୭ ଫୁଟର କନ୍ୟାଙ୍କୁ ୫ ଫୁଟର ବର, ଏବେ ହେବାକୁ ଯାଉଛନ୍ତି ମାତାପିତା, ପରିବାରର ବାଧା ପରେ ବି….

ବେଜିଂ,୨୮।୫: ପିଲାଦିନରୁ ଆମେ ଶୁଣି ଆସିଛୁ ଯେ ଭଗବାନ ଯୋଡି ତିଆରି କରନ୍ତି, କିନ୍ତୁ ଏହାକୁ ବଜାୟ ରଖିବା ମଣିଷର କାମ। ବର୍ତ୍ତମାନ ଚାଇନାର ଏକ ଦମ୍ପତି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛନ୍ତି। ଲୋକମାନେ ଏହି ଦମ୍ପତିଙ୍କ ଫଟୋକୁ ବହୁ ମାତ୍ରାରେ ଶେୟାର କରୁଛନ୍ତି। ଏହି ଦମ୍ପତି ଭାଇରାଲ ହେବାର କାରଣ ହେଉଛି ଉଭୟଙ୍କ ଉଚ୍ଚତା। ପ୍ରକୃତରେ, ଯୁବକ ଜଣଙ୍କ ୧.୬୮ ମିଟର (ଅର୍ଥାତ ୫.୫ ଫୁଟରୁ ଟିକେ ଅଧିକ) ଉଚ୍ଚ, ଯେତେବେଳେ ଝିଅଟି ୨.୨ […] The post ୭ ଫୁଟର କନ୍ୟାଙ୍କୁ ୫ ଫୁଟର ବର, ଏବେ ହେବାକୁ ଯାଉଛନ୍ତି ମାତାପିତା, ପରିବାରର ବାଧା ପରେ ବି…. appeared first on Dharitri Odia News.

୭ ଫୁଟର କନ୍ୟାଙ୍କୁ ୫ ଫୁଟର ବର, ଏବେ ହେବାକୁ ଯାଉଛନ୍ତି ମାତାପିତା, ପରିବାରର ବାଧା ପରେ ବି….

ବେଜିଂ,୨୮।୫: ପିଲାଦିନରୁ ଆମେ ଶୁଣି ଆସିଛୁ ଯେ ଭଗବାନ ଯୋଡି ତିଆରି କରନ୍ତି, କିନ୍ତୁ ଏହାକୁ ବଜାୟ ରଖିବା ମଣିଷର କାମ। ବର୍ତ୍ତମାନ ଚାଇନାର ଏକ ଦମ୍ପତି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛନ୍ତି। ଲୋକମାନେ ଏହି ଦମ୍ପତିଙ୍କ ଫଟୋକୁ ବହୁ ମାତ୍ରାରେ ଶେୟାର କରୁଛନ୍ତି। ଏହି ଦମ୍ପତି ଭାଇରାଲ ହେବାର କାରଣ ହେଉଛି ଉଭୟଙ୍କ ଉଚ୍ଚତା।
ପ୍ରକୃତରେ, ଯୁବକ ଜଣଙ୍କ ୧.୬୮ ମିଟର (ଅର୍ଥାତ ୫.୫ ଫୁଟରୁ ଟିକେ ଅଧିକ) ଉଚ୍ଚ, ଯେତେବେଳେ ଝିଅଟି ୨.୨ ମିଟର (ଅର୍ଥାତ ପ୍ରାୟ ୭.୨୩ ଫୁଟ) ଉଚ୍ଚ। ଅନଲାଇନ ପ୍ଲାଟଫର୍ମ ହାଇବାଓ ନ୍ୟୁଜର ଏକ ରିପୋର୍ଟ ଅନୁଯାୟୀ, ଜିହାଓ ଏବଂ ସିଆଓୟୁ ନାମକ ଏହି ଦମ୍ପତି ଚୋଙ୍ଗକିଙ୍ଗର ବାସିନ୍ଦା ଏବଂ ଉଭୟ ଗତ ଦୁଇ ବର୍ଷ ଧରି ପ୍ରେମ ସମ୍ପର୍କରେ ଅଛନ୍ତି।
ଜିହାଓ ଏବଂ ସିଆଓୟୁଙ୍କ ଅନନ୍ୟ ପ୍ରେମ କାହାଣୀ ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ସିଆଓୟୁ ମେ’ ମାସର ପ୍ରଥମ ସପ୍ତାହରେ ଇଣ୍ଟରନେଟ ମିଡିଆରେ କହି ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ଯେ ସେ ଗର୍ଭବତୀ ଅଛନ୍ତି।
ଜିହାଓ କହିଥିଲେ ଯେ ସେ ତିନି ବର୍ଷ ପୂର୍ବେ ଏକ ଲାଇଭ ଷ୍ଟ୍ରିମିଂ ସମୟରେ ସିଆଓୟୁଙ୍କୁ ଭେଟିଥିଲେ। ତା’ପରେ ସେ ଏକ ସୁନ୍ଦର ମନ୍ତବ୍ୟ ଦେଲେ, ଯାହା ପରେ ଉଭୟ ପରସ୍ପର ସହିତ କଥାବାର୍ତ୍ତା ଆରମ୍ଭ କଲେ ଏବଂ ଏହି ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହେଲା ତାହା ସେମାନେ ଜାଣିପାରିଲେ ନାହିଁ।
ଜିହାଓ କହିଥିଲେ ଯେ ମୋ ପରିବାର ସିଆଓୟୁକୁ ପସନ୍ଦ କରୁଥିଲେ, କିନ୍ତୁ ତାଙ୍କ ଉଚ୍ଚତା ଯୋଗୁ ସେମାନେ ଏହି ସମ୍ପର୍କ ବିରୁଦ୍ଧରେ ଥିଲେ ଏବଂ ମୋତେ ଡେଟିଂ କରିବାରୁ ବାରଣ କରିଥିଲେ। ତଥାପି, ଆମେ ଦୁହେଁ ଆମ ପ୍ରେମରେ ପୂର୍ଣ୍ଣ ବିଶ୍ୱାସ କରିଥିଲୁ ଏବଂ ଆମେ ଜୀବନସାରା ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲୁ। ସିଆଓୟୁଙ୍କ ଉଚ୍ଚତା ଆମ ଜୀବନରେ କୌଣସି ପ୍ରକାରେ ପ୍ରତିବନ୍ଧକ ହୋଇନାହିଁ। ବର୍ତ୍ତମାନ ସିଆଓୟୁ ଗର୍ଭବତୀ ଏବଂ ସେ ତାଙ୍କର ଭଲ ଯତ୍ନ ନେବେ।

The post ୭ ଫୁଟର କନ୍ୟାଙ୍କୁ ୫ ଫୁଟର ବର, ଏବେ ହେବାକୁ ଯାଉଛନ୍ତି ମାତାପିତା, ପରିବାରର ବାଧା ପରେ ବି…. appeared first on Dharitri Odia News.