ଓଡ଼ିଶାରେ ବିଧାନସଭା ନିର୍ବାଚନ ଲଢିବ ଆମଆଦମୀ ପାର୍ଟି, ସମସ୍ତ ୧୪୭ ଆଶନରେ ଦେବ ପ୍ରାର୍ଥୀ

ଭୁବନେଶ୍ୱର ୫।୪: ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନରେ ଆମଆଦମୀ ପାର୍ଟି (ଆପ) ପ୍ରତିଦ୍ୱନ୍ଦ୍ୱୀତା କରିବ। ପାର୍ଟିର ଓଡିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି। ଦେଶର ରାଜନୀତିର ସୃଷ୍ଟି ହୋଇଥିବା ବିରୋଧୀ ଶୂନ୍ୟ ପରିବେଶକୁ ଆପ ଦୂର କରିବାକୁ ଚେଷ୍ଟା କରିବ।  ଏଥି ପାଇଁ ଆପ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡିଥିବା ବେଳେ ଖୁବ୍ ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଛନ୍ତି। ଆମ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମହାପାତ୍ର କହିଛନ୍ତିଯେ ଆପ୍‌ ତାର ପାଣି, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ଭଳି ମୌଳିକ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ଲୋକଙ୍କ ନିକଟକୁ ପହଞ୍ଚିବ। ଓଡ଼ିଶାରେ ମଧ୍ୟ ଏହି ପ୍ରସଙ୍ଗର ଯଥେଷ୍ଟ ଆବଶ୍ୟକତା ରହିଛି ଓ ଏ ନେଇ ରାଜ୍ୟରୁ ମିଳୁଥିବା ଫିଡବ୍ୟାକ୍‌ରେ ଆପ୍‌କୁ ନିର୍ବାଚନରେ ବେଶ୍ ଜନସମର୍ଥନ ମିଳିବ ବୋଲି ସେ ଆଶା ପୋଷଣ କରିଛନ୍ତି। ଏହା ଦ୍ୱାରା ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ବିପକ୍ଷଶୂନ୍ୟ ପରିବେଶରେ ରାଜ୍ୟକୁ ଏକ ବିକଳ୍ପ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।  ଏହି ଅବସରରେ ମହାପାତ୍ର ୭ ଏପ୍ରିଲ ଆପ୍ ଅନଶନ ସମ୍ପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍

ଓଡ଼ିଶାରେ ବିଧାନସଭା ନିର୍ବାଚନ ଲଢିବ ଆମଆଦମୀ ପାର୍ଟି, ସମସ୍ତ ୧୪୭ ଆଶନରେ ଦେବ ପ୍ରାର୍ଥୀ

ଭୁବନେଶ୍ୱର ୫।୪: ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ବିଧାନସଭା ନିର୍ବାଚନରେ ଆମଆଦମୀ ପାର୍ଟି (ଆପ) ପ୍ରତିଦ୍ୱନ୍ଦ୍ୱୀତା କରିବ। ପାର୍ଟିର ଓଡିଶା ମୁଖ୍ୟ ନିଶିକାନ୍ତ ମହାପାତ୍ର ଶୁକ୍ରବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି। ଦେଶର ରାଜନୀତିର ସୃଷ୍ଟି ହୋଇଥିବା ବିରୋଧୀ ଶୂନ୍ୟ ପରିବେଶକୁ ଆପ ଦୂର କରିବାକୁ ଚେଷ୍ଟା କରିବ।  ଏଥି ପାଇଁ ଆପ ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡିଥିବା ବେଳେ ଖୁବ୍ ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହିଛନ୍ତି। 

