ରୁଷ୍-ୟୁକ୍ରେନ ଯୁଦ୍ଧରେ ୨ ଭାରତୀୟ ମୃତ
ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ ମଧ୍ୟରେ ଗତ ୨୦୨୨ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ଯୁଦ୍ଧ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ। ଏଭଳି ସ୍ଥିତିରେ ରୁଷ୍ ସେନାରେ ନିୟୋଜିତ ହୋଇଥିବା ୨ ଭାରତୀୟଙ୍କର ମୃତ୍ୟୁ ହୋଇଛି। ରୁଷ୍ ସେନାରେ ଏହି ଭାରତୀୟମାନେ କାର୍ଯ୍ୟ କରୁଥିଲେ। ଏହି ଘଟଣାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ମସ୍କୋସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ଗମ୍ଭୀରତାର ସହ ନିଆଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ରୁଷ୍ ଦୂତାବାସ ସହିତ ଯୋଗାଯୋଗ କରାଯାଇଛି। ମୃତ ଭାରତୀୟଙ୍କ ମରଶରୀରକୁ ଭାରତ ଆଣିବା […]

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ ମଧ୍ୟରେ ଗତ ୨୦୨୨ ଫେବ୍ରୁଆରିରୁ ଆରମ୍ଭ ହୋଇଥିବା ଯୁଦ୍ଧ ଏପର୍ଯ୍ୟନ୍ତ ଥମିବାର ନାଁ ନେଉନାହିଁ। ଏଭଳି ସ୍ଥିତିରେ ରୁଷ୍ ସେନାରେ ନିୟୋଜିତ ହୋଇଥିବା ୨ ଭାରତୀୟଙ୍କର ମୃତ୍ୟୁ ହୋଇଛି। ରୁଷ୍ ସେନାରେ ଏହି ଭାରତୀୟମାନେ କାର୍ଯ୍ୟ କରୁଥିଲେ। ଏହି ଘଟଣାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏବଂ ମସ୍କୋସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ଗମ୍ଭୀରତାର ସହ ନିଆଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ରୁଷ୍ ଦୂତାବାସ ସହିତ ଯୋଗାଯୋଗ କରାଯାଇଛି। ମୃତ ଭାରତୀୟଙ୍କ ମରଶରୀରକୁ ଭାରତ ଆଣିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିସହିତ ରୁଷ୍ ସେନାରେ କୌଣସି ଭାରତୀୟ ନାଗରିକଙ୍କ ନିଯୁକ୍ତି ବନ୍ଦ କରିବା ଲାଗି ଭାରତ ଦାବି କରିଛି।