ଏସିରେ ବିସ୍ଫୋରଣରୁ ଲାଗିଗଲା ନିଆଁ, ଗୋଟିଏ ପରିବାରର ଚାରି ଜଣ ମୃତ
ନୂଆଦିଲ୍ଲୀ: ଏସିରୁ ନିଆଁ ଲାଗି ଚାଲିଗଲା ଗୋଟିଏ ପରିବାରର ଚାରି ଜଣକ ଜୀବନ। ଏଭଳି ଏକ ଦୁଃଖଦ ଖବର ଆସିଛି ଗୁଜରାଟରୁ । ଏଠାରେ ଏସି ବିସ୍ଫୋରଣ ଏବଂ ଏଥିରୁ ଅଗ୍ନିକାଣ୍ଡ ଯୋଗୁଁ ଚାରି ଜଣକ ମୃତ୍ୟୁ ହୋଇଛି। ଏମାନେ ଘରେ ଶୋଇଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୩ ଟା ସମୟରେ ଗୁଜରାଟ ଦ୍ବାରକା ସିଟିର ଆଦିତ୍ୟ ରୋଡ୍ ସ୍ଥିତ ପବନ ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଘଟିଛି ଅଘଟଣ। କୁହାଯାଇଛି ଯେ, ଏସି ଅତ୍ୟଧିକ ଗରମ ହେବା କାରଣରୁ ନିଆଁ ଲାଗିଯାଇଥିଲା।ଆଉ ନିଆଁ ସଂପୂର୍ଣ୍ଣ ଘରେ ବ୍ୟାପି ଯାଇଥିଲା।ଫଳରେ ଅଣନିଶ୍ବାସୀ ପରିବାରର ୪ ଜଣକ ମୃତ୍ୟୁ ହୋଇଛି।ତେବେ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇପାରିଛି।ପୋଲିସ ରବିବାର ଏହି ଘଟଣାର ସୂଚନା ଦେଇ କହିଛି ଯେ, ଗୁଜରାଟର ଦେବଭୂମି ଦ୍ବାରକା ଜିଲ୍ଲାରେ ଏକ ଘରେ ନିଆଁ ଲାଗିବା ସହ ଜଣେ ଶିଶୁ ସହ ପରିବାରର ଚାରି ସଦସ୍ୟଙ୍କ ଅଣନିଶ୍ବାସୀ ହୋଇ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ପବନ ଉପାଧ୍ୟାୟ (୩୯), ତାଙ୍କ ପତ୍ନୀ ତିଥି (୨୯), ଝିଅ ଧ୍ୟାନା ଏବଂ ମା ଭବାନୀବେନ (୬୯) । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ପୋଲିସ କହିଛି ଗ୍ରାଉଣ୍ଡ ଫ୍ଲୋରରେ ଶୋଇଥିବା ମୃତକଙ୍କ ପରିବାର ଜଣେ ସଦସ୍ୟ ବର୍ତ୍ତିଯାଇଛନ୍ତି। ତେବେ ଫରେନସିକ୍ ବିଶେଷଜ୍ଞ ନିଆଁ ଲାଗିବାର ସଠିକ୍ କାରଣ
ନୂଆଦିଲ୍ଲୀ: ଏସିରୁ ନିଆଁ ଲାଗି ଚାଲିଗଲା ଗୋଟିଏ ପରିବାରର ଚାରି ଜଣକ ଜୀବନ। ଏଭଳି ଏକ ଦୁଃଖଦ ଖବର ଆସିଛି ଗୁଜରାଟରୁ । ଏଠାରେ ଏସି ବିସ୍ଫୋରଣ ଏବଂ ଏଥିରୁ ଅଗ୍ନିକାଣ୍ଡ ଯୋଗୁଁ ଚାରି ଜଣକ ମୃତ୍ୟୁ ହୋଇଛି। ଏମାନେ ଘରେ ଶୋଇଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୩ ଟା ସମୟରେ ଗୁଜରାଟ ଦ୍ବାରକା ସିଟିର ଆଦିତ୍ୟ ରୋଡ୍ ସ୍ଥିତ ପବନ ଉପାଧ୍ୟାୟ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଘଟିଛି ଅଘଟଣ। କୁହାଯାଇଛି ଯେ, ଏସି ଅତ୍ୟଧିକ ଗରମ ହେବା କାରଣରୁ ନିଆଁ ଲାଗିଯାଇଥିଲା।ଆଉ ନିଆଁ ସଂପୂର୍ଣ୍ଣ ଘରେ ବ୍ୟାପି ଯାଇଥିଲା।ଫଳରେ ଅଣନିଶ୍ବାସୀ ପରିବାରର ୪ ଜଣକ ମୃତ୍ୟୁ ହୋଇଛି।ତେବେ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇପାରିଛି।
ପୋଲିସ ରବିବାର ଏହି ଘଟଣାର ସୂଚନା ଦେଇ କହିଛି ଯେ, ଗୁଜରାଟର ଦେବଭୂମି ଦ୍ବାରକା ଜିଲ୍ଲାରେ ଏକ ଘରେ ନିଆଁ ଲାଗିବା ସହ ଜଣେ ଶିଶୁ ସହ ପରିବାରର ଚାରି ସଦସ୍ୟଙ୍କ ଅଣନିଶ୍ବାସୀ ହୋଇ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ପବନ ଉପାଧ୍ୟାୟ (୩୯), ତାଙ୍କ ପତ୍ନୀ ତିଥି (୨୯), ଝିଅ ଧ୍ୟାନା ଏବଂ ମା ଭବାନୀବେନ (୬୯) । ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।
ପୋଲିସ କହିଛି ଗ୍ରାଉଣ୍ଡ ଫ୍ଲୋରରେ ଶୋଇଥିବା ମୃତକଙ୍କ ପରିବାର ଜଣେ ସଦସ୍ୟ ବର୍ତ୍ତିଯାଇଛନ୍ତି। ତେବେ ଫରେନସିକ୍ ବିଶେଷଜ୍ଞ ନିଆଁ ଲାଗିବାର ସଠିକ୍ କାରଣ ଜାଣିବାକୁ ଚେଷ୍ଟା କରୁଥିବାବେଳେ, ଏସି ଅତ୍ୟଧିକ ଗରମ ହୋଇ ପରେ ବିସ୍ଫୋରଣ ହୋଇଥିବା ନେଇ କୁହାଯାଉଛି।
You Can Also Read:
ଆସାମରେ କାଳବୈଶାଖୀ ତାଣ୍ଡବ; ଭୀଷଣ ବର୍ଷାରେ ଭାଙ୍ଗିଲା ଗୁଆହାଟୀ ଏୟାରପୋର୍ଟ ଛାତ, ବିମାନ ଉଡାଣ ରଦ୍ଦ