ବିହାରରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା

ପାଟନା: ବିହାରର ହାଜିପୁରରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଆରଜେଡି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସ୍ଥାନୀୟ କାଉନସିଲର ପଙ୍କଜ ରାୟ ଗତକାଲି ତାଙ୍କ ବାସଭବନ ନିକଟ ଦୋକାନରେ ଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ମୋଟରସାଇକେଲ୍‌ରେ ଆସି ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ପଙ୍କଜ ରାୟ ପ୍ରାଣ ବିକଳରେ ଘର ଭିତରକୁ ଦୌଡ଼ି ପଳାଇଥିଲେ। କିନ୍ତୁ ଦୁର୍ବୃତ୍ତମାନ‌େ ତାଙ୍କୁ ପିଛା କରି ତାଙ୍କ ପଛରେ ଘରେ ପଶିଯାଇଥିଲେ ଏବଂ ତାଙ୍କୁ ଗୁଳି […]

ବିହାରରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା

ପାଟନା: ବିହାରର ହାଜିପୁରରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଆରଜେଡି ନେତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ସ୍ଥାନୀୟ କାଉନସିଲର ପଙ୍କଜ ରାୟ ଗତକାଲି ତାଙ୍କ ବାସଭବନ ନିକଟ ଦୋକାନରେ ଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ମୋଟରସାଇକେଲ୍‌ରେ ଆସି ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ପଙ୍କଜ ରାୟ ପ୍ରାଣ ବିକଳରେ ଘର ଭିତରକୁ ଦୌଡ଼ି ପଳାଇଥିଲେ। କିନ୍ତୁ ଦୁର୍ବୃତ୍ତମାନ‌େ ତାଙ୍କୁ ପିଛା କରି ତାଙ୍କ ପଛରେ ଘରେ ପଶିଯାଇଥିଲେ ଏବଂ ତାଙ୍କୁ ଗୁଳି କରିଥିଲେ। ଗୁଳିଶବ୍ଦ ଶୁଣି ତାଙ୍କ ପରିବାରର ଅନ୍ୟ ସଦସ୍ୟ ଏବଂ ସ୍ଥାନୀୟ ଲୋକ ସଙ୍ଗେସଙ୍ଗେ ସେଠାରେ ପହଞ୍ଚିଥିଲେ ଏବଂ ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ। କିନ୍ତୁ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପଙ୍କଜ ରାୟ ହେଉଛନ୍ତି ଜଣେ ନବ ନିର୍ବାଚିତ କାଉନସିଲର। ଉକ୍ତ ଘଟଣାକୁ କଡ଼ା ନିନ୍ଦା କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ। ଏଥିପାଇଁ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଏନ୍‌ଡିଏକୁ ଦାୟୀ କରିଛନ୍ତି।