କିଟ୍ ରେ CBSE ଇଣ୍ଟରନ୍ୟାସନାଲ ସନ୍ତରଣ ପ୍ରତିଯୋଗୀତା,ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡ. ଅଚ୍ୟୁତ ସାମନ୍ତ

କିଟ୍ ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେଲା CBSE ଇଣ୍ଟରନ୍ୟାସନାଲ ସନ୍ତରଣ ପ୍ରତିଯୋଗିତା ୨୦୨୪  ।  ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।  ଏହି ଅବସରରେ କହିଛନ୍ତି ପିଲାମାନଙ୍କର ସଫଳତାର ମେରୁଦଣ୍ଡ ହେଉଛନ୍ତି ପିତାମାତା ।  ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପିତାମାତାଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ନିର୍ଭର କରିଥାଏ । କେବଳ ପାଠପଢ଼ା ନୁହେଁ ପଢା ସହ ଖେଳକୁଦ ଓ ଅନ୍ୟାନ୍ୟ କାର୍ଯ୍ୟ […] The post କିଟ୍ ରେ CBSE ଇଣ୍ଟରନ୍ୟାସନାଲ ସନ୍ତରଣ ପ୍ରତିଯୋଗୀତା,ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.

କିଟ୍ ରେ CBSE ଇଣ୍ଟରନ୍ୟାସନାଲ ସନ୍ତରଣ ପ୍ରତିଯୋଗୀତା,ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡ. ଅଚ୍ୟୁତ ସାମନ୍ତ
achyuta samanta

କିଟ୍ ବିଶ୍ଵବିଦ୍ୟାଳୟରେ ଆରମ୍ଭ ହେଲା CBSE ଇଣ୍ଟରନ୍ୟାସନାଲ ସନ୍ତରଣ ପ୍ରତିଯୋଗିତା ୨୦୨୪  ।  ମୁଖ୍ୟ ଅତିଥି ଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ ।  ଏହି ଅବସରରେ କହିଛନ୍ତି ପିଲାମାନଙ୍କର ସଫଳତାର ମେରୁଦଣ୍ଡ ହେଉଛନ୍ତି ପିତାମାତା ।  ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପିତାମାତାଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ନିର୍ଭର କରିଥାଏ ।

କେବଳ ପାଠପଢ଼ା ନୁହେଁ ପଢା ସହ ଖେଳକୁଦ ଓ ଅନ୍ୟାନ୍ୟ କାର୍ଯ୍ୟ କରିବା ଦରକାର । ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ସନ୍ତରଣକାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ ଡ. ଅଚ୍ୟୁତ ସାମନ୍ତ । କିଟ୍ ଇଣ୍ଟରନ୍ୟାସନାଲ ଓ CBSE ର ମିଳିତ ସହଯୋଗରେ କିସ୍ ବିଶ୍ଵବିଦ୍ୟାଳୟରେ ଏହି ସନ୍ତରଣ ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି । ଦେଶ ତଥା ଦେଶ ବାହାରୁ CBSEର ୩୦୦ ଅଧିକ ବିଦ୍ୟାଳୟରୁ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ୫୦୦ରୁ ଅଧିକ କୋଚ୍ ଯୋଗ ଦେଇଛନ୍ତି।

ଏହି ସନ୍ତରଣ ପ୍ରତିଯୋଗୀତା ଆଜି ଠୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜିର ପ୍ରତିଯୋଗୀତାରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ, କିଟ୍ କିସ୍ ବିଶ୍ଵବିଦ୍ୟାଳୟ କ୍ରୀଡ଼ା ନିର୍ଦ୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ , ନିତି ଆୟୋଗ ନିର୍ଦ୍ଦେଶକ ତଥା IFS ଅମିତ ବର୍ମା ଉପସ୍ଥିତି ରହିଥିଲେ ।

 

The post କିଟ୍ ରେ CBSE ଇଣ୍ଟରନ୍ୟାସନାଲ ସନ୍ତରଣ ପ୍ରତିଯୋଗୀତା,ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଡ. ଅଚ୍ୟୁତ ସାମନ୍ତ appeared first on KNews Odisha.