ଗିରିସୋଲା ଜାତୀୟ ରାଜପଥ ରେ ଗୋରୁ ବୋଝେଇ ପିକ ଅପ ଗାଡ଼ିକୁ ଧରିଲେ ଗୋ ରକ୍ଷକ କର୍ମୀ। ଥାନାରେ ଅଭିଯୋଗ।
ଗୋପାଳପୁର,୧୮/୦୫ ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ଗିରିସୋଲା ଛକ ଠାରେ ଏକ ଗୋରୁ ବୋଝେଇ ପିକ ଅପ ଗାଡ଼ିକୁ ଗୋ ରକ୍ଷକ କର୍ମୀ ରୋନାଲି ପାଣିଗ୍ରାହୀ ଙ୍କ ପକ୍ଷରୁ ଅଟକ ରଖି ଯାଇ ଗୋଳନ୍ଥରା ଥାନା ରେ ଜିମା ଦିଆ ଯିବା ସହହଏକ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ଶନିବାର ଏକ ପିକ ଅପ ଗାଡି (ଏପି ୩୯ ଟି ୟାଇ ୩୩୨୯) ଯୋଗେ କେତେକ ଗାଈ ଓ ବାଛୁରୀ ଆନ୍ଦ୍ରପ୍ରଦେଶ […] The post ଗିରିସୋଲା ଜାତୀୟ ରାଜପଥ ରେ ଗୋରୁ ବୋଝେଇ ପିକ ଅପ ଗାଡ଼ିକୁ ଧରିଲେ ଗୋ ରକ୍ଷକ କର୍ମୀ। ଥାନାରେ ଅଭିଯୋଗ। appeared first on Odisha.News.

ଗୋପାଳପୁର,୧୮/୦୫
ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନଂ ୧୬ ଗିରିସୋଲା ଛକ ଠାରେ ଏକ ଗୋରୁ ବୋଝେଇ ପିକ ଅପ ଗାଡ଼ିକୁ ଗୋ ରକ୍ଷକ କର୍ମୀ ରୋନାଲି ପାଣିଗ୍ରାହୀ ଙ୍କ ପକ୍ଷରୁ ଅଟକ ରଖି ଯାଇ ଗୋଳନ୍ଥରା ଥାନା ରେ ଜିମା ଦିଆ ଯିବା ସହହଏକ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ଶନିବାର ଏକ ପିକ ଅପ ଗାଡି (ଏପି ୩୯ ଟି ୟାଇ ୩୩୨୯) ଯୋଗେ କେତେକ ଗାଈ ଓ ବାଛୁରୀ ଆନ୍ଦ୍ରପ୍ରଦେଶ ରାଜ୍ୟ କୁ ଚାଲାଣ ହୋଉଥିବା ଖବର ପାଇ ବ୍ରହ୍ମପୁର ର ଗୋ ରକ୍ଷକ କର୍ମୀ ରୋନାଲି ପାଣିଗ୍ରାହୀ ହଳଦିଆପଦର ଗ୍ରାମ ନିକଟରେ ଗାଡି କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଚାଳକ ଗାଡି ରଖିନଥିଲା l ଗୋଡେଇ ଗୋଡ଼େଇ ଗିରିସୋଲା ନିକଟରେ ଧରିଥିଲେ l ଚାଳକଙ୍କୁ ଗାଇ କେଉଁ ଆଡେ ନେଉଛ ବୋଲି ପଚାରିବାରୁ ସେମାନେ କାଞ୍ଚିଲି ନେଉଥିବା କହିଥିଲେ l ଏ ନେଇ ପାଣିଗ୍ରାହୀ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ l ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଈ ଓ ବାଛୁରୀ ମାନଙ୍କୁ ଉଦ୍ଧାର କରି ମଦନମୋହନପୁର ନିକଟରେ ଥିବା ଏକ ଗୋ ଶଳାରେ ଛାଡିଥିଲେ l ପିକ ଅପ କୁ ପୋଲିସ ଜବତ କରିଛି l ଘଟଣା ନେଇ ଥାନା ରେ ୨୩୦/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଆନ୍ଦ୍ରପ୍ରଦେଶ ଅଂଚଳର ଦୁଇ ଜଣଙ୍କୁ ପୋଲିସ ନୋଟିସ ଦେଇ ଛାଡିଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି l
The post ଗିରିସୋଲା ଜାତୀୟ ରାଜପଥ ରେ ଗୋରୁ ବୋଝେଇ ପିକ ଅପ ଗାଡ଼ିକୁ ଧରିଲେ ଗୋ ରକ୍ଷକ କର୍ମୀ। ଥାନାରେ ଅଭିଯୋଗ। appeared first on Odisha.News.