ଗୋମାଂସ ଖାଉଥିବା କଙ୍ଗନାଙ୍କୁ କିପରି ଟିକେଟ୍ ଦେଲା ଭାଜପା, କଂଗ୍ରେସର ବିବାଦୀୟ ପ୍ରଶ୍ନ
ନୂଆଦିଲ୍ଲୀ,୭।୪: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଇଦାନରେ ଓହ୍ଲାଇଛି। ଦଳ ତାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ଟିକେଟ୍ ଦେଇଛି। ନିର୍ବାଚନୀ ମଇଦାନକୁ ଓହ୍ଲାଇବାର କିଛି ସମୟ ନ ଜାଉଣୁ ବିବାଦୀୟ କୁଇନଙ୍କ ନାଁରେ ବିବାଦ ମୁଣ୍ଡ ଟେକିଛି। ଗତ କିଛିଦିନ ପୂର୍ବରୁ କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ କଙ୍ଗନାଙ୍କୁ ଆପତ୍ତିଜନକ ବୟାନ ଦେଇଥିଲେ। ପୁଣି କିଛିଦିନ ପରେ କଙ୍ଗନା, ରାହୁଲଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ। ଏବେ ଜଣେ […] The post ଗୋମାଂସ ଖାଉଥିବା କଙ୍ଗନାଙ୍କୁ କିପରି ଟିକେଟ୍ ଦେଲା ଭାଜପା, କଂଗ୍ରେସର ବିବାଦୀୟ ପ୍ରଶ୍ନ appeared first on Dharitri Odia News.
ନୂଆଦିଲ୍ଲୀ,୭।୪: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ଭାଜପା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଇଦାନରେ ଓହ୍ଲାଇଛି। ଦଳ ତାଙ୍କୁ ହିମାଚଳ ପ୍ରଦେଶ ମଣ୍ଡିରୁ ଟିକେଟ୍ ଦେଇଛି। ନିର୍ବାଚନୀ ମଇଦାନକୁ ଓହ୍ଲାଇବାର କିଛି ସମୟ ନ ଜାଉଣୁ ବିବାଦୀୟ କୁଇନଙ୍କ ନାଁରେ ବିବାଦ ମୁଣ୍ଡ ଟେକିଛି। ଗତ କିଛିଦିନ ପୂର୍ବରୁ କଂଗ୍ରେସ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ କଙ୍ଗନାଙ୍କୁ ଆପତ୍ତିଜନକ ବୟାନ ଦେଇଥିଲେ। ପୁଣି କିଛିଦିନ ପରେ କଙ୍ଗନା, ରାହୁଲଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ। ଏବେ ଜଣେ କଂଗ୍ରେସ ନେତା ଅଭିଯୋଗ ଲଗାଇଛନ୍ତି, କଙ୍ଗନା ଗୋମାଂସ ଖାଉଛନ୍ତି, ତେବେ ଭାଜପା ତାଙ୍କୁ କିପରି ଟିକେଟ୍ ଦେଇଛି।
ମହାରାଷ୍ଟ୍ର କଂଗ୍ରେସ ନେତା ବିଜୟ ବଡେଟ୍ଟିୱାର ଅଭିଯୋଗ କରିଛନ୍ତି ଯେ, ହିମାଚଳ ପ୍ରଦେଶୀ ମଣ୍ଡି ଆସନରୁ ବିଜେପି ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିକଟରେ କହିଥିଲେ ଯେ, ତାଙ୍କୁ ଗୋମାଂସ ପସନ୍ଦ ଓ ସେ ଖାଆନ୍ତି। ଏନେଇ ସେ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ। ଏହାପରେ ମଧ୍ୟ ଭାଜପା ତାଙ୍କୁ ଟିକେଟ ଦେଇ ପ୍ରାର୍ଥୀ କରିଛି। ତେବେ ଅନ୍ୟପଟେ କଂଗ୍ରେସ ନେତାଙ୍କ ଏହି ଅଭିଯୋଗର ପାଲଟା ଜବାବ ଦେଇଛି ଭାଜପା। ଭାଜପା ମୁଖପାତ୍ର କେଶବ ଉପାଧ୍ୟାୟ କହିଛନ୍ତି, କଂଗ୍ରେସ ଯେଉଁ ଅଭିଯୋଗ ଆଣିଛି, ତାହା ତା’ର ମଇଳା ସଂସ୍କୃତିକୁ ଦର୍ଶାଉଛି। ସେ ଏହି ପ୍ରସଙ୍ଗରେ ଆମ ସହ ଲଢେଇ କରିପାରିବେ ନାହିଁ। ଏହା ଦଳର ପରାଜୟବାଦୀ ମାନସିକତାକୁ ପ୍ରତିଫଳିତ କରେ।
The post ଗୋମାଂସ ଖାଉଥିବା କଙ୍ଗନାଙ୍କୁ କିପରି ଟିକେଟ୍ ଦେଲା ଭାଜପା, କଂଗ୍ରେସର ବିବାଦୀୟ ପ୍ରଶ୍ନ appeared first on Dharitri Odia News.