ଦାରିଙ୍ଗବାଡିରେ ମହିଳାଙ୍କ ବଢ଼ିଲା ଉତ୍ସାହ: ସୁଭଦ୍ରା ଟଙ୍କାପାଇ..
ଦାରିଙ୍ଗବାଡି,୧୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ ପଡିଆଠାରେ ସୁଭଦ୍ରା ଯୋଜନାର ଲୋକାର୍ପିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିିଶା ଜୀବିକା ମିଶନର ବିପିଏମ ପିଣ୍ଟୁ ନାୟକଙ୍କ ମଞ୍ଚ ସଂଯୋଜନରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ମୁଖ୍ୟବକ୍ତା ବିଡିିଓ ଗଦାଧର ପାତ୍ର, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ଏମ୍ପି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଦାରିଙ୍ଗବାଡି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ଜିଲା ପରିଷଦ ସଦସ୍ୟ ରଞ୍ଜନ କୁମାର […] The post ଦାରିଙ୍ଗବାଡିରେ ମହିଳାଙ୍କ ବଢ଼ିଲା ଉତ୍ସାହ: ସୁଭଦ୍ରା ଟଙ୍କାପାଇ.. appeared first on Dharitri Odia News.
ଦାରିଙ୍ଗବାଡି,୧୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ହେଲିପ୍ୟାଡ ପଡିଆଠାରେ ସୁଭଦ୍ରା ଯୋଜନାର ଲୋକାର୍ପିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିିଶା ଜୀବିକା ମିଶନର ବିପିଏମ ପିଣ୍ଟୁ ନାୟକଙ୍କ ମଞ୍ଚ ସଂଯୋଜନରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ମୁଖ୍ୟବକ୍ତା ବିଡିିଓ ଗଦାଧର ପାତ୍ର, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ଏମ୍ପି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଦାରିଙ୍ଗବାଡି ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକ, ଜିଲା ପରିଷଦ ସଦସ୍ୟ ରଞ୍ଜନ କୁମାର ପ୍ରଧାନ, କାଶ୍ମୀରା ବ୍ଲକ ମହିଳା ଫେଡେରେଶନର ସଭାନେତ୍ରୀ ରଶ୍ମିଦେବୀ ନାୟକ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ବିଡିିଓ ନିଜ ଅଭିଭାଷଣରେ କହିଥିଲେ ଯେ, ମହିଳାମାନେ ସ୍ବାବଲମ୍ବୀ ହେବା ପାଇଁ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା କରୁଛନ୍ତି। ଏହା ବର୍ଷକୁ ଦୁଇଟି କିସ୍ତିରେ ଦିଆଯିବ ପ୍ରଥମ କିସ୍ତି ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଓ ଦିତୀୟ କିସ୍ତି ମହିଳା ଦିବସରେ ଦିଆଯି । ବବର୍ଷକୁ ୧୦ ହଜାର ମିଳିବା ସହ ୫ ବର୍ଷ ମଧ୍ୟରେ ମୋଟ ୫୦ ହଜାର ପର୍ଯ୍ୟନ୍ତ ମିଳିବ ବୋଲି କହିଛନ୍ତି। ସ୍ବଳ୍ପ ଟଙ୍କାରେ ନିଜ ବ୍ୟବସାୟ ଆରମ୍ଭ କରିବାକୁ କହିଥିଲେ। ଆଶା କର୍ମୀ ରଶ୍ମୀ ଦିଗଲ ପ୍ରଥମ କିସ୍ତି ପାଇ ନିଜ ଖୁସି ଜଣାଇଥିଲେ ସେହିପରି ସ୍ବୟଂ ସହାୟକ ଗୋଷ୍ଠୀର ବାସନ୍ତି ନାୟକ ମଧ୍ୟ ଏହି ଯୋଜନାରେ ସାମିଲ ହୋଇ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି। ଏହା ସହ କେତେ ଜଣ ପିଏମ୍ ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ ଖୁସିଅଛନ୍ତି।
The post ଦାରିଙ୍ଗବାଡିରେ ମହିଳାଙ୍କ ବଢ଼ିଲା ଉତ୍ସାହ: ସୁଭଦ୍ରା ଟଙ୍କାପାଇ.. appeared first on Dharitri Odia News.