ବଲୁଚ ବିଦ୍ରୋହୀଙ୍କ ଆକ୍ରମଣରେ ୩୦ ପାକ୍ ସୈନିକ ନିହତ, ୨୧୪ ପଣବନ୍ଦୀ
ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଆଜି ବଲୁଚ ବିଦ୍ରୋହୀମାନେ ଏକ ଯାତ୍ରୀବାହୀ ଟ୍ରେନ୍ ଉପରେ ଆକ୍ରମଣ କରି ଏହାକୁ ହାଇଜାକ୍ କରିନେଇଛନ୍ତି। ୪୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଟ୍ରେନ୍ଟି ବଲୁଚିସ୍ତାନ ପ୍ରଦେଶର କ୍ବେଟାରୁ ଖାଇବର ପଖ୍ତୁନ୍ଖ୍ୱାର ପେଶାୱାରକୁ ଯାଉଥିବାବେଳେ ରାସ୍ତାରେ ବିଏଲ୍ଏ (ବଲୁଚ ମୁକ୍ତି ସେନା)ର ସଦସ୍ୟମାନେ ରେଳ ଧାରଣାକୁ ବିସ୍ଫୋରଣରେ ଉଡ଼ାଇ ଟ୍ରେନ୍କୁ ହାଇଜାକ୍ କରିଥିଲେ। ଏହାପରେ ସେମାନେ ଟ୍ରେନ୍କୁ ସବୁଦିଗରୁ ଘେରିଯାଇ ଆଖିବୁଜା ଗୁଳି ମାଡ଼ କରିଥିଲେ । ଏଥିରେ ୩୦ ଜଣ ପାକିସ୍ତାନୀ ସୈନିକ […]

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଆଜି ବଲୁଚ ବିଦ୍ରୋହୀମାନେ ଏକ ଯାତ୍ରୀବାହୀ ଟ୍ରେନ୍ ଉପରେ ଆକ୍ରମଣ କରି ଏହାକୁ ହାଇଜାକ୍ କରିନେଇଛନ୍ତି। ୪୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଟ୍ରେନ୍ଟି ବଲୁଚିସ୍ତାନ ପ୍ରଦେଶର କ୍ବେଟାରୁ ଖାଇବର ପଖ୍ତୁନ୍ଖ୍ୱାର ପେଶାୱାରକୁ ଯାଉଥିବାବେଳେ ରାସ୍ତାରେ ବିଏଲ୍ଏ (ବଲୁଚ ମୁକ୍ତି ସେନା)ର ସଦସ୍ୟମାନେ ରେଳ ଧାରଣାକୁ ବିସ୍ଫୋରଣରେ ଉଡ଼ାଇ ଟ୍ରେନ୍କୁ ହାଇଜାକ୍ କରିଥିଲେ। ଏହାପରେ ସେମାନେ ଟ୍ରେନ୍କୁ ସବୁଦିଗରୁ ଘେରିଯାଇ ଆଖିବୁଜା ଗୁଳି ମାଡ଼ କରିଥିଲେ । ଏଥିରେ ୩୦ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ବିଏଲ୍ଏ ଦାବି କରିଛି। ୨୧୪ ଯାତ୍ରୀଙ୍କୁ ବିଦ୍ରୋହୀମାନେ ପଣବନ୍ଦୀ ରଖିଛନ୍ତି। ପାକିସ୍ତାନଠାରୁ ବଲୁଚିସ୍ତାନର ସ୍ବାଧୀନତା ଦାବି କରୁଥିବା ବିଏଲ୍ଏ ଏକ ବିବୃତି ଜାରି କରି କହିଛି ଯେ ଏହା ଜାଫର ଏକ୍ସପ୍ରେସ୍କୁ ନିଜ ନିୟନ୍ତ୍ରଣକୁ ନେଇଛି ଏବଂ ଶତାଧିକ ଯାତ୍ରୀଙ୍କୁ ପଣବନ୍ଦୀ ରଖାଯାଇଛି। ଆକ୍ରମଣରେ ନିହତ ହୋଇଥିବା ସମସ୍ତ ୩୦ ଜଣ ପାକ୍ ସୈନିକ ବୋଲି ବିଏଲ୍ଏ ସ୍ପଷ୍ଟ କରିଛି। ଏହା ବ୍ୟତୀତ ୨୧୪ ପଣବନ୍ଦୀଙ୍କ ମଧ୍ୟରେ ଅଧିକାଂଶ ପାକ୍ ସେନା ସଦସ୍ୟ ଏବଂ ଆଇଏସ୍ଆଇ ଅଧିକାରୀ ଥିବା ଜଣାପଡ଼ିଛି। ପାକିସ୍ତାନ ସେନା, ପୁଲିସ, ଏଟିଏସ୍ (ଆତଙ୍କବାଦୀ ନିରୋଧ ବାହିନୀ) ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର ସଦସ୍ୟମାନଙ୍କୁ ବିଏଲ୍ଏ ଆତଙ୍କବାଦୀମାନେ ଅଟକ ରଖିଥିବା ଜଣାପଡ଼ିଛି। ତେବେ ରେଳବାଇ ଅଧିକାରୀ କହିଛନ୍ତି ଯେ ବିଦ୍ରୋହୀଙ୍କ କବ୍ଜାରେ ଥିବା ଟ୍ରେନ୍ର କୌଣସି ଯାତ୍ରୀଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ଅନ୍ୟପକ୍ଷରେ ବଲୁ ଆତଙ୍କବାଦୀମାନେ ଏକ ବିବୃତି ଜାରି କରି କହିଛନ୍ତି ଯେ ସେମାନେ ଶିଶୁ, ମହିଳା ଏବଂ ବଲୁଚିସ୍ତାନର ସାଧାରଣ ନାଗରିକଙ୍କୁ ଛାଡ଼ି ଦେଇଛନ୍ତି।