ବର୍ଷକରେ ୧୫ହଜାର କୋଟି ସରକାରଙ୍କୁ ଦେଇଛି ଏନ୍‌ସିଏଲ୍‌

ଭୁବନେଶ୍ୱର,୪।୮ (ଅନୁରାଧା ମହାରଣା): କୋଲ୍‌ ଇଣ୍ଡିଆର ଏକ ଶାଖା ଉତ୍ତର କୋଲ୍‌ଫିଲ୍ଡ ଲିମିଟେଡ୍‌(ଏନ୍‌ସିଏଲ୍‌)ର ସିଏମ୍‌ଡି ବି. ସାଇରାମ ଶନିବାର କହିଛନ୍ତି, କମ୍ପାନୀ କେନ୍ଦ୍ରୀୟ ତଥା ରାଜ୍ୟ ଖନନ କ୍ଷେତ୍ରରେ ରୟାଲ୍‌ଟି ଏବଂ ଜିଏସ୍‌ଟି ଆକାରରେ ଆର୍ଥିକ ବର୍ଷ ୨୦୨୩-୨୪ରେ ୧୫ ହଜାର କୋଟି ଟଙ୍କା ପ୍ରଦାନ କରିଛି। ସେ କହିଛନ୍ତି ,ଏନ୍‌ସିଏଲ୍‌ ଏହାର ମୋଟ କୋଇଲାର ୯୪ ପ୍ରତିଶତ ବିଦ୍ୟୁତ୍‌ କ୍ଷେତ୍ରକୁ ପଠାଇଛି। ଦେଶର ଶକ୍ତି ନିରାପତ୍ତା ପୂରଣ କରିବା ଦିଗରେ କମ୍ପାନୀର ପ୍ରତିବଦ୍ଧତା ଉପରେ ସାଇରାମ […] The post ବର୍ଷକରେ ୧୫ହଜାର କୋଟି ସରକାରଙ୍କୁ ଦେଇଛି ଏନ୍‌ସିଏଲ୍‌ appeared first on Dharitri Odia News.

ବର୍ଷକରେ ୧୫ହଜାର କୋଟି ସରକାରଙ୍କୁ ଦେଇଛି ଏନ୍‌ସିଏଲ୍‌

ଭୁବନେଶ୍ୱର,୪।୮ (ଅନୁରାଧା ମହାରଣା): କୋଲ୍‌ ଇଣ୍ଡିଆର ଏକ ଶାଖା ଉତ୍ତର କୋଲ୍‌ଫିଲ୍ଡ ଲିମିଟେଡ୍‌(ଏନ୍‌ସିଏଲ୍‌)ର ସିଏମ୍‌ଡି ବି. ସାଇରାମ ଶନିବାର କହିଛନ୍ତି, କମ୍ପାନୀ କେନ୍ଦ୍ରୀୟ ତଥା ରାଜ୍ୟ ଖନନ କ୍ଷେତ୍ରରେ ରୟାଲ୍‌ଟି ଏବଂ ଜିଏସ୍‌ଟି ଆକାରରେ ଆର୍ଥିକ ବର୍ଷ ୨୦୨୩-୨୪ରେ ୧୫ ହଜାର କୋଟି ଟଙ୍କା ପ୍ରଦାନ କରିଛି। ସେ କହିଛନ୍ତି ,ଏନ୍‌ସିଏଲ୍‌ ଏହାର ମୋଟ କୋଇଲାର ୯୪ ପ୍ରତିଶତ ବିଦ୍ୟୁତ୍‌ କ୍ଷେତ୍ରକୁ ପଠାଇଛି। ଦେଶର ଶକ୍ତି ନିରାପତ୍ତା ପୂରଣ କରିବା ଦିଗରେ କମ୍ପାନୀର ପ୍ରତିବଦ୍ଧତା ଉପରେ ସାଇରାମ ଗୁରୁତ୍ୱାରୋପ କରିଛନ୍ତି। ଏନ୍‌ସିଏଲ୍‌ ମୁଖ୍ୟାଳୟରେ ଆୟୋଜିତ ସିଙ୍ଗରୌଲି ଇଣ୍ଡଷ୍ଟ୍ରିଆଲ ସମ୍ମିଳନୀରେ ସେ ଏପରି ମତ ରଖିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧି, ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି, ବିବିଧକରଣ, ପୂର୍ଣ୍ଣ ଶିଳ୍ପ ସାମର୍ଥ୍ୟର ଶୋଷଣ ଏବଂ ସାମାଜିକ-ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ପାଇଁ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ଅବସରରେ ଶକ୍ତି, ଆଲୁମିନିୟମ, ସିମେଣ୍ଟ, ରାସାୟନିକ ପଦାର୍ଥ ଏବଂ ଭିତ୍ତିଭୂମି ଭଳି ବିଭିନ୍ନ କ୍ଷେତ୍ରରେ ସୁଯୋଗ ବୃଦ୍ଧି ପାଇଁ ଆଲୋଚନା କରାଯାଇଥିଲା।

The post ବର୍ଷକରେ ୧୫ହଜାର କୋଟି ସରକାରଙ୍କୁ ଦେଇଛି ଏନ୍‌ସିଏଲ୍‌ appeared first on Dharitri Odia News.