ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ହରାଇଲା କୋଲକାତା ନାଇଟ୍ ରାଇଡର୍ସ
ଲକ୍ଷ୍ନୌ,: ଚଳିତ ଆଇପିଏଲ୍ରେ ରବିବାର ରାତିରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୯୮ ରନ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ଅଲରାଉଣ୍ଡର୍ ସୁନୀଲ ନାରାୟଣ (୮୧ ରନ୍, ୩୯ ବଲ୍, ୬ ଚୌକା, ୭ ଛକା) ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି) ଆଗରେ କେକେଆର୍ ୨୩୬ ରନ୍ର ଲକ୍ଷ୍ୟ ରଖିଥିଲା। କିନ୍ତୁ ଏଲ୍ଏସ୍ଜି ୧୬.୧ ଓଭରରେ ୧୩୭ ରନ୍ କରିଥିଲା ବେଳେ ଅଲ୍ଆଉଟ୍ ହୋଇଥିଲା। ମାର୍କସ ଷ୍ଟୋଇନିସ୍ ୩୬, କେଏଲ୍ ରାହୁଲ୍ […]

ଲକ୍ଷ୍ନୌ,: ଚଳିତ ଆଇପିଏଲ୍ରେ ରବିବାର ରାତିରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୯୮ ରନ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ଅଲରାଉଣ୍ଡର୍ ସୁନୀଲ ନାରାୟଣ (୮୧ ରନ୍, ୩୯ ବଲ୍, ୬ ଚୌକା, ୭ ଛକା) ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (ଏଲ୍ଏସ୍ଜି) ଆଗରେ କେକେଆର୍ ୨୩୬ ରନ୍ର ଲକ୍ଷ୍ୟ ରଖିଥିଲା। କିନ୍ତୁ ଏଲ୍ଏସ୍ଜି ୧୬.୧ ଓଭରରେ ୧୩୭ ରନ୍ କରିଥିଲା ବେଳେ ଅଲ୍ଆଉଟ୍ ହୋଇଥିଲା। ମାର୍କସ ଷ୍ଟୋଇନିସ୍ ୩୬, କେଏଲ୍ ରାହୁଲ୍ ୨୫ ରନ୍ କରିଥିଲା ବେଳେ ଅନ୍ୟମାନେ ନିରାଶ କରିଥିଲେ। ହର୍ଷିତ ରାଣା (୩/୨୪), ବରୁଣ ଚକ୍ରବର୍ତ୍ତୀ (୩/୩୦) ଓ ଆନ୍ଦ୍ରେ ରସେଲ୍ (୨/୧୭) ଲକ୍ଷ୍ନୌ ବ୍ୟାଟିଂ କ୍ରମକୁ ଧ୍ବସ୍ତ କରିଦେଇଥିଲେ।
ଏଥିପୂର୍ବରୁ ଏଲ୍ଏସ୍ଜି ଟସ୍ ଜିତି କେକେଆର୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ନାରାୟଣ ଓ ଫିଲ୍ ସଲ୍ଟ (୩୨) ଆରମ୍ଭରୁ ଧମାକାଦାର ବ୍ୟାଟିଂ କରିଥିଲେ। ଏପରିକି କେକେଆର୍ ମାତ୍ର ୩.୪ ଓଭରରେ ୫୦ ରନ୍ ପୂରଣ କରି ନେଇଥିଲା। ନାରାୟଣ ୨୭ ବଲ୍ରୁ ଅର୍ଦ୍ଧଶତକ ପୂରଣ କରି ଶତକ ଆଡ଼କୁ ଦ୍ରୁତ ଗତିରେ ଅଗ୍ରସର ହେଉଥିଲେ। ହେଲେ ଘରୋଇ ସ୍ପିନର୍ ରବି ବିଷ୍ଣୋଇ ତାଙ୍କୁ ଆଉଟ୍ କରି ଲକ୍ଷ୍ନୌକୁ ଆଶ୍ବସ୍ତ କରିଥିଲେ। ଅଙ୍ଗକ୍ରିସ୍ ରଘୁବଂଶୀ, ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ ଓ ଅଧିନାୟକ ଶ୍ରେୟସ୍ ଆୟର୍ କେହି ବଡ଼ ସ୍କୋର କରି ନଥିଲେ ମଧ୍ୟ ସମସ୍ତେ ୧୪୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ରେ ରନ୍ ସଂଗ୍ରହ କରିଥିଲେ। ରମଣଦୀପ ସିଂହ ମାତ୍ର ୬ ବଲ୍ରୁ ତିନିଟି ବିଶାଳ ଛକା ସହ ୨୫* ରନ୍ ଅମଳ କରି କେକେଆର୍ ସ୍କୋର୍କୁ ସେ ୨୩୫ରେ ପହଞ୍ଚାଇ ଦେଇଥିଲେ।