ଚାନ୍ଦିପୋଷ ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
ବଣାଇଁ,୩୦ା୧୨: ସୁନ୍ଦରଗଡ଼ ଜିଲା ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ମୃତ୍ୟୁସଂଖ୍ୟା ଦୁଇ ଥିବାବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ଗତକାଲି ରାଉରକେଲାରୁ ବଣାଇଁ ଖଣ୍ଡାଧାରକୁ ଏକ ସ୍କର୍ପିଓ (ଓଡି ୧୪ ଏଫ୍ ୦୦୨) ଯୋଗେ ଆସୁଥିବା ୪ ଜଣ ହେଲେ ଆଦିତ୍ୟ ରାଉଳ, ବିପିନ ସେଠୀ, […] The post ଚାନ୍ଦିପୋଷ ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି appeared first on Dharitri Odia News.
ବଣାଇଁ,୩୦ା୧୨: ସୁନ୍ଦରଗଡ଼ ଜିଲା ଦେଇ ଯାଇଥିବା ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ମୃତ୍ୟୁସଂଖ୍ୟା ଦୁଇ ଥିବାବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ଘଟିବା ପରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି।
ଗତକାଲି ରାଉରକେଲାରୁ ବଣାଇଁ ଖଣ୍ଡାଧାରକୁ ଏକ ସ୍କର୍ପିଓ (ଓଡି ୧୪ ଏଫ୍ ୦୦୨) ଯୋଗେ ଆସୁଥିବା ୪ ଜଣ ହେଲେ ଆଦିତ୍ୟ ରାଉଳ, ବିପିନ ସେଠୀ, ଶେଖ୍ ରମଜାନ ଓ ପବିତ୍ର ସାହୁ l ଗତକାଲି ଚାଳକ ଆଦିତ୍ୟ ରାଉଳଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଓ ଆହତ ବିପିନଙ୍କୁ ରାଉରକେଲା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଗତକାଲି ମୃତ୍ୟୁସଂଖ୍ୟା ଦୁଇ ଥିବା ବେଳେ ଆଜି ପୁଣି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ଚିକିତ୍ସାଧୀନ ଅବସ୍ଥାରେ ଶେଖ୍ ରମଜାନ୍ଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ଗୁରୁତର ପବିତ୍ର ସାହୁ ଏକ ଘରୋଇ ହସ୍ପିଟାଲରେ ସଙ୍କଟାପନ୍ନ ଭାବେ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛନ୍ତି।
The post ଚାନ୍ଦିପୋଷ ସଡ଼କ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି appeared first on Dharitri Odia News.