ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ, ମିଳିଲା ହାତଲେଖା ଡାଏରୀ

ବାରଙ୍ଗ : ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଜୀବନ ହାରିବା ଅଭିଯୋଗ । ବାରଙ୍ଗ ଚଣ୍ଡୀପ୍ରସାଦ ନିକଟ ରେଳ ଧାରଣାରେ ଯୁବକଙ୍କ ମୃତଦେହ ମିଳିଛି । ଟ୍ରେନ ଲାଇନ କଡ଼ରେ ରହିଛି ଯୁବକଙ୍କ ସ୍କୁଟର । ସ୍କୁଟରରେ ଯୁବକଙ୍କ ଡାଏରୀରେ ଜୀବନ ହାରିବା ସମ୍ପର୍କିତ ହାତଲେଖା ନୋଟ ରହିଛି । ଯୁବକ ଜଣକ ହେଲେ ଆଶିଷ କୁମାର ଜେନା । ଗତକାଲି ସନ୍ଧ୍ୟା ସମୟରେ ଆଶିଷ ଜେନା ଏକ ସ୍କୁଟର ଯୋଗେ ରେଳଲାଇନ କଡ଼କୁ ଆସିଥିଲେ । […] The post ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ, ମିଳିଲା ହାତଲେଖା ଡାଏରୀ appeared first on KNews Odisha.

ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ, ମିଳିଲା ହାତଲେଖା ଡାଏରୀ
train

ବାରଙ୍ଗ : ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଜୀବନ ହାରିବା ଅଭିଯୋଗ । ବାରଙ୍ଗ ଚଣ୍ଡୀପ୍ରସାଦ ନିକଟ ରେଳ ଧାରଣାରେ ଯୁବକଙ୍କ ମୃତଦେହ ମିଳିଛି । ଟ୍ରେନ ଲାଇନ କଡ଼ରେ ରହିଛି ଯୁବକଙ୍କ ସ୍କୁଟର । ସ୍କୁଟରରେ ଯୁବକଙ୍କ ଡାଏରୀରେ ଜୀବନ ହାରିବା ସମ୍ପର୍କିତ ହାତଲେଖା ନୋଟ ରହିଛି । ଯୁବକ ଜଣକ ହେଲେ ଆଶିଷ କୁମାର ଜେନା ।

ଗତକାଲି ସନ୍ଧ୍ୟା ସମୟରେ ଆଶିଷ ଜେନା ଏକ ସ୍କୁଟର ଯୋଗେ ରେଳଲାଇନ କଡ଼କୁ ଆସିଥିଲେ । ସ୍କୁଟର ଉପରେ ଗାଡ଼ିର ଚାବି ରଖି ଟ୍ରେନ ଆଗକୁ ଡେଇଁପଡି ଜୀବନ ହାରିଥିଲେ । ଦୀର୍ଘ ସମୟ ଯାଏ ଏକ ପାସେଞ୍ଜର ଟ୍ରେନ ଅଟକି ରହିଥିଲା । ହେଲେ ସେ କେଉଁ ଅଞ୍ଚଳର ବୋଲି ତାହା ଜଣା ପଡ଼ିନାହିଁ । ଜୀବନ ହାରିବା ସମ୍ପର୍କରେ ନିଜର ହାତଲେଖା ନୋଟ ମଧ୍ୟ ରହିଛି । ଖବର ପାଇ ବାରଙ୍ଗ ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି । ତାଙ୍କର ମୋବାଇଲ ଫୋନ, ସ୍କୁଟର ଏବଂ ଡାଏରୀ ମଧ୍ୟ ଜବତ ହୋଇଛି । କଟକ ଜିଆରପି ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଯେଉଁମାନଙ୍କ ନାଁରେ ଅଭିଯୋଗ ହୋଇଛି। ସେମାନଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

 

 

ଆହୁରି ପଢ଼ନ୍ତୁ : ଭୁବନେଶ୍ବର ଦାୟିତ୍ବରେ ୪ IPS ଅଫିସର, ନରସିଂହ ଭୋଳ ହେଲେ ଅତିରିକ୍ତ ପୋଲିସ କମିଶନର

The post ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ, ମିଳିଲା ହାତଲେଖା ଡାଏରୀ appeared first on KNews Odisha.