କଂଗ୍ରେସକୁ ବାଏ ବାଏ,ବିଜେଡିରେ ସୁରେନ୍ଦ୍ର ସିଂ ଭୋଇ

ଭୁବନେଶ୍ୱର:କଂଗ୍ରେସକୁ ହାତ ହଲାଇ ବାଏ ବାଏ କରି ଶଙ୍ଖ ଫୁଙ୍କିବେ ଏବେ ସୁରେନ୍ଦ୍ର ସିଂ ଭୋଇ। ଶଙ୍ଖ ଭବନରେ ଆଜି ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ। ଟୁକୁନି ସାହୁ, ସସ୍ମିତ ପାତ୍ର, ଅଧିରାଜ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସୁରେନ୍ଦ୍ର ନିଜ ହଜାର ହଜାର ସମର୍ଥକଙ୍କ ସହ ବିଜେଡି ଦଳରେ ସାମିଲ ହୋଇଛନ୍ତି । ୩୮ବର୍ଷ ଧରି କଂଗ୍ରେସରେ ଥିବା ସୁରେନ୍ଦ୍ର ଗତକାଲି ଇସ୍ତଫା ଦେଇଥିଲେ। […] The post କଂଗ୍ରେସକୁ ବାଏ ବାଏ,ବିଜେଡିରେ ସୁରେନ୍ଦ୍ର ସିଂ ଭୋଇ appeared first on Odisha.News.

କଂଗ୍ରେସକୁ ବାଏ ବାଏ,ବିଜେଡିରେ  ସୁରେନ୍ଦ୍ର ସିଂ ଭୋଇ

ଭୁବନେଶ୍ୱର:କଂଗ୍ରେସକୁ ହାତ ହଲାଇ ବାଏ ବାଏ କରି ଶଙ୍ଖ ଫୁଙ୍କିବେ ଏବେ ସୁରେନ୍ଦ୍ର ସିଂ ଭୋଇ। ଶଙ୍ଖ ଭବନରେ ଆଜି ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇ। ଟୁକୁନି ସାହୁ, ସସ୍ମିତ ପାତ୍ର, ଅଧିରାଜ ପାଣିଗ୍ରାହୀଙ୍କ ଉପସ୍ଥିତିରେ ସୁରେନ୍ଦ୍ର ନିଜ ହଜାର ହଜାର ସମର୍ଥକଙ୍କ ସହ ବିଜେଡି ଦଳରେ ସାମିଲ ହୋଇଛନ୍ତି । ୩୮ବର୍ଷ ଧରି କଂଗ୍ରେସରେ ଥିବା ସୁରେନ୍ଦ୍ର ଗତକାଲି ଇସ୍ତଫା ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ସଭାପତି ପଦ ସହ ଏଆଇସିସିର ସମସ୍ତ ପଦପଦବୀରୁ ଇସ୍ତଫା ଦେଇ ଶେଶରେ ଆଜି ବିଜେଡି ଦଳରେ ସାମିଲ ହୋଇଛନ୍ତି।ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସରୁ ଇସ୍ତଫା ଦେଇଥିଲେ ସୁରେନ୍ଦ୍ର। ୨୦୧୪ ଓ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଟୁକୁନି ସାହୁଙ୍କ ଠାରୁ ପରାଜିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡି ଟିକଟରେ ସୁରେନ୍ଦ୍ର ବଲାଙ୍ଗିର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି।

The post କଂଗ୍ରେସକୁ ବାଏ ବାଏ,ବିଜେଡିରେ ସୁରେନ୍ଦ୍ର ସିଂ ଭୋଇ appeared first on Odisha.News.