ପୂଜା ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ : ସପ୍ତାହ ମଧ୍ୟରେ ସମସ୍ତ ରାସ୍ତାଘାଟ ମରାମତି ଶେଷ କର, ଡିଜେ ବାଜିବ ଧିରେ

କଟକ : କଟକ ସହର ସମସ୍ୟା ସମ୍ପର୍କୀତ ମାମଲାର ଶୁଣାଣି ସମୟରେ ଅନେକ ଗୁରୁତ୍ୱପୂର୍ଣ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକରେ ପୂଜା ସମୟରେ ରାସ୍ତା ଅବରୋଧ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ । ବିଶେଷ କରି ରାସ୍ତା ଅବରୋଧ କରୁଥିବା ପୂଜା ମଣ୍ଡପକୁ ଯାଞ୍ଚ କରିବା ପାଇଁ କୋର୍ଟ ନିର୍ଦେଶ ଦେବା ସହ ଖିଲାପିକାରୀ ପୂଜା ମଣ୍ଡପର ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ  ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହା ସହିତ ତୋରଣ […] The post ପୂଜା ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ : ସପ୍ତାହ ମଧ୍ୟରେ ସମସ୍ତ ରାସ୍ତାଘାଟ ମରାମତି ଶେଷ କର, ଡିଜେ ବାଜିବ ଧିରେ appeared first on KNews Odisha.

ପୂଜା ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ : ସପ୍ତାହ ମଧ୍ୟରେ ସମସ୍ତ ରାସ୍ତାଘାଟ ମରାମତି ଶେଷ କର, ଡିଜେ ବାଜିବ ଧିରେ
Highcourt

କଟକ : କଟକ ସହର ସମସ୍ୟା ସମ୍ପର୍କୀତ ମାମଲାର ଶୁଣାଣି ସମୟରେ ଅନେକ ଗୁରୁତ୍ୱପୂର୍ଣ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । କଟକରେ ପୂଜା ସମୟରେ ରାସ୍ତା ଅବରୋଧ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ହାଇକୋର୍ଟ । ବିଶେଷ କରି ରାସ୍ତା ଅବରୋଧ କରୁଥିବା ପୂଜା ମଣ୍ଡପକୁ ଯାଞ୍ଚ କରିବା ପାଇଁ କୋର୍ଟ ନିର୍ଦେଶ ଦେବା ସହ ଖିଲାପିକାରୀ ପୂଜା ମଣ୍ଡପର ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ  ନିର୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଏହା ସହିତ ତୋରଣ ପାଇଁ ଯେପରି ଫୁଟପାଥ ଅବରୋଧ ନ ହୁଏ ତାହା ତଦାରଖ କରିବା ପାଇଁ କଟକ ଡିସିପିଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ । ତେବେ କଟକଣା ସତ୍ୱେ ଗଣେଶ ଭସାଣି ସମୟରେ ଉଚ୍ଚ ସ୍ୱରରେ ଡିଜେ ବାଜିବାକୁ ନେଇ କ୍ଷୁବ୍ଧ ହେଲେ ହାଇକୋର୍ଟ ।  ବାରଣ ସତ୍ୱେ କାହିଁକି ଡିଜେ ବାଜିଲା ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ ।

ସେପଟେ ହାଇକୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଇ ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ସମୟରେ ଡିଜେ ବା ୬୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ସାଉଣ୍ଡ ବକ୍ସ ଜବତ କରିବା ପାଇଁ କୋର୍ଟଙ୍କୁ ଆଶ୍ୱାସନା ଦେଇଥିଲେ । ଡିଜେ ଶବ୍ଦ ମାପିବା ପାଇଁ ବ୍ୟବହାର ହେଉଥିବା ଯନ୍ତ୍ର ଆହୁରି ଅଣାଯିବ ବୋଲି କୋର୍ଟଙ୍କୁ ଜଣାଇ ଥିଲେ ଡିସିପି । ସେହିପରି ବିପର୍ଯ୍ୟସ୍ତ ରାସ୍ତାଘାଟ ମରାମତି ନେଇ ହାଇକୋର୍ଟରେ ସିଏମସିର ଭୁଲ ରିପୋର୍ଟ ନେଇ ବର୍ଷିଥିଲେ ।

ଭୁଲ ରିପୋର୍ଟ ଦେଲେ ଅଦାଲତରେ ଅବମାନନା ରୁଜୁ ହେବ ବୋଲି ଚେତାବନୀ ଦେଇଛନ୍ତି ହାଇକୋର୍ଟ । ଏହା ସହ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏକାଧିକ ୱାର୍ଡରେ ରାସ୍ତା ମରାମତି ହୋଇନାହିଁ । ତେଣୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ ରାସ୍ତାଘାଟ ମରାମତି କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ  । ଏହି ଶୁଣାଣି ସମୟରେ ସିଏମସି କମିସନର, ସିଟି ଇଞ୍ଜିନିୟର, ସ୍ବାସ୍ଥ୍ୟ ଅଧିକାରୀ, ଆର ଆଣ୍ଡ ବି ଯନ୍ତ୍ରୀ, ଡିସିପି, ଅତିରିକ୍ତ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ ।

The post ପୂଜା ସମୟରେ ହାଇକୋର୍ଟଙ୍କ ନିର୍ଦ୍ଦେଶ : ସପ୍ତାହ ମଧ୍ୟରେ ସମସ୍ତ ରାସ୍ତାଘାଟ ମରାମତି ଶେଷ କର, ଡିଜେ ବାଜିବ ଧିରେ appeared first on KNews Odisha.