ବିଦାୟୀ ଭାଷଣରେ ବିଭ୍ରାନ୍ତିକର ବ୍ୟାଖ୍ୟାନକୁ ଟାର୍ଗେଟ କଲେ ରାଜୀବ କୁମାର
ନୂଆଦିଲ୍ଲୀ, ୧୮।୨: ଭାରତର ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି)ଙ୍କର କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ସୋମବାର ସେ ତାଙ୍କ ବିଦାୟୀ ଭାଷଣରେ କହିଛନ୍ତି, ଗତ କିଛି ବର୍ଷ ହେବ ଭାରତରେ ହେଉଥିବା ନିର୍ବାଚନରେ ବିଭ୍ରାନ୍ତିକର ବ୍ୟାଖ୍ୟାନ ଏବଂ ବୟାନବାଜୀ ବଢ଼ିଚାଲିଛି। ଖାସ୍କରି ନିର୍ବାଚନରେ ମତଦାନ ସମୟରେ କିମ୍ବା ମତଗଣନାର ପ୍ରଥମ କିଛି ଘଣ୍ଟା ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭ୍ରାନ୍ତିକର ବୟାନବାଜୀ କରାଯାଇ ପ୍ରକୃତ ତଥ୍ୟକୁ ବିକୃତ କରାଯାଉଛି। ନିର୍ବାଚନରେ ପରାଜିତ ହେଉଥିବା […] The post ବିଦାୟୀ ଭାଷଣରେ ବିଭ୍ରାନ୍ତିକର ବ୍ୟାଖ୍ୟାନକୁ ଟାର୍ଗେଟ କଲେ ରାଜୀବ କୁମାର appeared first on Dharitri Odia News.
ନୂଆଦିଲ୍ଲୀ, ୧୮।୨: ଭାରତର ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି)ଙ୍କର କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବାକୁ ଯାଉଛି। ଏହାପୂର୍ବରୁ ସୋମବାର ସେ ତାଙ୍କ ବିଦାୟୀ ଭାଷଣରେ କହିଛନ୍ତି, ଗତ କିଛି ବର୍ଷ ହେବ ଭାରତରେ ହେଉଥିବା ନିର୍ବାଚନରେ ବିଭ୍ରାନ୍ତିକର ବ୍ୟାଖ୍ୟାନ ଏବଂ ବୟାନବାଜୀ ବଢ଼ିଚାଲିଛି। ଖାସ୍କରି ନିର୍ବାଚନରେ ମତଦାନ ସମୟରେ କିମ୍ବା ମତଗଣନାର ପ୍ରଥମ କିଛି ଘଣ୍ଟା ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିଭ୍ରାନ୍ତିକର ବୟାନବାଜୀ କରାଯାଇ ପ୍ରକୃତ ତଥ୍ୟକୁ ବିକୃତ କରାଯାଉଛି। ନିର୍ବାଚନରେ ପରାଜିତ ହେଉଥିବା ଦଳ ଗୁଡ଼ିକ ଆତ୍ମସମୀକ୍ଷା କରିବା ପରିବର୍ତ୍ତେ ବିନା ତଥ୍ୟ ଓ ପ୍ରମାଣରେ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ନିଶ୍ଚିତ ଭାବେ ଚିନ୍ତାଜନକ ବୋଲି ରାଜୀବ କହିଛନ୍ତି। ତେବେ ନନ୍ ରେସିଡେଣ୍ଡ ଇଣ୍ଡିଆନ୍ (ଏନ୍ଆର୍ଆଇ) ଏବଂ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରିମୋଟ ଭୋଟିଂ ମେକାନିଜମ୍ ପ୍ରକ୍ରିୟା ସମ୍ପର୍କରେ ବିଚାର କରିବାର ଏହା ପ୍ରକୃଷ୍ଠ ସମୟ ବୋଲି ସେ କହିଛନ୍ତି। ସେହିପରି ମତଦାନ କେନ୍ଦ୍ରରେ ବାୟୋମାଟ୍ରିକ ଯାଞ୍ଚ୍ର ବ୍ୟବସ୍ଥା ପାଇଁ ଇସି ପ୍ରୟାସ କରିବା ଆବଶ୍ୟକ। ଏହାଦ୍ୱାରା ଭୋଟରଙ୍କ ପରିଚୟକୁ ପ୍ରଭାବୀ ଢଙ୍ଗରେ ଚିହ୍ନଟ କରାଯାଇପାରିବ ବୋଲି ରାଜୀବ କହିଛନ୍ତି। ପ୍ରକାଶ ଯେ, ୨୦୨୨ ମେ’ରେ ରାଜୀବ କୁମାର ଭାରତର ସିଇସି ଭାବେ ନିଯୁକ୍ତ ହୋଇଥିଲେ।
The post ବିଦାୟୀ ଭାଷଣରେ ବିଭ୍ରାନ୍ତିକର ବ୍ୟାଖ୍ୟାନକୁ ଟାର୍ଗେଟ କଲେ ରାଜୀବ କୁମାର appeared first on Dharitri Odia News.