ପାକିସ୍ତାନ ସମର୍ଥନରେ ବାହାରିଲା ଚୀନ
ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କୂଟନୈତିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନେବା ପରେ ପାକିସ୍ତାନ ଛାନିଆ ହୋଇ ଚୀନର ଶରଣ ପଶିଛି। ଯାହା ଫଳରେ ଚୀନ ପାକିସ୍ତାନକୁ ଏହାର ସମର୍ଥନ ଜଣାଇଛି। ପାକିସ୍ତାନର ଅନ୍ତରୀଣ ସୁରକ୍ଷା, ସର୍ବଭୌମତ୍ଵ ରକ୍ଷା କ୍ଷେତ୍ରରେ ଚୀନ ଦୃଢ଼ ସମର୍ଥନ କରୁଛି ବୋଲି ଘୋଷଣା କରିଛି। ଏହା ସହିତ ପହଲଗାଓଁ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛି। ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ମହମ୍ମଦ ଇଶାକ ଦାର […]

ସମାଜ ଡିଜିଟାଲ ଡେସ୍କ: ପହଲଗାଓଁ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କୂଟନୈତିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ନେବା ପରେ ପାକିସ୍ତାନ ଛାନିଆ ହୋଇ ଚୀନର ଶରଣ ପଶିଛି। ଯାହା ଫଳରେ ଚୀନ ପାକିସ୍ତାନକୁ ଏହାର ସମର୍ଥନ ଜଣାଇଛି। ପାକିସ୍ତାନର ଅନ୍ତରୀଣ ସୁରକ୍ଷା, ସର୍ବଭୌମତ୍ଵ ରକ୍ଷା କ୍ଷେତ୍ରରେ ଚୀନ ଦୃଢ଼ ସମର୍ଥନ କରୁଛି ବୋଲି ଘୋଷଣା କରିଛି। ଏହା ସହିତ ପହଲଗାଓଁ ଆକ୍ରମଣର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛି।
ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ମହମ୍ମଦ ଇଶାକ ଦାର ରବିବାର ଚୀନ ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟିଙ୍କୁ ଫୋନ୍ କରି ସହଯୋଗ ଭିକ୍ଷା ମାଗିଥିଲେ। ଏହା ପରେ ଓ୍ବାଙ୍ଗ୍ ୟି କହିଛନ୍ତି, ଚୀନ ଏହି ଘଟଣା ଉପରେ ନଜର ରଖିଛି। ଭାରତ ପାକିସ୍ତାନ ସହିତ ବାଣିଜ୍ୟ, ସୀମା ଏବଂ ଅନ୍ୟାନ୍ୟ ଚୁକ୍ତିକୁ ରଦ୍ଦ କରିବା ପରେ ଉଭୟ ଦେଶ ମଧ୍ୟରେ ଦ୍ଵିପାକ୍ଷିକ ସମ୍ପର୍କ ଖରାପ ହୋଇଛି। ତେଣୁ ଦୁଇ ଦେଶ ଉତ୍ତେଜନା ହ୍ରାସ ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି।