ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଆହତ
ସମ୍ବଲପୁର : ସମ୍ବଲପୁରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ । ପୋଲିସକୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅପରାଧୀ କମଲୁ ପ୍ରଧାନକୁ ଏନକାଉଣ୍ଟର କରିଛି ପୋଲିସ । ବୁର୍ଲା ଥାନା ଆ.କଟାପାଲି ଜଙ୍ଗଲରେ ଏନକାଣ୍ଟର କରାଯାଇଛି । ଜଙ୍ଗଲରେ ଲୁଚିଥିବା ବେଳେ କାମାଲୁ ପ୍ରଧାନ ଗୋଡ଼ରେ ଗୁଳି ବାଜିଛି । ବୁର୍ଲା ଥାନା ଅଧିକାରୀ ଅନିଲ ପ୍ରଧାନଙ୍କ ଗୁଳିରେ ସେ ଆହତ ହୋଇଥିବା ସୂଚନା ମିଳିଛି । ତେବେ କମଲୁ ର ପାଲଟା ଆକ୍ରମଣରେ ବୁର୍ଲା […]

ସମ୍ବଲପୁର : ସମ୍ବଲପୁରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ । ପୋଲିସକୁ ଆକ୍ରମଣ କରି ପାପୁଲି ଛିଣ୍ଡାଇଥିବା ଅପରାଧୀ କମଲୁ ପ୍ରଧାନକୁ ଏନକାଉଣ୍ଟର କରିଛି ପୋଲିସ । ବୁର୍ଲା ଥାନା ଆ.କଟାପାଲି ଜଙ୍ଗଲରେ ଏନକାଣ୍ଟର କରାଯାଇଛି । ଜଙ୍ଗଲରେ ଲୁଚିଥିବା ବେଳେ କାମାଲୁ ପ୍ରଧାନ ଗୋଡ଼ରେ ଗୁଳି ବାଜିଛି । ବୁର୍ଲା ଥାନା ଅଧିକାରୀ ଅନିଲ ପ୍ରଧାନଙ୍କ ଗୁଳିରେ ସେ ଆହତ ହୋଇଥିବା ସୂଚନା ମିଳିଛି । ତେବେ କମଲୁ ର ପାଲଟା ଆକ୍ରମଣରେ ବୁର୍ଲା ପୋଲିସର ଏସଆଇ ଦେବାଶିଷ ଖିଲାରଙ୍କ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି । ଉଭୟଙ୍କୁ ବୁର୍ଲା ଭୀମସାର ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାନୁସାରେ,ଗତ ୪ତାରିଖରେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଝରାପାଲି ଗାଁରେ କମଲୁ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ଖବର ପାଇ ବୁର୍ଲ୍ଲା ଥାନା ପୋଲିସ କଳହର ସମାଧାନ କରିବାକୁ ଯାଇ ଥିବାବେଳେ କନଷ୍ଟେବଳ ସରୋଜ ଭୋଇଙ୍କୁ ଆକ୍ରମଣ କରି ହାତ ପାପୁଲି କାଟିଦେଇଥିଲା କମଲୁ । ଯେଉଁଥିରେ ସରୋଜଙ୍କ ଡାହାଣ ହାତର ତିନିଟି ଆଙ୍ଗୁଠି କଟିଯାଇଥିଲା । ତାପରଠାରୁ କମଲୁ ଫେରାର ଥିଲା । ତେବେ ଆଜି ପୋଲିସ ଖବର ପାଇ ଏ.କଟାପାଲି ଜଙ୍ଗଲରେ କମଲୁକୁ ଧରିବାକୁ ଯାଇଥିବା ବେଳେ ପୁଣି ଥରେ ପୋଲିସ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ, ପୋଲିସ କମଲୁକୁ ଏନକାଉଣ୍ଟର କରିଛି ।