ୟୁରୋପ ଗସ୍ତ ଶେଷ କଲା ଭାରତୀୟ କନିଷ୍ଠ ହକି ଦଳ
ବ୍ରେଡା: ୟୁରୋପ ଗସ୍ତରେ ଥିବା ଭାରତୀୟ କନିଷ୍ଠ ପୁରୁଷ ହକି ଦଳ ବିଜୟ ସହ ଅଭିଯାନ ଶେଷ କରିଥିଲା ବେଳେ କନିଷ୍ଠ ମହିଳା ଦଳ ଶେଷ ମ୍ୟାଚ୍କୁ ଅମୀମାଂସିତ ରଖିଛି। ପୁରୁଷ ଦଳ ୩-୧ (୧-୧) ସୁଟ୍ଆଉଟ୍ରେ ଜର୍ମାନିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟରେ ଶେଷ ହେବା ପରେ ୩୩ ମିନିଟ୍ରେ ଭାରତ ପକ୍ଷରୁ ଓଡ଼ିଆ ପୁଅ ମୁକେଶ ଟୋପ୍ପୋ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଦଳକୁ ଆଗୁଆ କରିଥିଲେ। ହେଲେ ମ୍ୟାଚ୍ ଶେଷ […]

ବ୍ରେଡା: ୟୁରୋପ ଗସ୍ତରେ ଥିବା ଭାରତୀୟ କନିଷ୍ଠ ପୁରୁଷ ହକି ଦଳ ବିଜୟ ସହ ଅଭିଯାନ ଶେଷ କରିଥିଲା ବେଳେ କନିଷ୍ଠ ମହିଳା ଦଳ ଶେଷ ମ୍ୟାଚ୍କୁ ଅମୀମାଂସିତ ରଖିଛି। ପୁରୁଷ ଦଳ ୩-୧ (୧-୧) ସୁଟ୍ଆଉଟ୍ରେ ଜର୍ମାନିକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟରେ ଶେଷ ହେବା ପରେ ୩୩ ମିନିଟ୍ରେ ଭାରତ ପକ୍ଷରୁ ଓଡ଼ିଆ ପୁଅ ମୁକେଶ ଟୋପ୍ପୋ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଦଳକୁ ଆଗୁଆ କରିଥିଲେ। ହେଲେ ମ୍ୟାଚ୍ ଶେଷ ୪ ମିନିଟ୍ ଥିଲା ବେଳେ ଜର୍ମାନି ଗୋଲ୍ ଦେଇ ସ୍ଥିତି ବରାବର କରିଥିଲା। ଫଳରେ ମ୍ୟାଚ୍ ସୁଟ୍ଆଉଟ୍କୁ ଯାଇଥିଲା। ଏଥିରେ ଭାରତ ୩-୧ରେ ବିଜୟୀ ହୋଇଥିଲା। ଭାରତର ଗୁରଜୋତ ସିଂହ, ଧୀରାଜ ସିଂହ ଓ ମନମୀତ ସିଂହ ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ ମହିଳା ହକି ଦଳ ସ୍ଥାନୀୟ ଦଳ ଅରେଞ୍ଜ୍ ରୁଡ୍ ସହ ୨-୨ ଗୋଲ୍ରେ ମ୍ୟାଚ୍ ଅମୀମାଂସିତ ରଖିଥିଲା। ଭାରତର ସଂଜନା ହୋରୋ (୧୮ ମିନିଟ୍)ଙ୍କ ଗୋଲ୍ରେ ଦଳ ପ୍ରଥମାର୍ଦ୍ଧକୁ ୧-୦ରେ ନିଜ ପକ୍ଷରେ ରଖିଥିଲା। ତୃତୀୟ କ୍ବାର୍ଟରରେ ଅରେଞ୍ଜ୍ ରୁଡ୍ର ଖେଳାଳି ଦୁଇଟି ଗୋଲ୍ ଦେଇ ସ୍ଥିତି ନିଜ ପକ୍ଷକୁ ନେଇଥିଲେ। ହେଲେ ୫୮ତମ ମିନିଟ୍ରେ ଅନିଶା ସାହୁଙ୍କ ଗୋଲ୍ରେ ଭାରତ ମ୍ୟାଚ୍କୁ ଅମୀମାଂସିତ ରଖିଥିଲା।