ଛେଳିପଲ ଉପରେ ମାଡ଼ିଗଲା ଟ୍ରକ୍, ୨୯ ଛେଳିଙ୍କ ଜୀବନ ଗଲା
ଖଲ୍ଲିକୋଟ,୨୯ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡୀ ଢାବା ନିକଟରେ ରାସ୍ତା ଉପରେ ପାର ହେଉଥିବା ଛେଳିପଲ ଉପରେ ଏକ ଟ୍ରକ୍ ମାଡ଼ି ଯିବାରୁ ୨୯ଟି ଛେଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦଲିବାଟି ଗ୍ରାମର କୈଳାସ ପାତ୍ରଙ୍କ ଛେଳିପଲ ଶୁକ୍ରବାର ରାତିରେ ଗାଁକୁ ଫେରିବା ପାଇଁ ଜାତୀୟ ରାଜପଥ ରାସ୍ତା ପାର୍ ହେଉଥିବା ବେଳେ ଏକ ଟ୍ରକ୍ ନମ୍ବର ଏପି ୩୯ ଟିବି ୫୬୬୫ ମାଡ଼ି ଯାଇଥିଲା। […] The post ଛେଳିପଲ ଉପରେ ମାଡ଼ିଗଲା ଟ୍ରକ୍, ୨୯ ଛେଳିଙ୍କ ଜୀବନ ଗଲା appeared first on Dharitri Odia News.
ଖଲ୍ଲିକୋଟ,୨୯ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡୀ ଢାବା ନିକଟରେ ରାସ୍ତା ଉପରେ ପାର ହେଉଥିବା ଛେଳିପଲ ଉପରେ ଏକ ଟ୍ରକ୍ ମାଡ଼ି ଯିବାରୁ ୨୯ଟି ଛେଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦଲିବାଟି ଗ୍ରାମର କୈଳାସ ପାତ୍ରଙ୍କ ଛେଳିପଲ ଶୁକ୍ରବାର ରାତିରେ ଗାଁକୁ ଫେରିବା ପାଇଁ ଜାତୀୟ ରାଜପଥ ରାସ୍ତା ପାର୍ ହେଉଥିବା ବେଳେ ଏକ ଟ୍ରକ୍ ନମ୍ବର ଏପି ୩୯ ଟିବି ୫୬୬୫ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ୨୯ଟି ଛେଳିଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଶନିବାର ଏ ସମ୍ପର୍କରେ ଛେଳି ମାଲିକ କୈଳାସ ପାତ୍ରଙ୍କ ଅଭିଯୋଗ କ୍ରମେ ଖଲ୍ଲିକୋଟ ଥାନା କେସ୍ ନମ୍ବର ୫୪୪/୨୦୨୪ ଅନୁଯାୟୀ ମାମଲା ରୁଜୁ କରିଛି ପୋଲିସ। ଟ୍ରକ୍କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ଥିବା ଜଣାପଡ଼ିଛି।
The post ଛେଳିପଲ ଉପରେ ମାଡ଼ିଗଲା ଟ୍ରକ୍, ୨୯ ଛେଳିଙ୍କ ଜୀବନ ଗଲା appeared first on Dharitri Odia News.