କେନ୍ଦୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ତାଲୁକ ଆଇନ ସେବା ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନ୍ଦୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ତାଲୁକ ଆଇନସେବା କମିଟି ପକ୍ଷରୁ ‘ଯୌନ ଶୋଷଣରୁ ସୁରକ୍ଷା ‘ ସମ୍ବନ୍ଧରେ ଆଜି ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଧବାର ଉକ୍ତ ଶିବିରରେ ବରିଷ୍ଠ ଦେୱାନି ଜଜ୍ ତଥା କମିଟିର ଅଧ୍ୟକ୍ଷା ସରୋଜିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଏସଡିଜେଏମ ପୁନମ ସେଠ , ଆଇନଜୀବୀ ଶଙ୍କର୍ଷଣ ପଣ୍ଡା […] The post କେନ୍ଦୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ତାଲୁକ ଆଇନ ସେବା ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ appeared first on Odisha.News.

କେନ୍ଦୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ତାଲୁକ ଆଇନ ସେବା ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନ୍ଦୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ତାଲୁକ ଆଇନସେବା କମିଟି ପକ୍ଷରୁ ‘ଯୌନ ଶୋଷଣରୁ ସୁରକ୍ଷା ‘ ସମ୍ବନ୍ଧରେ ଆଜି ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଧବାର ଉକ୍ତ ଶିବିରରେ ବରିଷ୍ଠ ଦେୱାନି ଜଜ୍ ତଥା କମିଟିର ଅଧ୍ୟକ୍ଷା ସରୋଜିନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ I ଏସଡିଜେଏମ ପୁନମ ସେଠ , ଆଇନଜୀବୀ ଶଙ୍କର୍ଷଣ ପଣ୍ଡା , ଥାନା ଅଧିକାରୀ ସେଠୀ ପ୍ରମୁଖ ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ କାର୍ଯ୍ଯକ୍ରମରେ କେନ୍ଦୁପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଇନ୍ଦିରା ମିଶ୍ର ସଭାପତିତ୍ବ କରିଥିଲେ । ଶିକ୍ଷକ ସୀତାଂଶୁ ଶେଖର ଖମାରୀ ସଭାର ସଂଯୋଜନା କରିଥିବାବେଳେ ବିଚାର ବିଭାଗୀୟ କର୍ମଚାରୀ ସଞ୍ଜୀବ ବାରିକ , ଶେଷଦେବ କୁଦେଇ , ରବିନାରାୟଣ ଅମାତ ପ୍ରମୁଖ ସହଯୋଗ କରିଥିଲେ । ଅମରେଶ ତ୍ରିପାଠୀ , ଅର୍ପିତା ହୋତା , ବିଷ୍ଣୁପ୍ରସାଦ ଧଳ , ଦେବାଶିଷ ମିଶ୍ର ପ୍ରମୁଖ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ I ଶେଷରେ ଶିକ୍ଷକ ଦିବ୍ୟ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

The post କେନ୍ଦୁପାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ତାଲୁକ ଆଇନ ସେବା ପକ୍ଷରୁ ଆଇନ ସଚେତନତା ଶିବିର ଅନୁଷ୍ଠିତ appeared first on Odisha.News.