ବିଜେପିର ମିଶ୍ରଣ ପର୍ବ
ବିଜେପିର ମିଶ୍ରଣ ପର୍ବ ଲକ୍ଷ୍ମୀପୁର ୨୨/୦୪ ଲକ୍ଷ୍ମୀପୁର ବ୍ଲକ୍ ସଦର ମିନି ଷ୍ଟାଡିୟମ ଠାରେ ଆଜି ବିଜେପି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ମିଶ୍ରଣ ପର୍ବ ରେ ବିଜେପି ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକାଙ୍କ ଉପସ୍ଥିତିରେ ବନ୍ଧୁଗାଁ,ନାରାୟଣ ପାଟଣା ଓ ଦଶମନ୍ତପୁର ବ୍ଲକ୍ ର ପ୍ରାୟ ୫୦ ରୁ ଉର୍ଦ୍ଧ ବିଜେଡ଼ି ଦଳର ଆଗଧାଡି ର କର୍ମୀ ମାନେ ଯୋଗ ଦେଇଥିଲେ।ସେଥି ମଧ୍ୟରେ ମୁଖ୍ୟତ ବନ୍ଧୁଗାଁ ର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୌରାଙ୍ଗ […] The post ବିଜେପିର ମିଶ୍ରଣ ପର୍ବ appeared first on Odisha.News.

ବିଜେପିର ମିଶ୍ରଣ ପର୍ବ
ଲକ୍ଷ୍ମୀପୁର ୨୨/୦୪
ଲକ୍ଷ୍ମୀପୁର ବ୍ଲକ୍ ସଦର ମିନି ଷ୍ଟାଡିୟମ ଠାରେ ଆଜି ବିଜେପି ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ମିଶ୍ରଣ ପର୍ବ ରେ ବିଜେପି ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର କୁଲେସିକାଙ୍କ ଉପସ୍ଥିତିରେ ବନ୍ଧୁଗାଁ,ନାରାୟଣ ପାଟଣା ଓ ଦଶମନ୍ତପୁର ବ୍ଲକ୍ ର ପ୍ରାୟ ୫୦ ରୁ ଉର୍ଦ୍ଧ ବିଜେଡ଼ି ଦଳର ଆଗଧାଡି ର କର୍ମୀ ମାନେ ଯୋଗ ଦେଇଥିଲେ।ସେଥି ମଧ୍ୟରେ ମୁଖ୍ୟତ ବନ୍ଧୁଗାଁ ର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଗୌରାଙ୍ଗ ପାତ୍ର,ବିଜେଡ଼ି ଦଳର କୁମ୍ଭାରିପୁଟ ପଞ୍ଚାୟତ ସଭାପତି କର୍ଣ୍ଣ ମିସାଲ୍,କୁମ୍ଭାରିପୁଟ ୱାର୍ଡ ମେମ୍ବର ଈଶ୍ୱର ମିସାଲ୍,ଲକ୍ଷ୍ମୀପୁର ବ୍ଲକ୍ ସଦର ପଞ୍ଚାୟତ ଅନ୍ତର୍ଗତ ୫ ନମ୍ୱର୍ ୱାର୍ଡ ର ୱାର୍ଡ ମେମ୍ବର ଲକ୍ଷ୍ମୀ କାନ୍ତ ବାରିକ ଙ୍କ ସମେତ କର୍ମୀ ମାନେ ଉପସ୍ଥିତ ଥିଲେ ।ଜିଲ୍ଲା ବିଜେପିର ଉପ ସଭାପତି ନକୁଳ ବିଶୋଇ,ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ପାଢ଼ୀ,ଜିଲ୍ଲା ଓବିସି ସେଲ ସଭାପତି ଟଙ୍କ ଧର ବିଶୋଇ,ମୁରଲୀ ତୁଳ,
ଅଗସ୍ତି ହଳବା, ଅନନ୍ତ ହୁଇକା,କାଶୀନାଥ ହିକକା,ଉଦୟ ହିକକା,ଭୁବନ ଜାନୀ,ସୀତାରାମ କେନ୍ଦ୍ରୁକା ଭଳି ଅନେକ କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ ଆଗକୁ ଆହୁରି ଅନେକ ଅନ୍ୟ ଦଳ ର କର୍ମୀ ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି।ଯୋଗ ଦେଇଥିବା କର୍ମୀ ମାନେ ବିଜେଡି ଦଳ ତାଙ୍କୁ ସବୁ ବେଳେ ଅଣଦେଖା କରୁଥିଲା,କେବଳ ଭୋଟ ସମୟରେ ସେମାନଙ୍କୁ ବିଜେଡ଼ି ଦଳ ବ୍ୟବହାର କରି ବାକି ଦିନ ଅଣ ଦେଖା କରୁଥିବାରୁ ସେମାନେ ଆଜି କୈଳାସ ଙ୍କ ଭଲପାଇବା ପ୍ରତି ଆକର୍ଷିତ ହୋଇ ବିଜେପି ଦଳରେ ଯୋଗ ଦେଇଥିବା କହିଛନ୍ତି।
The post ବିଜେପିର ମିଶ୍ରଣ ପର୍ବ appeared first on Odisha.News.