ନେପାଳରେ ନଦୀକୁ ଖସିଲା ବସ୍‌; ୧୪ ଭାରତୀୟ ମୃତ

ନେପାଳରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୪୦ ଭାରତୀୟ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍‌ ନଦୀକୁ ଖସି ପଡ଼ିଥିବା ଜଣାଯାଇଛି।

ନେପାଳରେ ନଦୀକୁ ଖସିଲା ବସ୍‌; ୧୪ ଭାରତୀୟ ମୃତ

ନେପାଳରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୪୦ ଭାରତୀୟ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍‌ ନଦୀକୁ ଖସି ପଡ଼ିଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ପ୍ରାୟ ୪୦ ଭାରତୀୟ ଯାତ୍ରୀ ପୋଖରାର ଏକ ରିସର୍ଟରେ ଥିଲେ। ସେମାନଙ୍କୁ ଧରି ବସ୍‌ଟି ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା। ମାତ୍ର ଡ୍ରାଇଭରଜଣକ ଭାରସାମ୍ୟ ହରାଇବାରୁ ବସ୍‌ଟି ମାର୍ସାଙ୍ଗଗଡ଼ି ନଦୀକୁ ଖସି ପଡ଼ିଥିଲା।

ଖବର ପାଇ ନେପାଳ ପ୍ରଶାସନ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରା ଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟ ବେଳେ ନଦୀରୁ ୧୪ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।