ଭାଜପା ନେଲା ବଡ଼ ନିଷ୍ପତ୍ତି: ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି ଏବଂ ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ଦିଲ୍ଲୀର ଶାଲିମାର ବାଗ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖି ଗୁପ୍ତା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସମସ୍ତ କଳ୍ପନାଜଳ୍ପନାକୁ ପଛରେ ପକାଇ, ଭାଜପା ଜଣେ ମହିଳାଙ୍କ ଉପରେ ବାଜି ଲଗାଇଛି ଏବଂ ବୈଶ୍ୟ ସମ୍ପ୍ରଦାୟରୁ ଆସିଥିବା ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଗୁରୁବାର ସେ ରାମଲୀଳା […] The post ଭାଜପା ନେଲା ବଡ଼ ନିଷ୍ପତ୍ତି: ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ଭାଜପା ନେଲା ବଡ଼ ନିଷ୍ପତ୍ତି: ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯।୨: ଦିଲ୍ଲୀରେ ଭାଜପା ଏହାର ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ କରିଛି ଏବଂ ବିଧାୟକ ଦଳ ବୈଠକରେ ରେଖା ଗୁପ୍ତାଙ୍କ ନାମ ଚୂଡ଼ାନ୍ତ ହୋଇଛି। ଦିଲ୍ଲୀର ଶାଲିମାର ବାଗ ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ରେଖି ଗୁପ୍ତା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସମସ୍ତ କଳ୍ପନାଜଳ୍ପନାକୁ ପଛରେ ପକାଇ, ଭାଜପା ଜଣେ ମହିଳାଙ୍କ ଉପରେ ବାଜି ଲଗାଇଛି ଏବଂ ବୈଶ୍ୟ ସମ୍ପ୍ରଦାୟରୁ ଆସିଥିବା ରେଖା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଗୁରୁବାର ସେ ରାମଲୀଳା ମଇଦାନରେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ତାଙ୍କ ନାମ ସବୁଠାରୁ ଆଗରେ ଥିଲା। ବିଧାୟକ ଦଳର ବୈଠକରେ ବିଜେନ୍ଦ୍ର ଗୁପ୍ତା ଏବଂ ପ୍ରବେଶ ବର୍ମା ରେଖା ଗୁପ୍ତାଙ୍କ ନାମ ପ୍ରସ୍ତାବ କରିଥିଲେ।

ରେଖା ଗୁପ୍ତା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପାଠପଢ଼ିଛନ୍ତି ଏବଂ କଲେଜ ସମୟରୁ ଅଖିଳ ଭାରତୀୟ ଛାତ୍ର ପରିଷଦ (ABVP) ସହିତ ଜଡିତ ଅଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ (DUSU)ର ସଭାପତି ଏବଂ ସମ୍ପାଦକ ପଦ ପାଇଁ ନିର୍ବାଚନରେ ​​ମଧ୍ୟ ବିଜୟୀ ହୋଇଥିଲେ। ଏହା ବ୍ୟତୀତ ସେ ତିନିଥର ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନରେ କାଉନସିଲର ରହିସାରିଛନ୍ତି। ସେ ଶାଲିମାର ବାଗ ଆସନରୁ ଆପ ପ୍ରାର୍ଥୀ ବନ୍ଦନା କୁମାରୀଙ୍କୁ ୩୦ ହଜାର ଭୋଟରେ ପରାସ୍ତ କରିଛନ୍ତି।

The post ଭାଜପା ନେଲା ବଡ଼ ନିଷ୍ପତ୍ତି: ରେଖା ଗୁପ୍ତା ଦିଲ୍ଲୀ ମୁଖ୍ୟମନ୍ତ୍ରୀ appeared first on Dharitri Odia News.