୪ ବିଧାୟକଙ୍କୁ ହାଇକୋର୍ଟ ନୋଟିସ

କଟକ,୬ା୮ (କାର୍ତ୍ତିକ ସାହୁ):୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ କେତେକ ମାମଲା ଦାଏର ହୋଇଛି। ହାଇକୋର୍ଟ ପର୍ଯ୍ୟାୟକ୍ରମେ ମାମଲାଗୁଡ଼ିକର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରୁଛନ୍ତି। ସେଥିମଧ୍ୟରୁ ୪ଟି ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ସୋମବାର ୪ ଜଣ ବିଧାୟକଙ୍କୁ ନୋଟିସ୍‌ ଜାରି କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ହରାଇଥିବା ଭାଜପାର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। […] The post ୪ ବିଧାୟକଙ୍କୁ ହାଇକୋର୍ଟ ନୋଟିସ appeared first on Dharitri Odia News.

୪ ବିଧାୟକଙ୍କୁ ହାଇକୋର୍ଟ ନୋଟିସ

କଟକ,୬ା୮ (କାର୍ତ୍ତିକ ସାହୁ):୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ କେତେକ ମାମଲା ଦାଏର ହୋଇଛି। ହାଇକୋର୍ଟ ପର୍ଯ୍ୟାୟକ୍ରମେ ମାମଲାଗୁଡ଼ିକର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରୁଛନ୍ତି। ସେଥିମଧ୍ୟରୁ ୪ଟି ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ସୋମବାର ୪ ଜଣ ବିଧାୟକଙ୍କୁ ନୋଟିସ୍‌ ଜାରି କରିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ହରାଇଥିବା ଭାଜପାର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀର ଗିରିରାଜ ସିଂ ମାଝୀ ନାମକ ଜଣେ ଭୋଟର ବିଜୟୀ ଭାଜପା ବିଧାୟକ ଲକ୍ଷ୍ମଣ ବାଗ୍‌ଙ୍କ ବିରୋଧରେ ନିର୍ବାଚନୀ ଅନିୟମିତତା ମାମଲା ହାଇକୋର୍ଟରେ ଦାଏର କରିଥିଲେ। ହାଇକୋର୍ଟ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଶୁଣାଣି ଆରମ୍ଭ କରିଛନ୍ତି। ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୭ରେ ହେବ। ସେହିପରି ଝାରସୁଗୁଡ଼ାର ଭାଜପା ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୩ରେ ଜବାବ ଦେବା ସହ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି। ଟଙ୍କଧର ସତ୍ୟପାଠରେ ଆପରାଧିକ ମାମଲା ଲୁଚାଇଥିବା ନେଇ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଅଭିଯୋଗ କରିଥିଲେ। ଏଥିସହ ଆଉ ୨ଟି ନିର୍ବାଚନୀ ଅନିୟମିତତା ମାମଲାରେ ଜଳେଶ୍ୱରର ଭାଜପାର ପରାଜିତ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କ ମାମଲା କ୍ରମେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ଏବଂ ଚାନ୍ଦବାଲି ଭୋଟର କିଶୋର କୁମାର ନାୟକଙ୍କ ମାମଲା କ୍ରମେ ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କୁ ମଧ୍ୟ ହାଇକୋର୍ଟ ନୋଟିସ୍‌ କରିଥିବା ଜଣାଯାଇଛି।

The post ୪ ବିଧାୟକଙ୍କୁ ହାଇକୋର୍ଟ ନୋଟିସ appeared first on Dharitri Odia News.