ଏପ୍ରିଲ ୧୯ରେ ଲୋକସଭା ନିର୍ବାଚନ ଖବର ମିଛ : ସ୍ପଷ୍ଟ କଲେ ନିର୍ବାଚନ କମିସନ
ନୂଆଦିଲ୍ଲୀ : ଏପ୍ରିଲ ୧୯ରେ ଲୋକସଭା ନିର୍ବାଚନ ହେବ ବୋଲି ସୋସିଆଲ ମିଡିଆରେ ଖବର ଘୁରି ବୁଲୁଛି। କିନ୍ତୁ ନିର୍ବାଚନ କମିସନ ଏହାକୁ ଖଣ୍ଡନ କରିଛନ୍ତି। କମିସନ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ କେବଳ ସାମ୍ବାଦିକ ସମ୍ମିଳନୀ ଦ୍ବାରା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଟେକ୍ସଟ କିମ୍ବା ହ୍ବାଟ୍ସଆପ ମେସେଜ ଦ୍ବାରା ନିର୍ବାଚନ ତାରିଖ ଘୋଷଣା କରାଯାଏନା। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ମିଛ ବାର୍ତ୍ତାରେ ନିର୍ବାଚନର ସମ୍ପୂର୍ଣ୍ଣ ବିବରଣୀ ରହିଛି। ମାର୍ଚ୍ଚ ୧୨ରେ ନିର୍ବାଚନନ […]

ନୂଆଦିଲ୍ଲୀ : ଏପ୍ରିଲ ୧୯ରେ ଲୋକସଭା ନିର୍ବାଚନ ହେବ ବୋଲି ସୋସିଆଲ ମିଡିଆରେ ଖବର ଘୁରି ବୁଲୁଛି। କିନ୍ତୁ ନିର୍ବାଚନ କମିସନ ଏହାକୁ ଖଣ୍ଡନ କରିଛନ୍ତି। କମିସନ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ କେବଳ ସାମ୍ବାଦିକ ସମ୍ମିଳନୀ ଦ୍ବାରା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଟେକ୍ସଟ କିମ୍ବା ହ୍ବାଟ୍ସଆପ ମେସେଜ ଦ୍ବାରା ନିର୍ବାଚନ ତାରିଖ ଘୋଷଣା କରାଯାଏନା। ସୋସିଆଲ ମିଡିଆରେ ଘୁରି ବୁଲୁଥିବା ମିଛ ବାର୍ତ୍ତାରେ ନିର୍ବାଚନର ସମ୍ପୂର୍ଣ୍ଣ ବିବରଣୀ ରହିଛି। ମାର୍ଚ୍ଚ ୧୨ରେ ନିର୍ବାଚନନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ଏଥିସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବ। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିବ ମାର୍ଚ୍ଚ ୨୮। ଏପ୍ରିଲ ୧୯ରେ ଭୋଟ ଗ୍ରହଣ ହେବ ଏବଂ ମେ’ ୨୨ରେ ଫଳାଫଳ ଆସିବ। ତେବେ ନିର୍ବାଚନ କମିସନ ଏହି ବାର୍ତ୍ତାକୁ ମିଛ ବୋଲି କହିଛନ୍ତି। ନିର୍ବାଚନ କମିସନ ଦ୍ବାରା ନିର୍ବାଚନ ପାଇଁ କୌଣସି ତାରିଖ ଘୋଷଣା କରାଯାଇନି ବୋଲି ନିର୍ବାଚନ କମିସନ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି।