ଆମେରିକାରୁ ଆଉ ୧୧୯ ଭାରତୀୟଙ୍କୁ ଧରି ଅମୃତସରରେ ପହଞ୍ଚିବ ଆଉ ଏକ ବିମାନ

ୱାସିଂଟନ୍‌ : ଆମେରିକାରୁ ପ୍ରତ୍ୟର୍ପିତ ଭାରତୀୟଙ୍କୁ ନେଇ ଆଉ ଏକ ବିମାନ ଆଜି ଭାରତରେ ପହଞ୍ଚିବ । ବିମାନଟି ରାତି ପ୍ରାୟ ୧୦ଟାରେ ଅମୃତସରରେ ଅବତରଣ କରିବ । ଏହି ବିମାନରେ ୧୧୯ ଜଣ ଭାରତୀୟ ଥିବା ଜଣା ପଡିଛି । ଆସନ୍ତାକାଲି ମଧ୍ୟ ପ୍ରତ୍ୟର୍ପିତ ଭାରତୀୟଙ୍କୁ ଧରି ଆଉ ଏକ ବିମାନ ଆସି ପହଞ୍ଚିବ । ଏହା ପୂର୍ବରୁ ଆମେରିକାରୁ ଅବୈଧ ପ୍ରବାସୀଙ୍କୁ ନେଇ ଆସିଥିବା ପ୍ରଥମ ବିମାନଟି ଫେବ୍ରୁଆରି ୫ ରେ ଅମୃତସରରେ ଅବତରଣ […]

ଆମେରିକାରୁ ଆଉ ୧୧୯ ଭାରତୀୟଙ୍କୁ ଧରି ଅମୃତସରରେ ପହଞ୍ଚିବ ଆଉ ଏକ ବିମାନ

ୱାସିଂଟନ୍‌ : ଆମେରିକାରୁ ପ୍ରତ୍ୟର୍ପିତ ଭାରତୀୟଙ୍କୁ ନେଇ ଆଉ ଏକ ବିମାନ ଆଜି ଭାରତରେ ପହଞ୍ଚିବ । ବିମାନଟି ରାତି ପ୍ରାୟ ୧୦ଟାରେ ଅମୃତସରରେ ଅବତରଣ କରିବ । ଏହି ବିମାନରେ ୧୧୯ ଜଣ ଭାରତୀୟ ଥିବା ଜଣା ପଡିଛି । ଆସନ୍ତାକାଲି ମଧ୍ୟ ପ୍ରତ୍ୟର୍ପିତ ଭାରତୀୟଙ୍କୁ ଧରି ଆଉ ଏକ ବିମାନ ଆସି ପହଞ୍ଚିବ । ଏହା ପୂର୍ବରୁ ଆମେରିକାରୁ ଅବୈଧ ପ୍ରବାସୀଙ୍କୁ ନେଇ ଆସିଥିବା ପ୍ରଥମ ବିମାନଟି ଫେବ୍ରୁଆରି ୫ ରେ ଅମୃତସରରେ ଅବତରଣ କରିଥିଲା । ସେଥିରେ ୧୦୪ ଜଣ ଭାରତୀୟ ଥିଲେ । ଆମେରିକାରୁ ନିର୍ବାସିତ ଭାରତୀୟମାନଙ୍କୁ ନେଇ ଆସୁଥିବା ଦ୍ୱିତୀୟ ବିମାନ ଅମୃତସରେ ଅବତରଣକୁ ନେଇ ରାଜନୀତି ଜୋର ଧରିଛି । ଏହା ଉପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାର ପଞ୍ଜାବକୁ ବଦନାମ କରୁଥିବା ସେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ମାନ୍‌ ମୋଦୀଙ୍କୁ ଆକ୍ଷେପ କରି କହିଛନ୍ତି “ଆମେରିକାରୁ ପ୍ରତ୍ୟର୍ପିତ ହେଉଥିବା ଭାରତୀୟମାନଙ୍କୁ କେବଳ ଅମୃତସରରେ କାହିଁକି ଅବତରଣ କରାଯାଉଛି? ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ପରେ ଏହା କ’ଣ ଟ୍ରମ୍ପଙ୍କ ଉପହାର ? ଏହା ଛଡା ଆଜି ଆମେରିକାରୁ ଆସୁଥିବା ଭାରତୀୟମାନଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଅମୃତସର ବିମାନବନ୍ଦରକୁ ଯାଇପାରନ୍ତି ବୋଲି ସେ କହିଛନ୍ତି ।