ଏଇଠି ଅଛନ୍ତି ପାଣ୍ଡିଆନ୍, ମିଳିଲା ବଡ଼ ସୂଚନା
ଭୁବନେଶ୍ୱର,୬।୬: ରାଜ୍ୟରେ ବିଜେଡି ପରାଜୟ ପରେ ପାଣ୍ଡିଆନ୍ଙ୍କ ଦେଖା ମିଳୁନାହିଁ। ସେ କେଉଁ ଆଡେ ଯାଇଛନ୍ତି ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ପାଣ୍ଡିଆନ୍ଙ୍କ ସମ୍ପର୍କରେ ଏକ ଖବର ସାମ୍ନାକୁ ଆସିଛି। ସେ ବୁଧବାର ରାତିରେ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା ମିଳିଛି। ଅନ୍ୟପଟେ, ପୂର୍ବରୁ ନିଲମ୍ବିତ ହୋଇଥିବା ଆଇପିଏସ ଡିଏସ କୁଟ୍ଟେ ଦିଲ୍ଲୀରେ ଥିବା ବେଳେ ପାଣ୍ଡିଆନ୍ ଏବେ ଦିଲ୍ଲୀରେ ଥିବା […] The post ଏଇଠି ଅଛନ୍ତି ପାଣ୍ଡିଆନ୍, ମିଳିଲା ବଡ଼ ସୂଚନା appeared first on Dharitri Odia News.
ଭୁବନେଶ୍ୱର,୬।୬: ରାଜ୍ୟରେ ବିଜେଡି ପରାଜୟ ପରେ ପାଣ୍ଡିଆନ୍ଙ୍କ ଦେଖା ମିଳୁନାହିଁ। ସେ କେଉଁ ଆଡେ ଯାଇଛନ୍ତି ବୋଲି ଚାରିଆଡେ ଚର୍ଚ୍ଚା ଜୋର ଧରିଥିବା ବେଳେ ପାଣ୍ଡିଆନ୍ଙ୍କ ସମ୍ପର୍କରେ ଏକ ଖବର ସାମ୍ନାକୁ ଆସିଛି। ସେ ବୁଧବାର ରାତିରେ ଦିଲ୍ଲୀ ଚାଲିଯାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଏପରିକି ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ରହୁଥିବା ସୂଚନା ମିଳିଛି।
ଅନ୍ୟପଟେ, ପୂର୍ବରୁ ନିଲମ୍ବିତ ହୋଇଥିବା ଆଇପିଏସ ଡିଏସ କୁଟ୍ଟେ ଦିଲ୍ଲୀରେ ଥିବା ବେଳେ ପାଣ୍ଡିଆନ୍ ଏବେ ଦିଲ୍ଲୀରେ ଥିବା କୁହାଯାଉଛି। ଦିଲ୍ଲୀରେ ପାଣ୍ଡିଆନ୍ ଓ କୁଟ୍ଟେଙ୍କ ମଧ୍ୟରେ କି ମସୁଧା ଚାଲିଛି, ତାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।
ମୁଖ୍ୟମନ୍ତ୍ରୀ ପଦରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଇସ୍ତଫା ଦେବାପରେ ବୁଧବାର ନବୀନ ନିବାସରେ ତାଙ୍କୁ ଦଳର ନବନିର୍ବାଚିତ ବିଧାୟକମାନେ ସାକ୍ଷାତ କରିଥିଲେ। ତେବେ ଏହି ସାକ୍ଷାତ ସମୟରେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଅନୁପସ୍ଥିତ ରହିଥିବା ସୂଚନା ମିଳିଥିଲା।
The post ଏଇଠି ଅଛନ୍ତି ପାଣ୍ଡିଆନ୍, ମିଳିଲା ବଡ଼ ସୂଚନା appeared first on Dharitri Odia News.