ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିପାରେ ଇରାନ
ନୂଆଦିଲ୍ଲୀ, ୧୨।୪: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନ ସିଧାସଳଖ ଇସ୍ରାଏଲ୍ ଉପରେ ଆକ୍ରମଣ କରିପାରେ। ୧୦୦ରୁ ଅଧିକ ଡ୍ରୋନ୍ ସହ ମିସାଇଲ ଆକ୍ରମଣ ହୋଇପାରେ। ବିଶେଷକରି ସୈନ୍ୟମାନଙ୍କୁ ଟାର୍ଗେଟ କରାଯାଇପାରେ। ଇସ୍ରାଏଲ ଲାଗି ଏହା ବେଶ ଚ୍ୟାଲେଞ୍ଜିଂ ରହିବ ବୋଲି ଆମେରିକାର ଦାବି କରିଛି। ଇସ୍ରାଏଲ ଗୋଇନ୍ଦା ବିଭାଗ କହିଛି ଯେ, ଇସ୍ରାଏଲ ଉପରେ ଇରାନ ୨୦୧୯ ଭଳି ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ କରିପାରେ। ସେ ସେନା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ କ୍ଷତି ପହଞ୍ଚାଇବାକୁ […] The post ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିପାରେ ଇରାନ appeared first on Dharitri Odia News.
ନୂଆଦିଲ୍ଲୀ, ୧୨।୪: ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇରାନ ସିଧାସଳଖ ଇସ୍ରାଏଲ୍ ଉପରେ ଆକ୍ରମଣ କରିପାରେ। ୧୦୦ରୁ ଅଧିକ ଡ୍ରୋନ୍ ସହ ମିସାଇଲ ଆକ୍ରମଣ ହୋଇପାରେ। ବିଶେଷକରି ସୈନ୍ୟମାନଙ୍କୁ ଟାର୍ଗେଟ କରାଯାଇପାରେ। ଇସ୍ରାଏଲ ଲାଗି ଏହା ବେଶ ଚ୍ୟାଲେଞ୍ଜିଂ ରହିବ ବୋଲି ଆମେରିକାର ଦାବି କରିଛି।
ଇସ୍ରାଏଲ ଗୋଇନ୍ଦା ବିଭାଗ କହିଛି ଯେ, ଇସ୍ରାଏଲ ଉପରେ ଇରାନ ୨୦୧୯ ଭଳି ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ କରିପାରେ। ସେ ସେନା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ କ୍ଷତି ପହଞ୍ଚାଇବାକୁ ଚାହିଁବ। ଏହାଦ୍ୱାରା ବହୁତ କ୍ଷତି ହେବ। ତେବେ ସାଉଦି ଆରବ ଉପରେ ମିସାଇଲ ଆକ୍ରମଣ ହୋଇଥିଲା। ଏହା ପଛରେ ଇରାନ ଥିବା ସାଉଦି ଅଭିଯୋଗ କରିଥିଲା।
କହିରଖୁଛୁ, ଗତ ୧ ତାରିଖରେ ଇସ୍ରାଏଲ୍ ସୈନ୍ୟ ଡମାସ୍କସ୍ରେ ଥିବା ଇରାନ ବାଣିଜି୍ୟକ ଦୂତାବାସ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଇରାନର ଇସ୍ଲାମିକ ଗାର୍ଡ କର୍ର ୨ ବରିଷ୍ଠ ସଦସ୍ୟଙ୍କ ସମେତ ୭ ଜଣ ନିହତ ହୋଇଥିଲେ। ଏହାର ପ୍ରତିଶୋଧ ନେବା ଲାଗି ଇରାନ ପ୍ରତିଜ୍ଞା କରଥିଲା। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ୍କୁ ସମର୍ଥନର ପ୍ରତିଶ୍ରୁତି ଦେଇଛନ୍ତି। ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲ୍ ଯୁଦ୍ଧରେ ଲିପ୍ତ ଥିବାବେଳେ ଇରାନ ଆକ୍ରମଣ କଲେ ସମ୍ଭାବ୍ୟ ଯୁଦ୍ଧର ପରିଣାମ ବିଶ୍ୱବାସୀଙ୍କୁ ଭୋଗିବାକୁ ପଡ଼ିବ ବୋଲି କୁହାଯାଉଛି।
The post ଆଗାମୀ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିପାରେ ଇରାନ appeared first on Dharitri Odia News.