ଲକ୍ଷେ ଟଙ୍କାରେ ପିଲା ବିକ୍ରି ଅଭିଯୋଗ
ପାରାଦୀପ : ଲକ୍ଷେ ଟଙ୍କାରେ ଦିନକର ପିଲାକୁ ବିକି ଦେଲା ମା’ I ପାରାଦୀପ ଅଞ୍ଚଳରେ ନବ ଜାତକକୁ ଲକ୍ଷେ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ଆସିଛି I ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ଅନୁସାରେ,ଗତ ରବିବାର ମାମିନା ସର୍ଦ୍ଦାର ନାମ୍ନୀ ଜଣେ ଆଦିବାସୀ ମହିଳା ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଏବଂ ସୋମବାର ଉକ୍ତ ଶିଶୁପୁତ୍ରକୁ ଆନ୍ଧ୍ର ଭାଇଜାଗର ଜଣେ ତେଲୁଗୁ ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କାରେ […]

ପାରାଦୀପ : ଲକ୍ଷେ ଟଙ୍କାରେ ଦିନକର ପିଲାକୁ ବିକି ଦେଲା ମା’ I ପାରାଦୀପ ଅଞ୍ଚଳରେ ନବ ଜାତକକୁ ଲକ୍ଷେ ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ଆସିଛି I ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ,ଗତ ରବିବାର ମାମିନା ସର୍ଦ୍ଦାର ନାମ୍ନୀ ଜଣେ ଆଦିବାସୀ ମହିଳା ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଏବଂ ସୋମବାର ଉକ୍ତ ଶିଶୁପୁତ୍ରକୁ ଆନ୍ଧ୍ର ଭାଇଜାଗର ଜଣେ ତେଲୁଗୁ ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କାରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି । ନୂଆବଜାରର ଜଣେ ଦଲାଲଙ୍କ ପ୍ରରୋଚନାରେ ଲକ୍ଷେ ଟଙ୍କାରେ ଛୁଆ ବିକ୍ରି କରିଥିବା କଥା ସାମ୍ନାକୁ ଆସିଛି।
ପୂର୍ବରୁ ମାମିନା ପାରାଦୀପ ଷଣ୍ଢକୁଦ ବସ୍ତିରେ ରହୁଥିଲେ I ତେବେ ସେ ଗର୍ଭବତୀ ହେବାପରେ ଗର୍ଭ ନଷ୍ଟ କରିବାକୁ ଚାହିଁଥିଲେ I ତେବେ ସେଠାରେ ରହୁଥିବା ମାଙ୍ଗା ନାମ୍ନୀ ଜଣେ ତେଲୁଗୁ ମହିଳା ତାଙ୍କର ଭଲମନ୍ଦ ବୁଝା ବୁଝି କରୁଥିଲେ I ପିଲା ଜନ୍ମ ହେଲେ ସେ ପିଲାକୁ ରଖିବେ ମାମିନାଙ୍କୁ ଭରସା ଦେଇଥିଲେ । ଏହାପରେ ପିଲା ଜନ୍ମ ହେଲେ ତାଙ୍କୁ ଦେବାକୁ ଆଦିବାସୀ ମହିଳା କୁଆଡେ ରାଜି ହୋଇଥିଲେ।
ମାତ୍ର କିଛି ଦିନପରେ ସେଠାରୁ ମାମିନା ଆସି ନୂଆବଜାର ବସ୍ତିରେ ରହିଲେ I ଶୁକ୍ରବାର ଅଠରବାଙ୍କି ସରକାରୀ ଡାକ୍ତରଖାନାରେ ମାମିନା ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ରବିବାର ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଆଉ ସୋମବାର ଜଣେ ଦଲାଲ ମାଧ୍ୟମରେ ନିଜ କୋଳର ଛୁଆକୁ ଭାଇଜାଗ ପଠାଇ ଦେଇଥିଲେ। ଏ କଥା ଜାଣିବା ପରେ ମାଙ୍ଗା ସ୍ଥାନୀୟ ପାରିଷଦ ଓ କିଛି ମହିଳାଙ୍କୁ ସାଙ୍ଗରେ ନେଇ ମାମିନା ପାଖକୁ ଯାଇ ପାଟିତୁଣ୍ଡ କରିଥିଲେ ।
ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି। ଘଟଣାରେ ତଦନ୍ତ ଚାଲିଥିବା କହିଛନ୍ତି ପାରାଦୀପ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ। ତଦନ୍ତ ପାଇଁ ଏକ ଟିମ୍ ଗଠନ ହୋଇଛି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶିଶୁ ମଙ୍ଗଳ ଅଧିକାରୀ କହିଛନ୍ତି।