଙ୍କ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କୁ ମୃତ ଘୋଷିତ କରିଦିଆଯାଇଛି। 

ପେଷାରେ ଓକିଲ ଆର୍ମଷ୍ଟ୍ରଙ୍ଗ ୨୦୦୬ ମସିହା ପୌର ନିର୍ବାଚନରେ ସ୍ୱାଧୀନ ପ୍ରତିଦ୍ୱନ୍ଦ୍ୱୀତା କରି କର୍ପୋରେଟର ନିର୍ବାଚିତ ହୋଇଥିଲେ। ୨୦୦୭ ମସିହାରେ ସେ ତାମିଲନାଡୁ ରାଜ୍ୟ ୟୁନିଟ୍‌ ସଦସ୍ୟତା ଗ୍ରହଣ କରିଥିଲେ। ସେବେଠାରୁ ସେ ପାର୍ଟି ସହିତ ସମ୍ପୃକ୍ତ ଥିବା ବେଳେ ରାଜ୍ୟ ସଭାପତି ହୋଇଥିଲେ। ତେବେ ବ୍ୟକ୍ତିଗତ ଶତ୍ରୁତା ଅଥବା ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ମାମଲାର ତଦନ୍ତ ନିମନ୍ତେ ସେମ୍ବିୟମ ପୋଲିସ ପକ୍ଷରୁ ଇନିସପେକ୍ଟର ଚିରଞ୍ଜିବୀଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଛି।