ୟୁଟ୍ୟୁବ୍‌ରେ ରିଲିଜ ହେଲା ଦୁଇ ଭଉଣୀଙ୍କ ପଣିକିଆ ଗୀତ, ଭୋଟର ହେବେ ସଚେତନ

ମାଲକାନଗିରି ୦୫/୦୪: ପଣିକିଆ ମାଧ୍ୟମରେ ଭୋଟରଙ୍କୁ ସଚେତନ କରି ଚର୍ଚ୍ଚାରେ ରହିଥିବା ମାଲକାନଗିରି ଜିଲ୍ଲାର ଦୁଇ ଭଉଣୀ ଶୃତି ସୁଲଗ୍ନା ଓ ପ୍ରୀତି ସୁଲଗ୍ନାଙ୍କ ଭୋଟ ଗୀତ ୟୁଟ୍ୟୁବ୍‌ରେ ରିଲିଜ ହୋଇଛି । ରାଜ୍ୟ ମୁଖ୍ୟ ସାଚନ ସଚିବ ପ୍ରଦୀପ ଜେନା ମାଲକାନଗିରି ଜିଲ୍ଲା ଗସ୍ତ କରିଥିବା ବେଳେ ସମଗ୍ର ରାଜ୍ୟ ପାଇ ଭୋଟର ସଚେତନତାର ଏହି ଗିତଟିକୁ ରିଲିଜ କରିଛନ୍ତି । ଶୃତି ସୁଲଗ୍ନା କାଲିମେଳା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପ୍ରୀତି ସୁଲଗ୍ନା ଦଶପଲ୍ଲା ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ତାଙ୍କର ବାପା କୁରେଶ କୁମାର ସାହୁ ଓ ମାଆ ଶୁଭଶ୍ରୀ ଦାସ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । କେବଳ ବର୍ତ୍ତମାନ ନୁହେଁ ଏହା ପୁର୍ବରୁ କରୋନା ମହାମାରୀ, ଭୃଣ ହତ୍ୟା, ଅଂଶୁଘାତ, ସଡକ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ଉପରେ ବିଭିନ୍ନ ସମୟରେ ଅନେକ ସଚେତନତା ଭିଡିଓ କରି ବେଶ୍ ଚର୍ଚ୍ଚାରେ ରହିଛନ୍ତି ଦୁଇ ଭଉଣୀ । ହେଲେ ଏବେ ତାଙ୍କର ନୁଆ ଭିଡିଓ ପଣିକିଆ ମାଧ୍ୟମରେ ଭୋଟରଙ୍କୁ ସଚେତନତା କରିବା ଆହୁରି ଚର୍ଚ୍ଚାକୁ ଆସିଛି । ଏଗାର ଏକ ଏଗାର ମତଦାନ ନାଗରିକ ର ଶ୍ରେଷ୍ଠ ଅଧିକାର । ଏଗାର ଦୁଗଣି ବାଇଶି ଭୋଟ ଦେବାକୁ ଆସ ମାଆ ମାଉସି । ଲୋକଙ୍କୁ ବେଶ ଆକୃଷ୍ଟ କରିଛି ।

ୟୁଟ୍ୟୁବ୍‌ରେ ରିଲିଜ ହେଲା ଦୁଇ ଭଉଣୀଙ୍କ ପଣିକିଆ ଗୀତ, ଭୋଟର ହେବେ ସଚେତନ

ମାଲକାନଗିରି ୦୫/୦୪: ପଣିକିଆ ମାଧ୍ୟମରେ ଭୋଟରଙ୍କୁ ସଚେତନ କରି ଚର୍ଚ୍ଚାରେ ରହିଥିବା ମାଲକାନଗିରି ଜିଲ୍ଲାର ଦୁଇ ଭଉଣୀ ଶୃତି ସୁଲଗ୍ନା ଓ ପ୍ରୀତି ସୁଲଗ୍ନାଙ୍କ ଭୋଟ ଗୀତ ୟୁଟ୍ୟୁବ୍‌ରେ ରିଲିଜ ହୋଇଛି । 

ରାଜ୍ୟ ମୁଖ୍ୟ ସାଚନ ସଚିବ ପ୍ରଦୀପ ଜେନା ମାଲକାନଗିରି ଜିଲ୍ଲା ଗସ୍ତ କରିଥିବା ବେଳେ ସମଗ୍ର ରାଜ୍ୟ ପାଇ ଭୋଟର ସଚେତନତାର ଏହି ଗିତଟିକୁ ରିଲିଜ କରିଛନ୍ତି । ଶୃତି ସୁଲଗ୍ନା କାଲିମେଳା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପ୍ରୀତି ସୁଲଗ୍ନା ଦଶପଲ୍ଲା ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ତାଙ୍କର ବାପା କୁରେଶ କୁମାର ସାହୁ ଓ ମାଆ ଶୁଭଶ୍ରୀ ଦାସ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । 


କେବଳ ବର୍ତ୍ତମାନ ନୁହେଁ ଏହା ପୁର୍ବରୁ କରୋନା ମହାମାରୀ, ଭୃଣ ହତ୍ୟା, ଅଂଶୁଘାତ, ସଡକ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ଉପରେ ବିଭିନ୍ନ ସମୟରେ ଅନେକ ସଚେତନତା ଭିଡିଓ କରି ବେଶ୍ ଚର୍ଚ୍ଚାରେ ରହିଛନ୍ତି ଦୁଇ ଭଉଣୀ । ହେଲେ ଏବେ ତାଙ୍କର ନୁଆ ଭିଡିଓ ପଣିକିଆ ମାଧ୍ୟମରେ ଭୋଟରଙ୍କୁ ସଚେତନତା କରିବା ଆହୁରି ଚର୍ଚ୍ଚାକୁ ଆସିଛି । ଏଗାର ଏକ ଏଗାର ମତଦାନ ନାଗରିକ ର ଶ୍ରେଷ୍ଠ ଅଧିକାର । ଏଗାର ଦୁଗଣି ବାଇଶି ଭୋଟ ଦେବାକୁ ଆସ ମାଆ ମାଉସି । ଲୋକଙ୍କୁ ବେଶ ଆକୃଷ୍ଟ କରିଛି ।