ନାରୀ ନିର୍ଯାତନା ବନ୍ଦ ହେଉ: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ଓଡ଼ିଶା ପ୍ରଦେଶ ଗଠନ ଓ ବରଗଡ଼ ଜିଲା ଗଠନ ଦିବସ ଅବସରରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଖୁସି ମନାଇବା ସହିତ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ସନ୍ଧ୍ୟାରେ ଓଡ଼ିଶାରେ ବଢୁଥିବା ନାରୀ ନିର୍ଯାତନା, ହତ୍ୟା, ବଳାତ୍କାର, ଅପହରଣ ଓ ନିଖୋଜ ଘଟଣା ଉପରେ ପ୍ରତିବାଦ ସ୍ବରୂପ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ କ୍ୟାଣ୍ଡେଲ ଜାଳି ପ୍ରତିବାଦ କରିଥିଲେ। କର୍ମକର୍ତ୍ତାମାନେ ଓଡ଼ିଶା ରାଜ୍ୟ […] The post ନାରୀ ନିର୍ଯାତନା ବନ୍ଦ ହେଉ: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ appeared first on Dharitri Odia News.

ନାରୀ ନିର୍ଯାତନା ବନ୍ଦ ହେଉ: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ

ବରଗଡ଼,୨।୪(ପ୍ରେମାନନ୍ଦ ଖମାରୀ):ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନ କ୍ରମେ ମଙ୍ଗଳବାର ଓଡ଼ିଶା ପ୍ରଦେଶ ଗଠନ ଓ ବରଗଡ଼ ଜିଲା ଗଠନ ଦିବସ ଅବସରରେ ଜିଲା କଂଗ୍ରେସ କମିଟି ପକ୍ଷରୁ ଖୁସି ମନାଇବା ସହିତ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେହିପରି ସନ୍ଧ୍ୟାରେ ଓଡ଼ିଶାରେ ବଢୁଥିବା ନାରୀ ନିର୍ଯାତନା, ହତ୍ୟା, ବଳାତ୍କାର, ଅପହରଣ ଓ ନିଖୋଜ ଘଟଣା ଉପରେ ପ୍ରତିବାଦ ସ୍ବରୂପ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ କ୍ୟାଣ୍ଡେଲ ଜାଳି ପ୍ରତିବାଦ କରିଥିଲେ। କର୍ମକର୍ତ୍ତାମାନେ ଓଡ଼ିଶା ରାଜ୍ୟ ଗଠନ ଓ ବରଗଡ଼ ଜିଲା ଗଠନ ସପକ୍ଷରେ ବିଭିନ୍ନ ସ୍ଲୋଗାନ ପ୍ରଦାନ କରିଥିବା ବେଳେ ରାଜ୍ୟରେ ନାରୀ ନିର୍ଯାତନା ଯେଭଳି ଭାବରେ ବଢ଼ିଛି, ସେ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ମଧ୍ୟ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ଜିଲା କଂଗ୍ରେସ କମିଟି ସଭାପତି ହରଦିପ ସିଂ, ଜିଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ଅନନ୍ତ ଶୟନ ପାଢ଼ୀ, ବରିଷ୍ଠ କଂଗ୍ରେସ ନେତା ସରୋଜ ଷଡ଼ଙ୍ଗୀ, ବ୍ରହ୍ମା ମହାକୁଡ଼, ଶୁଭେନ୍ଦୁ ସାହୁ, ଉପସଭାପତି ରବି ପଣ୍ଡା, ସମ୍ପାଦକ ପ୍ରତାପ ନାୟକ, ନଗର କଂଗ୍ରେସ ସଭାପତି ସୁଧୀର ଜେନା, ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି ସୁଶାନ୍ତ ସାହୁ, ଜିଲା ଛାତ୍ର କଂଗ୍ରେସ ସଭାପତି ଗୌରବ ଆଜାଦ ପତି, ବରଗଡ଼ ବ୍ଲକ କଂଗ୍ରେସ ସଭାପତି ଅନନ୍ତ ତାଣ୍ଡି, ଜିଲା ମହିଳା କଂଗ୍ରେସ ସମ୍ପାଦିକା ନିଳୀମା ଅଗ୍ରୱାଲ, ଉମାକାନ୍ତ ଭୋଇ, ସନ୍ତୋଷ ସାହୁ, ସୁରେଶ ମହାନନ୍ଦ, ପାଣ୍ଡବ ବିଭାର, ଅବଦୁଲ ଗଫର, ସାହିଲ ଅନସାରି, ଭୋଜରାଜ ଦୋରା, ଗୋପ ଶିଖା, ବିମଲ ଶିଖା, ନିତିସ ସୁନା, ଦିନେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

The post ନାରୀ ନିର୍ଯାତନା ବନ୍ଦ ହେଉ: ଗାନ୍ଧୀ ପ୍ରତିମୂର୍ତ୍ତି ତଳେ କଂଗ୍ରେସର ପ୍ରତିବାଦ appeared first on Dharitri Odia News.