ଆମ ଆଦମୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମହାପାତ୍ର କହିଛନ୍ତିଯେ ଆପ୍‌ ତାର ପାଣି, ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ ଓ ରୋଜଗାର ଭଳି ମୌଳିକ ପ୍ରସଙ୍ଗକୁ ନେଇ ଓଡ଼ିଶାରେ ଲୋକଙ୍କ ନିକଟକୁ ପହଞ୍ଚିବ। ଓଡ଼ିଶାରେ ମଧ୍ୟ ଏହି ପ୍ରସଙ୍ଗର ଯଥେଷ୍ଟ ଆବଶ୍ୟକତା ରହିଛି ଓ ଏ ନେଇ ରାଜ୍ୟରୁ ମିଳୁଥିବା ଫିଡବ୍ୟାକ୍‌ରେ ଆପ୍‌କୁ ନିର୍ବାଚନରେ ବେଶ୍ ଜନସମର୍ଥନ ମିଳିବ ବୋଲି ସେ ଆଶା ପୋଷଣ କରିଛନ୍ତି। ଏହା ଦ୍ୱାରା ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଥିବା ବିପକ୍ଷଶୂନ୍ୟ ପରିବେଶରେ ରାଜ୍ୟକୁ ଏକ ବିକଳ୍ପ ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।  

ଏହି ଅବସରରେ ମହାପାତ୍ର ୭ ଏପ୍ରିଲ ଆପ୍ ଅନଶନ ସମ୍ପର୍କରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଦ୍ୱାରା ମିଥ୍ୟା ଅଭିଯୋଗରେ ଗିରଫ କରାଯିବା, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫ, କେରଳ ମୁଖ୍ୟମନ୍ତ୍ରୀଙ୍କ ଝିଅ ଘରେ ଇଡି ଚଢଉ ମାଧ୍ୟମରେ ବିରୋଧୀଙ୍କୁ ଭୟଭୀତ କରାଯିବା ପରିପ୍ରେକ୍ଷୀରେ ଆପ ସାରା ଭାରତରେ ଏପ୍ରିଲ ୭ ତାରିଖ ଦିନ ଅନଶନ କରିବାକୁ ଯାଉଥିବା ଘୋଷଣା କରିଛନ୍ତି। ଏଥିରେ ଯେ କେହିବି ନିଜ ଘରେ ରହି ଅନଶନ କରି ଫଟୋ ୱେବସାଇଟ୍‌ରେ ଅପଲୋଡ କରିପାରିବେ ବୋଲି କହିଛନ୍ତି।    

ସାମ୍ବାଦିକ ସମ୍ମିଳନୀରେ ଆପ ଓଡ଼ିଶା ମୁଖ୍ୟ ରାଜ୍ୟର ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳିରେ ପ୍ରାର୍ଥୀ ଦେବା ପାଇଁ ଉଦ୍ୟମ କରାଯାଉଥିବା କହିଛନ୍ତି। ତେବେ ଓଡିଶାରେ ଆପ ଲୋକସଭା ନିର୍ବାଚନ ଲଢିବନି ବୋଲି କହିଛନ୍ତି। ଯେହେତୁ ଇଣ୍ଡିଆ ମେଣ୍ଟକୁ ଆପ୍ ସମର୍ଥନ କରୁଛି, ଏଣୁ ଓଡିଶାରେ ଆପ୍ ଲୋକସଭା ନିର୍ବାଚନ ଲଢିବାକୁ ଏତେଟା ଗୁରୁତ୍ୱ ଦେଉ ନାହିଁ ବୋଲି କହିଛନ୍ତି। ତେବେ ବିଧାନସଭା ନିର୍ବାଚନ ନିମନ୍ତେ ଦଳ ରାଜ୍ୟରେ ଅଣ୍ଟାଭିଡିଥିବା କହିଛନ୍ତି। ଏଥି ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଥିବା ଓ ଦିଲ୍ଲୀରୁ ଆପ ପ୍ରଭାରୀ ବିରେନ୍ଦ୍ର ସିଂହ ଏପ୍ରିଲ ୧୧ କିମ୍ବା ୧୨ ତାରିଖରେ ଆସିବା ପରେ ପ୍ରାର୍ଥୀ ତାଲିକା ଜାରି ହେବ ବୋଲି କହିଛନ୍ତି।