ଯୁବକଙ୍କ ବିଭତ୍ସ ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା କୁଇଲାରୀଯୋର ବିଭତ୍ସ ହତ୍ୟାକାଣ୍ଡ। ଗାଁର ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରାଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ଏର୍ପଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନାହିଁ। ଖବର ପାଇ ଘଟଣା ସ୍ଥଳରେ କୁଚିଣ୍ଡା ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସନ୍ଦେହରେ ମୃତକ ଗଜିନ୍ଦ୍ର କିଶାନଙ୍କ ସ୍ତ୍ରୀ ଅଟକ ରଖିଛି ପୋଲିସ। ସୂଚନା ଅନୁଯାୟୀ, ମୃତକ ଗଜିନ୍ଦ୍ର କିଶାନ ତାମିଲନାଡୁ ଯାଇ ସେଠାରେ କାମ କରନ୍ତି। ତାଙ୍କର ୧୨ ବର୍ଷୀୟ ଝିଅ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଘରେ ତାଙ୍କର ସ୍ତ୍ରୀ ଏକାକି ରୁହନ୍ତି। ତେବେ ଗତକାଲି ସେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗାଁକୁ ଆସିଥିଲେ। ହେଲେ ସୋମବାର ସକାଳୁ ଶୋଇଥିବା ଅବସ୍ଥାରେ ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଉଦ୍ଧାର କରାଯାଇଛି।  ମୃତ ଦେହରେ ବିଭିନ୍ନ ସ୍ଥାନରେ କଟା ଦାଗ ରହିଥିବା ସହିତ ଗଳାରେ କଟା ଦାଗ ରହିଛି।ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ ଅଧିକ ତଦନ୍ତ କରୁଛନ୍ତି। ଅନ୍ୟ ପକ୍ଷରେ ପାରିବାରିକ କଳହ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହରେ ପୋଲିସ ମୃତକଙ୍କ ପତ୍ନୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ଯୁବକଙ୍କ ବିଭତ୍ସ ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା କୁଇଲାରୀଯୋର ବିଭତ୍ସ ହତ୍ୟାକାଣ୍ଡ। ଗାଁର ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରାଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ଏର୍ପଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନାହିଁ। ଖବର ପାଇ ଘଟଣା ସ୍ଥଳରେ କୁଚିଣ୍ଡା ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ସନ୍ଦେହରେ ମୃତକ ଗଜିନ୍ଦ୍ର କିଶାନଙ୍କ ସ୍ତ୍ରୀ ଅଟକ ରଖିଛି ପୋଲିସ। 

ସୂଚନା ଅନୁଯାୟୀ, ମୃତକ ଗଜିନ୍ଦ୍ର କିଶାନ ତାମିଲନାଡୁ ଯାଇ ସେଠାରେ କାମ କରନ୍ତି। ତାଙ୍କର ୧୨ ବର୍ଷୀୟ ଝିଅ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଘରେ ତାଙ୍କର ସ୍ତ୍ରୀ ଏକାକି ରୁହନ୍ତି। ତେବେ ଗତକାଲି ସେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗାଁକୁ ଆସିଥିଲେ। ହେଲେ ସୋମବାର ସକାଳୁ ଶୋଇଥିବା ଅବସ୍ଥାରେ ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଉଦ୍ଧାର କରାଯାଇଛି।  ମୃତ ଦେହରେ ବିଭିନ୍ନ ସ୍ଥାନରେ କଟା ଦାଗ ରହିଥିବା ସହିତ ଗଳାରେ କଟା ଦାଗ ରହିଛି।

ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ ଅଧିକ ତଦନ୍ତ କରୁଛନ୍ତି। ଅନ୍ୟ ପକ୍ଷରେ ପାରିବାରିକ କଳହ କାରଣରୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହରେ ପୋଲିସ ମୃତକଙ୍କ ପତ୍ନୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।