ବାବର ଆଜମ ସମେତ ଏହି ଖେଳାଳି ପାକିସ୍ତାନ ଟେଷ୍ଟ ଦଳରୁ ପଡ଼ିଲେ ବାଦ୍
ନୂଆଦିଲ୍ଲୀ: ଦଳର ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଶେଷରେ ଟେଷ୍ଟ ଦଳରୁ ବାଦ୍ ଦିଆଯାଇଛି। ବାବରଙ୍କ ସମେତ ଅନେକ ବରିଷ୍ଠ ଖେଳାଳିଙ୍କୁ ଦଳରୁ ବାହାର କରାଯାଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ରବିବାର ଏହାର ଘୋଷଣା କରିଛି। ନୂତନ ଚୟନ କମିଟି ଇଂଲଣ୍ଡ ବିପକ୍ଷ ସିରିଜର ଦ୍ଵିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଦଳ ଚୟନ କରିଛନ୍ତି। ଦଳରେ ବାରର ଆଜମଙ୍କୁ ରଖା ଯାଇ ନାହିଁ। ନିଜ କ୍ୟାରିୟରରେ ପ୍ରଥମ ଥର ବାବର ନିଜର ଖରାପ ଫର୍ମ ପାଇଁ ଦଳରୁ ବାଦ୍ ପଡ଼ିଛନ୍ତି।ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି, ନସୀମ ଶାହ, ଓ୍ଵିକେଟ୍ କିପର ବ୍ୟାଟର ସରଫରାଜ ଖାନଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ଦଳରୁ ବାଦ୍ ଦିଆଯାଇଛି। ବିଗତ ଦିନରେ ଏହି ସବୁ ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ସରଫରାଜଙ୍କ ସ୍ଥାନରେ ଜଣେ ଯୁବ ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇଛି। ସେହିପରି ବାବରଙ୍କ ସ୍ଥାନରେ ପାକିସ୍ତାନ ଟେଷ୍ଟ ଦଳରେ ସାଜିଦ ଖାନଙ୍କୁ ସାମିଲ କରାଯାଇଛି। ସାଜିଦ ଶେଷ ଥର ଜାନୁଆରୀରେ ସିଡନୀ ଟେଷ୍ଟ ଖେଳିଥିଲେ। ଅନ୍ୟ ଜଣେ ଖେଳାଳି ଅବରାର ଅହମ୍ମଦଙ୍କ ଦ୍ଵିତୀୟ ଟେଷ୍ଟ ଖେଳିବାର ସମ୍ଭାବନା ନାହିଁ। ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ମଧ୍ୟ ବୋଲିଂ କରି ପାରି ନ ଥିଲେ। ତେଣୁ ତାଙ୍କୁ ପୁରା ସିରିଜ୍ରୁ ବାଦ ଦିଆଯାଇଛି। ପିସିବି ପ୍ରମୁଖ ଖେଳାଳିଙ୍କ ବର୍ତ୍ତମାନର ଫର୍ମ ଓ ଫିଟନେସକୁ ଦୃଷ୍ଟିରେ
ନୂଆଦିଲ୍ଲୀ: ଦଳର ପୂର୍ବତନ ଅଧିନାୟକ ବାବର ଆଜମଙ୍କୁ ଶେଷରେ ଟେଷ୍ଟ ଦଳରୁ ବାଦ୍ ଦିଆଯାଇଛି। ବାବରଙ୍କ ସମେତ ଅନେକ ବରିଷ୍ଠ ଖେଳାଳିଙ୍କୁ ଦଳରୁ ବାହାର କରାଯାଇଛି। ପାକିସ୍ତାନ କ୍ରିକେଟ୍ ବୋର୍ଡ ରବିବାର ଏହାର ଘୋଷଣା କରିଛି। ନୂତନ ଚୟନ କମିଟି ଇଂଲଣ୍ଡ ବିପକ୍ଷ ସିରିଜର ଦ୍ଵିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଦଳ ଚୟନ କରିଛନ୍ତି। ଦଳରେ ବାରର ଆଜମଙ୍କୁ ରଖା ଯାଇ ନାହିଁ। ନିଜ କ୍ୟାରିୟରରେ ପ୍ରଥମ ଥର ବାବର ନିଜର ଖରାପ ଫର୍ମ ପାଇଁ ଦଳରୁ ବାଦ୍ ପଡ଼ିଛନ୍ତି।
ଦ୍ରୁତ ବୋଲର ଶାହୀନ ଶାହ ଆଫ୍ରିଦି, ନସୀମ ଶାହ, ଓ୍ଵିକେଟ୍ କିପର ବ୍ୟାଟର ସରଫରାଜ ଖାନଙ୍କ ପରି ବରିଷ୍ଠ ଖେଳାଳିଙ୍କୁ ମଧ୍ୟ ଦଳରୁ ବାଦ୍ ଦିଆଯାଇଛି। ବିଗତ ଦିନରେ ଏହି ସବୁ ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ସରଫରାଜଙ୍କ ସ୍ଥାନରେ ଜଣେ ଯୁବ ଖେଳାଳିଙ୍କୁ ଦଳରେ ସାମିଲ୍ କରାଯାଇଛି।
ସେହିପରି ବାବରଙ୍କ ସ୍ଥାନରେ ପାକିସ୍ତାନ ଟେଷ୍ଟ ଦଳରେ ସାଜିଦ ଖାନଙ୍କୁ ସାମିଲ କରାଯାଇଛି। ସାଜିଦ ଶେଷ ଥର ଜାନୁଆରୀରେ ସିଡନୀ ଟେଷ୍ଟ ଖେଳିଥିଲେ। ଅନ୍ୟ ଜଣେ ଖେଳାଳି ଅବରାର ଅହମ୍ମଦଙ୍କ ଦ୍ଵିତୀୟ ଟେଷ୍ଟ ଖେଳିବାର ସମ୍ଭାବନା ନାହିଁ। ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ମଧ୍ୟ ବୋଲିଂ କରି ପାରି ନ ଥିଲେ। ତେଣୁ ତାଙ୍କୁ ପୁରା ସିରିଜ୍ରୁ ବାଦ ଦିଆଯାଇଛି।
ପିସିବି ପ୍ରମୁଖ ଖେଳାଳିଙ୍କ ବର୍ତ୍ତମାନର ଫର୍ମ ଓ ଫିଟନେସକୁ ଦୃଷ୍ଟିରେ ରଖି ୨୦୨୪-୨୫ ସିଜିନରେ ପାକିସ୍ତାନର ଭବିଷ୍ୟତକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ବାବର ଆଜମ, ନସୀମ ଶାହ, ସରଫରାଜ ଅହମ୍ମଦ ଓ ଶାହୀନ ଶାହ ଆଫ୍ରିଦିଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି।