ପୁଣି ଟ୍ରେନ୍ ଦୁର୍ଘଟଣା: ଦୁଇ ଫାଳ ହୋଇଗଲା ଫାଲକନମା ଏକ୍ସପ୍ରେସ
ବିଶାଖାପାଟଣା,୮।୪: ପୁଣି ଏକ ଟ୍ରେନ୍ ଦୁର୍ଘଟଣା ମଙ୍ଗଳବାର ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପାଲାସା ସୁମାଦେବୀ ନିକଟରେ ବିଶାଖାପାଟଣା ଦେଇ ସାଲିମର ଯାଉଥିବା ଫାଲକନମା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍ର ଦୁଇଟି ବଗି ଅଲଗା ହୋଇଯାଇଛି। ଫଳରେ ଯାତ୍ରୀମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଫସି ରହିଥିଲେ। ଦୁର୍ଘଟଣା ପରେ ହାଓ୍ବଡ଼ା ଯାଉଥିବା ଟ୍ରେନ୍କୁ ଅଟକାଇ ଦିଆଯାଇଥିଲା। ଟେକ୍ନିସିଆନଙ୍କ ସହିତ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କୋଚଗୁଡ଼ିକୁ ସଂଯୋଗ କରିଥିଲେ। ପରେ ଟ୍ରେନ୍ଟ ଗନ୍ତବ୍ୟ ସ୍ଥଳରେ ଗଡ଼ିଥିଲା। […] The post ପୁଣି ଟ୍ରେନ୍ ଦୁର୍ଘଟଣା: ଦୁଇ ଫାଳ ହୋଇଗଲା ଫାଲକନମା ଏକ୍ସପ୍ରେସ appeared first on Dharitri Odia News.
ବିଶାଖାପାଟଣା,୮।୪: ପୁଣି ଏକ ଟ୍ରେନ୍ ଦୁର୍ଘଟଣା ମଙ୍ଗଳବାର ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପାଲାସା ସୁମାଦେବୀ ନିକଟରେ ବିଶାଖାପାଟଣା ଦେଇ ସାଲିମର ଯାଉଥିବା ଫାଲକନମା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍ର ଦୁଇଟି ବଗି ଅଲଗା ହୋଇଯାଇଛି।
ଫଳରେ ଯାତ୍ରୀମାନେ ଦୁଇ ଘଣ୍ଟାରୁ ଅଧିକ ସମୟ ଫସି ରହିଥିଲେ। ଦୁର୍ଘଟଣା ପରେ ହାଓ୍ବଡ଼ା ଯାଉଥିବା ଟ୍ରେନ୍କୁ ଅଟକାଇ ଦିଆଯାଇଥିଲା। ଟେକ୍ନିସିଆନଙ୍କ ସହିତ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କୋଚଗୁଡ଼ିକୁ ସଂଯୋଗ କରିଥିଲେ। ପରେ ଟ୍ରେନ୍ଟ ଗନ୍ତବ୍ୟ ସ୍ଥଳରେ ଗଡ଼ିଥିଲା।
ଯାତ୍ରୀମାନେ ପ୍ରଥମେ ଟ୍ରେନଟି ଲାଇନ୍ଚ୍ୟୁତ ହୋଇଥିବାର ଆଶଙ୍କା କରି ଭୟଭୀତ ହୋଇଯାଇଥିଲେ। ପରେ ଟ୍ରେନ୍ରୁ ଦୁଇଟି କୋଚ୍ ଅଲଗା ହୋଇଯାଇଥିବା ଜଣାପଡିଥିଲା।
The post ପୁଣି ଟ୍ରେନ୍ ଦୁର୍ଘଟଣା: ଦୁଇ ଫାଳ ହୋଇଗଲା ଫାଲକନମା ଏକ୍ସପ୍ରେସ appeared first on Dharitri Odia News.